/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722679996.jpg)
Fisherman Rescued
ଟାପୁରୁ ଉଦ୍ଧାର ହେଲେ ୭ ମତ୍ସ୍ୟଜୀବୀ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବତୀଘର ନିକଟ ଟାପୁରୁ ଉଦ୍ଧାର କରିଛନ୍ତି ସାଥୀ ମତ୍ସ୍ୟଜୀବୀ। ମୁହାଣ ଅଶାନ୍ତ ଥିବାରୁ କଜଳପାତିଆ ନଦୀ ପଟ ଦେଇ ପାରାଦୀପ ମାଛଧରା ବନ୍ଦରରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଆହତ ଅବସ୍ଥାରେ ଉଦ୍ଧାର ପରେ ସମସ୍ତଙ୍କୁ ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି।
ଗତକାଲି ସନ୍ଧ୍ୟାରେ ଏକ ବୋଟର ଇଞ୍ଜିନ ଅଚଳ ହୋଇଯିବାରୁ ଅନ୍ୟ ଏକ ବୋଟ ତାକୁ ଟାଣି ଟାଣି ଆଣିଥିଲା । ତେବେ ଅଶାନ୍ତ ମୁହାଣରେ ବୋଟ୍ ଦଉଡି ଛିଡ଼ି ଯିବାରୁ ଦୂରକୁ ଭାସିଯାଇଥିଲା । କେନ୍ଦ୍ରାପଡ଼ା ମହାକାଳପଡ଼ା ବତୀଘର ନିକଟରେ ବାଲିଚରରେ ବୋଟ ଲାଗିବା ପରେ ସେଥିରୁ ଓହ୍ଲାଇ ରାତି ତମାମ ଆଶ୍ରୟ ନେଇଥିଲେ । ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି ।
ପାରାଦୀପ ମହାନଦୀ ମୁହାଣରୁ ୭ ମତ୍ସ୍ୟଜୀବୀ ଉଦ୍ଧାର ଉପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ସେ କହିଛନ୍ତି, ପାଣିପାଗ ସୂଚନା ଅନୁସାରେ ୨୪ ଘଣ୍ଟା ସମୁଦ୍ର ବାରଣ ହୋଇଥିଲା । ନିର୍ଦ୍ଦେଶନାମା ଅନୁପାଳନ ନେଇ ୬ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଥିଲା । କଟକଣା ସତ୍ତ୍ବେ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ପ୍ରବେଶ କରୁଛନ୍ତି । ଯେଉଁମାନେ ଅବମାନନା କରୁଛନ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଏଥିସହ ସରକାରଙ୍କ ସତର୍କ ସୂଚନା ମାନିବାକୁ ସେ ମତ୍ସ୍ୟଜୀବୀଙ୍କୁ ଅପିଲ୍ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)