Advertisment

ପାରାଦୀପରେ ଜାହାଜରୁ କୋକେନ ମିଳିବା ଘଟଣା: ୧୧ ଦିନ ଧରି ଚାଲିଛି ତନାଘନା

୧୧ ଦିନ ହେଲାଣି କ୍ରିଉ ମେମ୍ବରଙ୍କୁ ଅଟକ ରଖି ତନାଘନା ଚଳାଇଛି ତଦନ୍ତକାରୀ ସଂସ୍ଥା । ସ୍କୁବା ଡାଇଭର ପାଣିରେ ବୁଡ଼ି ଜାହାଜର ନିମ୍ନ ଭାଗ ଯାଞ୍ଚ କରିଛନ୍ତି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Investigations continue after cocaine found from ship at paradip

Investigations continue after cocaine found from ship at paradip

ପାରାଦୀପରେ ଜାହାଜରୁ କୋକେନ ମିଳିବା ଘଟଣାରେ ଜୋରଦାର ତଦନ୍ତ ଚାଲିଛି । ଜାହାଜର କ୍ରିଉ ମେମ୍ବରଙ୍କୁ ମାରାଥନ ଜେରା ସାଙ୍ଗକୁ ସ୍କୁବା ଡାଇଭର ମଧ୍ୟ କୋକେନ ଖୋଜିବାରେ ଲାଗିଛନ୍ତି । ସ୍କୁବା ଡାଇଭର ପାଣିରେ ବୁଡ଼ି ଜାହାଜର ନିମ୍ନ ଭାଗ ଯାଞ୍ଚ କରିଛନ୍ତି ।

Advertisment

୧୧ ଦିନ ହେଲାଣି କ୍ରିଉ ମେମ୍ବରଙ୍କୁ ଅଟକ ରଖି ତନାଘନା ଚଳାଇଛି ତଦନ୍ତକାରୀ ସଂସ୍ଥା । କୋକେନ ସ୍ମଗ୍‌ଲିଂ ପଛରେ କ୍ରିଉ ମେମ୍ବର ଓ କ୍ରେନ ଅପରେଟରଙ୍କ ହାତଥିବା ସନ୍ଦେହ ଘନୀଭୂତ ହୋଇଛି । କଷ୍ଟମ୍ସ, ଏନସିବି, ଫୋରେନ୍ସିକ ଏବଂ ସ୍ନିଫର ଡଗ୍‌ ସ୍କ୍ୱାଡ୍‌ଙ୍କ ସହାୟତାରେ ତଦନ୍ତ ଆଗକୁ ବଢ଼ିଛି ।

ଏବେ ତଦନ୍ତକାରୀ ସଂସ୍ଥାର ସନ୍ଦେହ ଘେରରେ ଅଛନ୍ତି ୩ ଭିଏତନାମୀ କ୍ରିଉଙ୍କ ସମେତ ୧୦ ଜଣ । ସେମାନଙ୍କ ମଧ୍ୟରୁ ୬ ଜଣ କ୍ରେନ ଅପରେଟର ଏବଂ ଏକ ଷ୍ଟିଭେଡର୍ସ ସଂସ୍ଥାର ଜଣେ ମ୍ୟାନେଜର ସମକକ୍ଷ ଅଧିକାରୀ ବି ସାମିଲ ଥିବା ସୂଚନା ମିଳିଛି। ହେଲେ ଏ ନେଇ କୌଣସି ଅଧିକାରୀ ମୁହଁ ଖୋଲୁ ନାହାନ୍ତି ।

Advertisment
Advertisment
Advertisment