Advertisment

କଂଗ୍ରେସକୁ ବଡ଼ ଝଟକା; ଇସ୍ତଫା ଦେଲେ ବାପି ସର୍ଖେଲ

କିଛିଦିନ ତଳେ ବିଧିବଦ୍ଧ ଭାବେ ଶଙ୍ଖ ଧରିଥିଲେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ। ଆଜି ପିସିସି ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି ବାପି ସର୍ଖେଲ।

author-image
Manoranjan Behera
ଅଦ୍ୟତନ ହୋଇଛି
Bapi Sarkhel Resigns From Congress

Bapi Sarkhel

କଂଗ୍ରେସ ଛାଡ଼ିଲେ ବାପି ସର୍ଖେଲ। କଂଗ୍ରେସରୁ ଇସ୍ତଫା ଦେଲେ ପାରାଦୀପର ଅରିନ୍ଦମ ସର୍ଖେଲ ଓରଫ୍ ବାପି ସର୍ଖେଲ। ଆଜି ପିସିସି ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି ବାପି। କିଛି ଦିନ ତଳେ ବାପିଙ୍କ ପତ୍ନୀ ମନିଦୀପା ବିଜେଡିରେ ମିଶିଥିଲେ। ତେଣୁ ଏବେ ଚର୍ଚ୍ଚା ହେଉଛି କଂଗ୍ରେସ ଛାଡ଼ିବା ପରେ କୁଆଡ଼େ ଯିବେ ବାପି?

Advertisment

ସେ କହିଛନ୍ତି, ପାରାଦୀପ ନିର୍ବାଚନମଣ୍ଡଳୀର ସମସ୍ତ ଭାଇ, ଭଉଣୀ, ଗୁରୁଜନମାନେ ମୋ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ମୋ ସହ ସୁଖ ଦୁଃଖରେ ଅଛନ୍ତି। ତେବେ କଂଗ୍ରେସ ଦଳରୁ ଇସ୍ତଫା ଦେଲେ ମଧ୍ୟ ସେମାନଙ୍କ ପାଇଁ ସେ ପ୍ରତିଟି କାର୍ଯ୍ୟରେ ସଦା ସର୍ବଦା ନିୟୋଜିତ ରହିବେ।

ଅଧିକ ପଢ଼ନ୍ତୁ: ‘କଂଗ୍ରେସରେ ରହିଲେ ସନାତନ ଧର୍ମକୁ ଗାଳିଦେବାକୁ ପଡ଼ିବ, ମୁଁ ତାହା କରିପାରିବିନି’

Advertisment

କିଛିଦିନ ତଳେ ବିଧିବଦ୍ଧ ଭାବେ ଶଙ୍ଖ ଧରିଥିଲେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ। ପୂର୍ବରୁ ବିଧାୟକ ସମ୍ବିତ ରାଉତରାୟ, ନଚେତ୍ ତାଙ୍କ ପତ୍ନୀ ଗୀତାଞ୍ଜଳି କିମ୍ବା ସମ୍ବିତଙ୍କ ଭଉଣୀ ପ୍ରୀତିନନ୍ଦାଙ୍କୁ ଦଳ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ମୋନିଦୀପାଙ୍କୁ ଶଙ୍ଖ ଧରାଇ, ଏଥର ନିର୍ବାଚନରେ ଦାମୋଦର ରାଉତଙ୍କ ପରିବାର ହାତରୁ ୫ ଦଶନ୍ଧି ପୁରୁଣା କ୍ଷମତାକୁ ଛଡ଼ାଇ ନେବାକୁ, ଅସନ୍ତୁଷ୍ଟ ଦଳୀୟ ନେତାମାନେ ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି।

ଜଗତସିଂହପୁର ସଦର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରଶାନ୍ତ ମୁଦୁଲିଙ୍କ ନାମ ଘୋଷଣା ପରେ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ବିଦ୍ରୋହ। ଟିକେଟ ଆଶାୟୀ ଥିବା ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ। ଆଜି ତାଙ୍କ ଘର ନିକଟରେ ଶହ ଶହ ସଂଖ୍ୟାରେ ସମର୍ଥକ ଏକାଠି ହୋଇ ପ୍ରଶାନ୍ତ ମୁଦୁଲିଙ୍କୁ ବିରୋଧ କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି ଅମରେନ୍ଦ୍ରଙ୍କ ସମର୍ଥକ।

ଦଳ ପାଇଁ ଏତେ ବର୍ଷ ଧରି କାର୍ଯ୍ୟ କରିବା ପରେ ତାଙ୍କ ପ୍ରତି ଅବିଚାର ହୋଇଥିବା ଅଭିଯୋଗ କରିବା ସହିତ ସମର୍ଥକ ମାନଙ୍କ ସହିତ ଆଲୋଚନା ପରେ ଆସନ୍ତାକାଲି ବିଜେପିରେ ମିଶିବେ ବୋଲି ସ୍ଥିର ହୋଇଥିବା କହିଛନ୍ତି ଅମରେନ୍ଦ୍ର। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Congress Odisha Politics General Elections 2024 Bapi Sarkhel
Advertisment
Advertisment