Advertisment

ବୁକିଂ ବାହାନାରେ ଚା'ରେ ନିଶା ଦେଇ ବସ୍ କର୍ମଚାରୀଙ୍କୁ ଅଚେତ କଲେ ଦୁର୍ବୃତ୍ତ

ନିଶା ଦେଇ ବସ୍ କର୍ମଚାରୀଙ୍କୁ ଦୁର୍ବୃତ୍ତ ଅଚେତ କରିଦେଇଥିବା ଚର୍ଚ୍ଚା ହେଉଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Bus Workers Fall Sick After Drinking Tea In Paradeep

Bus Worker

ଚା ପିଇବା ପରେ ବସ୍ କର୍ମଚାରୀ ବେହୋସ୍ ଘଟଣାକୁ ନେଇ ପାରାଦୀପ ଅଞ୍ଚଳରେ ହଇଚଇ। ନିଶା ଦେଇ ସଂପୃକ୍ତ ବସ୍ କର୍ମଚାରୀଙ୍କୁ ଦୁର୍ବୃତ୍ତ ଅଚେତ କରିଦେଇଥିବା ଚର୍ଚ୍ଚା ହେଉଛି। ବସ୍ ବୁକିଂ ବାହାନାରେ ଆସି ବସ୍ କର୍ମଚାରୀଙ୍କୁ ନିଶା ଦେଇଥିବା ଅଭିଯୋଗ ହୋଇଛି।

Advertisment

ଚା' ପିଇ ୪ କର୍ମଚାରୀ ଅଚେତ ହୋଇଥିଲେ। ଅଚେତ ବସ୍ କର୍ମଚାରୀଙ୍କୁ ପ୍ରଥମେ ପାରାଦୀପ ଅଠରବାଙ୍କୀ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

ଅଧିକ ପଢ଼ନ୍ତୁ: ଡବଲ ମର୍ଡର ! ମହିଳା ବନ୍ଧୁଙ୍କ ଘରେ ଥିଲା ଯୁବକ, ୱାନ୍‌ ସାଇଡ୍‌ ଲଭର ଆସି କଲା ହତ୍ୟା

Advertisment

ମିଳିଥିବା ସୂଚନା ଅନୁଯାୟୀ, ବସଟି ପାରାଦୀପରୁ କଟକ ଯାଇଥାନ୍ତା। ସକାଳୁ ବସ ରିଜର୍ଭ କରିବାକୁ ଦୁଇ ଜଣ ବ୍ୟକ୍ତି ଆସି ସେମାନଙ୍କୁ ଚା ପିଇବାକୁ ଦେଇଥିବା ଅଭିଯୋଗ ହୋଇଛି। ତାପରେ ସେମାନେ ବେହୋସ ହୋଇଥିଲେ। ତେବେ କେଉଁ ଉଦ୍ଦେଶ୍ୟରେ ସେମାନଙ୍କୁ ଏହି ଅଜଣା ଦୁର୍ବୃତ୍ତ ଚା'ରେ ନିଶା ଦେଇଥିଲେ, ତାହା ସ୍ପଷ୍ଟ ହୋଇପାରିନି।

Odisha News
Advertisment
Advertisment