Advertisment

୩ ବର୍ଷ ହେବ ପଡିନି ଆଖିର ପଲକ, ଶୋଇବା ପାଇଁ ଟେପ୍ ମାରିବାକୁ ପଡେ

ଦୀର୍ଘ ୩ ବର୍ଷ ହେଇଗଲା ପଡିନି ଆଖିର ପଲକ। ଶୋଇବାକୁ ହେଲେ ଆଖି ଉପରେ ପକେଇବାକୁ ହେଉଛି ଟେପ୍। ଭୁଲ ସର୍ଜରୀ ହିଁ କାଳ ହେଲା।

author-image
Pramod Behera
ଅଦ୍ୟତନ ହୋଇଛି
Man unable to close eyes for past 3 years

Man unable to close eyes for past 3 years

ମାନବ ଶରୀର ଅତ୍ୟନ୍ତ ଅଦ୍ଭୁତ। ଏହି ଶରୀର ସହ ବେଳେ ବେଳେ ଏମିତି ଅନନ୍ୟ ଘଟଣା ଘଟେ ଯେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ବେଳେ ବେଳେ ଏହା ମଣିଷକୁ ଅସୁବିଧାରେ ମଧ୍ୟ ପକାଏ। ନିକଟରେ ଜଣେ ବ୍ୟକ୍ତିଙ୍କ ସହ ଏମିତି କିଛି ଘଟଣା ଘଟିଛି ଯିଏ ଦୀର୍ଘ ୩ ବର୍ଷ ହେଲା ଆଖିର ପଲକ ପକେଇ ପାରି ନାହାନ୍ତି।

Advertisment

ଇଂଲଣ୍ଡର ବର୍ମିଂଘମରେ ରହୁଥିବା ଅବସରପ୍ରାପ୍ତ ଚିତ୍ରକାର ତଥା ସାଜସଜ୍ଜାକାରୀ ପିଟ୍ ବ୍ରଡହର୍ଷ୍ଟ ଜଣେ ୭୯ ବର୍ଷୀୟ ପେନ୍‌ସନ୍‌ଭୋଗୀ। ତାଙ୍କ ସହିତ ଏମିତି କିଛି ଘଟିଛି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ପ୍ରାୟ ୩ ବର୍ଷ ହେବ ପିଟ୍ ଆଖି ବନ୍ଦ କରି ନାହାନ୍ତି। ୧୯୫୯ ମସିହାରେ, ପିଟରଙ୍କର ଗୋଟିଏ ଦାନ୍ତ ଠିକ୍ କରିବାର ଥିଲା। ଏହାପରେ ତାଙ୍କ ଗାଲରେ କିଛି ସମସ୍ୟା ଦେଖାଦେଇଥିଲା ଏବଂ ତାହା ଫୁଲିଯାଇଥିଲା। ଏହି ଫୁଲା ସ୍ଥାୟୀ ହୋଇ ରହିଗଲା, ଯାହା ତାଙ୍କୁ ବହୁତ ଆଘାତ ଦେଇଚାଲିଲା। ଏଥିପାଇଁ ସେ ତାଙ୍କ ଗାଲର ଅସ୍ତ୍ରୋପଚାର କରିବାକୁ ଚାହୁଁଥିଲେ।

୨୦୧୮ ମସିହାରେ, ଏକ ଘରୋଇ ଡାକ୍ତରଖାନା ତାଙ୍କୁ ୧୧ ଲକ୍ଷ ଟଙ୍କାରେ ନେକ୍ ଲିଫ୍ଟ ସର୍ଜରୀ, ବ୍ଲେଫାରୋପ୍ଲାଷ୍ଟି ଏବଂ ରାଇନୋପ୍ଲାଷ୍ଟି ସର୍ଜରୀ କରିବାକୁ କହିଥିଲେ। ଏହି ତିନୋଟି ଅସ୍ତ୍ରୋପଚାର ସହିତ, ବେକ, ଆଖି ତଳ ମାଂସ ଏବଂ ନାକର ଆକୃତି ଠିକ ହୋଇଥାଏ। ଏହା ଦ୍ୱାରା ପିଟରଙ୍କ ଗାଲର ଆକୃତି ମଧ୍ୟ ବଦଳିଯାଏ।

Advertisment

ତାଙ୍କୁ ଏହି ତିନୋଟି ଅସ୍ତ୍ରୋପଚାର ଠିକ୍ ଲାଗିଲା ଏବଂ ସେ ୨୦୧୯ରେ ୯ ଘଣ୍ଟା ଦେଇ ଏହି ଅସ୍ତ୍ରୋପଚାର ଶେଷ କରିଥିଲେ। କିନ୍ତୁ ଏହା ପରେ ତାଙ୍କର ଆଉ ଏକ ନୂଆ ସମସ୍ୟାଦ୍ ଦେଖାଦେଇଥିଲା। ଲାଗୁଥିଲା ସତେ ଯେପରି କେହି ତାଙ୍କ ଆଖିରେ ବାଡ ଦେଇଦେଇଛି। ଆଖି ଫୁଲି ଯାଇଥିଲା ଏବଂ ପଲକ ପଡୁ ନଥିଲା। ଡାକ୍ତରମାନେ କହିଥିଲେ ଯେ ଏହା କେବଳ କିଛି ସମୟ ପାଇଁ, କ୍ଷତ ଭଲ ହେବା ମାତ୍ରେ ସବୁକିଛି ଠିକ୍ ହୋଇଯିବ। କିନ୍ତୁ ତାହା ହୋଇ ନଥିଲା।

ମାଗଣାରେ ସର୍ଜନ ଆଉ ଏକ ଅସ୍ତ୍ରୋପଚାର କରିଥିଲେ, ଯାହାଫଳରେ ଯଦି ଗାଲର ମାଂସପେଶୀ ଆଖି ପଲକର ତଳ ଅଂଶରେ ଯୋଡିଦିଆଯାଏ, ତେବେ ଆଖିପତା ପଡିବା ଆରମ୍ଭ କରେ। କିନ୍ତୁ ଏପର୍ଯ୍ୟନ୍ତ ଏହି ଅସ୍ତ୍ରୋପଚାରର କୌଣସି ଲାଭ ହୋଇ ନାହିଁ। ପିଟର କହିଛନ୍ତି ଯେ ୩ ବର୍ଷ ପରେ ମଧ୍ୟ ତାଙ୍କ ଆଖିପତା ଠିକ୍ ଭାବରେ ବନ୍ଦ ହେଉ ନାହିଁ। ବିଶେଷକରି ତାଙ୍କ ବାମ ଆଖି କେବେ ବି ପଡୁ ନାହିଁ। ଶୋଇବା ସମୟରେ, ତାଙ୍କୁ ଆଖିପତା ଉପରେ ଟେପ୍ ଲଗାଇ ଶୋଇବାକୁ ପଡୁଛି ଏବଂ ଆଖିକୁ ଆର୍ଦ୍ର ରଖିବା ପାଇଁ ତାଙ୍କୁ ଆଇ ଡ୍ରପ୍ ପକେଇବାକୁ ପଡୁଛି।

Ajab Gajab
Advertisment
Advertisment