/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701419869.jpg)
Drugs Smuggling
ଜାହାଜରେ ହେଉଥିଲା କି ନିଶା ଦ୍ରବ୍ୟ ଚାଲାଣ । ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ମିଳିଛି ସଂଦେହଜନକ ପ୍ୟାକେଟ । ବିଳମ୍ବିତ ରାତିରେ ପୋଲିସ, ସିଆଇଏସଏଫ୍, ଡଗ ସ୍କ୍ୱାଡ ଓ କଷ୍ଟମସ ବିଭାଗ ଖୋଳତାଡ଼ କରିବା ବେଳେ ଏହି ସନ୍ଦେହଜନକ ୨୨ଟି ପ୍ୟାକେଟ ମିଳିଥିଲା । ଷ୍ଟିଲ ପ୍ଲେଟ ଆଣି ଆସିଥିବା ଜାହାଜ MV DEBIରୁ ଏହି ସନ୍ଦିଗ୍ଧ ପ୍ୟାକେଟ ମିଳିଛି ।
ପ୍ୟାକେଟରେ କିଛି ପାଉଡର ଭଳି ସାମଗ୍ରୀ ଥିବା କୁହାଯାଉଥିଲା । ଯାଞ୍ଚ ପରେ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହୋଇଛି । ସମସ୍ତ ୨୨ ପ୍ୟାକେଟରେ କୋକେନ ଥିବା କଷ୍ଟମ୍ସ ଯାଞ୍ଚରୁ ସ୍ପଷ୍ଟ ହୋଇଛି । ଜବତ କୋକେନ୍ର ଆନୁମାନିକ ମୂଲ୍ୟ ୨୨୦ କୋଟି ଟଙ୍କା । ଜବତ ସାମଗ୍ରୀର ଯାଂଚ ପାଇଁ ଭୁବନେଶ୍ୱରରୁ କଷ୍ଟମ ବିଭାର ବରିଷ୍ଠ ଅଧିକାରୀ ଡ୍ରଗ ଟେଷ୍ଟିଂ କିଟ୍ ନେଇ ପାରାଦୀପ ଯାଇଛନ୍ତି ।
ତେବେ ପ୍ୟାକେଟରେ ବିପୁଳ ପରିମାଣର ଧଳା ପାଉଡର ଥିବା ଜଣାପଡ଼ିଛି । ଏହି ଜବତ ପାଉଡର କୋକେନ୍ ବୋଲି ଯାଂଚରୁ ଜଣାପଡ଼ିଛି । ଜାହାଜରେ ଡ୍ରଗ୍ସ କାରବାର ଚାଲିଥିଲା କି ତାହାର ଖୋଳତାଡ଼ ଚାଲିଛି । ଇଣ୍ଡୋନେସିଆର ଗ୍ରେସିକ ବନ୍ଦରରୁ ଏହି ଜାହାଜ ଆସିଥିଲା । ଗତକାଲି ପାରାଦୀପ ପୋର୍ଟରେ ପହଞ୍ଚିଥିଲା ଜାହାଜ । ଏହା ପାରାଦୀପରୁ ଡେନମାର୍କ ଯାଇଥାନ୍ତା ।
ମାତ୍ର MV DEBIରେ ଷ୍ଟିଲ ପ୍ଲେଟ ବୋଝେଇ କରିବା ନିମନ୍ତେ ଗତକାଲି କ୍ରେନ୍ ଅପରେଟର ଜାହାଜର ଚାମ୍ବରକୁ ଯାଇଥିଲେ। ସେଠାରେ ସେ କିଛି ସନ୍ଦେହଜନକ ପଦାର୍ଥ ଦେଖିବାକୁ ପାଇଥିଲେ। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହାପରେ ଉକ୍ତ ଜାହାଜରେ କିଛି ବିସ୍ଫୋରକ ପଦାର୍ଥ ବା ବୋମା ଥିବା ଖବର ପ୍ରଚାରିତ ହେଲା।
ଗତ ରାତିରେ CISF, ପାରାଦୀପ ପୁଲିସ୍, ଡଗ୍ ସ୍କ୍ୱାର୍ଡ ଓ କଷ୍ଟମ୍ସ ବିଭାଗ ଅଧିକାରୀ ପହଞ୍ଚିଥିଲେ। ସେମାନେ ସ୍କାନରରେ ଯାଞ୍ଚ କରିବା ପରେ ତାହା ବୋମା ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)