ସୁରକ୍ଷା ପାଇଁ ବର୍ଦ୍ଦି ପିନ୍ଧିଥିବା ତିନିଜଣ ଜବାନ ମୁହଁ ଢାଙ୍କି ଛିଡା ହୋଇଥିଲେ । କାରଣ ଏମାନେ ଅପରାଧ ରୋକିବା ପରିବର୍ତ୍ତେ ଅପରାଧି ହୋଇଯାଇଛନ୍ତି । ତାହା ପୁଣି ଗଂଜେଇ ଚାଲାଣରେ ଗିରଫ । ଏବେ ଆସନ୍ତୁ ଜାଣିବା ଏମାନଙ୍କ ପରିଚୟ । ଜଣେ ହେଉଛନ୍ତି କୁନାର ସିଂ, ଆଉ ଜଣେ ତ୍ରିଲୋଚନ ରଣା । ତୃତୀୟ ଜବାନ ଜଣକ ନୀଲମ ବାର୍ଲା । ଏହି ତିନିଜଣଙ୍କ ପାଖରୁ ଜବତ ଗଂଜେଇର ପରିମାଣ ୧୫ କେ.ଜି ୯୦୦ ।
ଧରାପଡିଲା ଓଭରସ୍ମାର୍ଟ ଫୁଡ ଡେଲିଭରୀର ବଏ। ବେଆଇନ କାମ କରୁଥିବା ବେଳେ ମାଡ଼ି ବସିଲା ପୋଲିସ। ଆଉ ଇଏ ହେଉଛି ସେଇ ଜହର ଡବା। ଆଜ୍ଞା ହଁ ଦର୍ଶକବନ୍ଧୁ, ଏଥିରେ ଖାଦ୍ୟ ନାଁରେ ବିଷ ପରସୁଥିଲେ ଡେଲିଭେରି ବଏ। ଯାହାଙ୍କୁ ଗିରଫ କରିଛି ପୁଲିସ।
ଡ୍ରଗ୍ ଅପବ୍ୟବହାର ଏବଂ ଅବୈଧ କାରବାର ବିରୋଧରେ ଅନ୍ତର୍ଜାତୀୟ ଦିବସ ଜୁନ୍ ୨୬ରେ ପାଳନ କରାଯାଏ। ନିଶା ସେବନ ଏବଂ ଅବୈଧ କାରବାରର ନକାରାତ୍ମକ ପରିଣାମ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଜାତୀୟ ଦିବସ କ୍ୟାଲେଣ୍ଡର ଏହି ଅନ୍ତର୍ଜାତୀୟ ଦିନକୁ ବ୍ୟବହାର କରେ।
ନୌସେନା ଓ NCBର ବଡ଼ ଚଢାଉ । ପାକିସ୍ତାନରୁ ଭାରତରକୁ ଚାଲାଣ ହେଉଥିଲା ନିଶାଦ୍ରବ୍ୟ । ଜବତ ନିଶାଦ୍ରବ୍ୟର ଆନ୍ତର୍ଜାତୀୟ ମୂଲ୍ୟ ୨ ହଜାର କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି ।
ଜାହାଜରେ ସ୍ନିଫର ଡଗ୍ ସହାୟତାରେ ସର୍ଚ୍ଚ ଅପରେସନ୍ ...କଷ୍ଟମ, STF, ଗୁଇନ୍ଦା ବିଭାଗ, NCB ଅଧିକାରୀଙ୍କ ଛାନଭିନ୍ ...ଜାହାଜର କ୍ୟାପଟେନ୍ ସହ ୨୧ କ୍ରୁ ମେମ୍ବରଙ୍କୁ ଚାଲିଛି ଜେରା....
ପାରାଦୀପରେ ଲାଗିଥିବା ଜାହାଜରେ ୨୨ଟି ପ୍ୟାକେଟ ମିଳିବା ଘଟଣା । ଯାଞ୍ଚ ପରେ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହେଲା । ସମସ୍ତ ୨୨ ପ୍ୟାକେଟରେ କୋକେନ ଥିବା କଷ୍ଟମ୍ସ ଯାଞ୍ଚରୁ ସ୍ପଷ୍ଟ ହୋଇଛି । ଜବତ କୋକେନ୍ର ଆନୁମାନିକ ମୂଲ୍ୟ ୨୨୦ କୋଟି ଟଙ୍କା ।
ସିସୀଲି ଉପକୂଳକୁ ଚାଲାଣ ହେଉଥିଲା ବୋଲି ଶୁକ୍ରବାର ପୋଲିସ ସୂଚନା ଦେଇଛି । ଏହି ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି।
୧୩୪ଟି ବଡ଼ ବସ୍ତାରେ ଏହି ଡ୍ରଗ୍ସ ରହିଥିଲା । ସେଥିରେ ଛୋଟ ଛୋଟ ପ୍ୟାକେଟ୍ କରି ଡ୍ରଗ୍ସ ରଖାଯାଇଥିଲା । ଆଉ ସେହି ପ୍ରତ୍ୟେକ ପ୍ୟାକେଟ୍ର ଓଜନ ଏକ କିଲୋ ।