• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସିନେମା ଜଗତରେ ବିବାହ ବିଚ୍ଛେଦ ଏବେ ସାଧାରଣ ଘଟଣା ପାଲଟିଲାଣି । ବଲିଉଡରେ ଏଭଳି ଘଟଣା ଦୈନନ୍ଦିନ ଦେଖିବାକୁ ମିଳିଛି । ତେବେ ସମାନ ସ୍ଥିତି ଟଲିଉଡରେ ମଧ୍ୟ ଦେଖିବାକୁ ମିଳିଛି । ଅଲଗା ହେବାକୁ ଯାଉଛନ୍ତି ତାମିଲ ଇଣ୍ଡଷ୍ଟ୍ରିର ଆଉ ଏକ ଚର୍ଚ୍ଚିତ ଯୋଡ଼ି । ସାଉଥ ସେନସେସନ୍ ତାମିଲ ଅଭିନେତା ଧନୁଷ ଏବଂ ତାଙ୍କ ପତ୍ନୀ ଐଶର୍ଯ୍ୟା ରଜନୀକାନ୍ତ । ପରସ୍ପର ସହମତିରେ ଅଲଗା ହେବା ପାଇଁ ସେମାନେ ନିଷ୍ପତ୍ତି ନେଇଛନ୍ତି ।

ଦୀର୍ଘ ୧୮ ବର୍ଷର ବୈବାହିକ ଜୀବନର ଅନ୍ତ ଘଟାଇ ଅଲଗା ହେବାକୁ ଘୋଷଣା କରିଛନ୍ତି ତାମିଲ ଅଭିନେତା ଧନୁଷ । ସୋସିଆଲ ମିଡିଆରେ ଏସମ୍ପର୍କିତ ଏକ ନୋଟ୍ ସେୟାର କରିଛନ୍ତି ଧନୁଷ । ଯେଉଁଥିରେ ପରସ୍ପର ଠାରୁ ଅଲଗା ହେବା ପାଇଁ ଘୋଷଣା କରିବା ସହ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବାକୁ ଫ୍ୟାନ୍ସମାନଙ୍କୁ ନିବେଦନ କରିଛନ୍ତି । ନିକଟରେ ଏହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଥିଲା । ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଓ ସାମନ୍ଥାଙ୍କର ମଧ୍ୟ ପରସ୍ପର ସହମତିରେ ବିବାହ ବିଚ୍ଛେଦ ହୋଇଥିଲା ।

 

୨୦୦୪ରେ ଫିଲ୍ମ ନିର୍ମାତା ଐଶର୍ଯ୍ୟାଙ୍କୁ ବିବାହ କରିଥିଲେ ଧନୁଷ । ଐଶ୍ଚର୍ଯ୍ୟା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ହୋଇଥିବା ବେଳେ ଧନୁଷ ମଧ୍ୟ ସାଉଥର ଆଗଧାଡ଼ିର ପ୍ରଡ୍ୟୁସର କସ୍ତୁରୀ ରାଜାଙ୍କ ପୁଅ ଅଟନ୍ତି। ସେମାନଙ୍କର ଦୁଇଟି ସନ୍ତାନ ରହିଛି । ଐଶର୍ଯ୍ୟା ହେଉଛନ୍ତି ସୁପରଷ୍ଟାର ରଜନୀକାନ୍ତଙ୍କ ବଡ ଝିଅ । ପରସ୍ପରଠାରୁ ଅଲଗା ହେବାର କାରଣ ଯଦିଓ କିଛି କୁହାଯାଇନି କିନ୍ତୁ ସମାନ ଲେଖାକୁ ଐଶର୍ଯ୍ୟା ମଧ୍ୟ ନିଜ ଇନଷ୍ଟାଗ୍ରାମ ପେଜରେ ଅପଲୋଡ୍ କରିଛନ୍ତି । ସେଥିରେ ଲେଖା ଅଛି ୧୮ ବର୍ଷ ଭିତରେ ଆମେ ବନ୍ଧୁ, ଦମ୍ପତ୍ତି, ଅଭିଭାବକ ଓ ଶୁଭେଚ୍ଛୁ ଭାବେ ପରସ୍ପର ସହିତ ରହିଛୁ । କିନ୍ତୁ ଏବେ ଆମ ରାସ୍ତା ଅଲଗା ହେବାକୁ ଯାଉଛି । ତେଣୁ ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇବାକୁ କୁହାଯାଇଛି ।

ମଝିରେ ମଝିରେ ଉଭୟଙ୍କ ବ୍ରେକ୍‌ଅପ୍‌ ଖବର ପ୍ରଚାରିତ ହେଉଥିବା ବେଳେ ଏହାକୁ ନେଇ ଉଭୟ ପକ୍ଷରୁ କୌଣସି ବିବୃତି ଆସୁ ନ ଥିଲା। ହେଲେ ଧନୁଷ ଏହି ଖବରରେ ମୋହର ମାରିଥିବାରୁ ତାଙ୍କ ଫ୍ୟାନ୍ସଙ୍କୁ ଶକ୍ତ ଆଘାତ ଲାଗିଛି। ମଲ୍ଟି ଟାଲେଣ୍ଟେଡ ଧନୁଷ ଏକାଧାରରେ ଜଣେ ଆକ୍ଟର ସହ ଡାଇରେକ୍ଟର, ପ୍ରଡ୍ୟୁସର, ଡାନ୍ସର, ପ୍ଲେବ୍ୟାକ୍ ସିଙ୍ଗର ଓ ସ୍କ୍ରିନପ୍ଲେ ରାଇଟର ମଧ୍ୟ । ଏ ଯାଏ ୪୬ ଫିଲ୍ମରେ କାମ କରି ସାରିଥିବା ଧନୁଷ ଗୋଟିଏ ଫିଲ୍ମ ଫେୟାର ଆୱାର୍ଡ, ୪ ନ୍ୟାସନାଲ ଫିଲ୍ମ ଆୱାର୍ଡ ସମେତ ୧୩ ପୁରସ୍କାର ହାତେଇ ସାରିଲେଣି।