/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642410430.jpg)
Punjab Election
ପଞ୍ଜାବ ବିଧାନସଭା ନିର୍ବାଚନ ଘୁଞ୍ଚାଇଲେ ନିର୍ବାଚନ କମିଶନ । ଫେବ୍ରୁଆରୀ ୧୪ରେ ହେବାକୁ ଥିବା ଭୋଟ ପ୍ରକ୍ରିୟା ୨୦କୁ ଘୁଞ୍ଚିଲା । ୫ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ କଟକଣା ବଢ଼ାଇଛନ୍ତି ନିର୍ବାଚନ କମିଶନ । ଆସନ୍ତା ୨୨ ତାରିଖ ଯାଏଁ କମିଶନ ରାଲି ଓ ରୋଡ୍ ଶୋ ଉପରେ କଟକଣା ଜାରି କରିଛନ୍ତି । ତେବେ ସଭା କରିବାକୁ କିନ୍ତୁ ଅନୁମତି ଦିଆଯାଇଛି । ଏହି କଟକଣା ଗତକାଲି ସରିବାକୁ ଥିବା ବେଳେ ଏହାକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଇଣ୍ଡୋର ମିଟିଂ ପାଇଁ ରାଜନୈତିକ ଦଳଙ୍କୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି । ସର୍ବାଧିକ ୩ଶହ ଲୋକ ବା ହଲ୍ କ୍ଷମତାର ୫୦ ପ୍ରତିଶତ ଉପସ୍ଥାନରେ ମିଟିଂ ଆୟୋଜନ କରିହେବ । ତେବେ ନିର୍ବାଚନ ଆଚରଣବିଧି ଓ କୋଭିଡ୍ କଟକଣା ଠିକ୍ ଭାବେ ପାଳନ କରାଯାଉଛି ନା ନାହିଁ, ତାହାର ତଦାରଖ କରିବାକୁ ସଂପୃକ୍ତ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।
ଆସନ୍ତା ଫେବ୍ରୁଆରୀ ୧୦ରୁ ମାର୍ଚ୍ଚ ୭ ମଧ୍ୟରେ ୭ଟି ଫେଜ୍ରେ ୫ ଟି ରାଜ୍ୟ ଗୋଆ, ମଣିପୁର, ପଞ୍ଜାବ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ନିର୍ବାଚନ ହେବାକୁ ଥିବା ବେଳେ ପଞ୍ଜାବ ନିର୍ବାଚନକୁ ଘୁଞ୍ଚାଇଛନ୍ତି ନିର୍ବାଚନ କମିଶନ । ମାର୍ଚ୍ଚ ୧୦ରେ ଭୋଟ ଗଣତି କରାଯିବ । ସେପଟେ କେନ୍ଦ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ ୫ ରାଜ୍ୟରେ କଟକଣା ଅବଧି ବୃଦ୍ଧି ପରେ ଏବେ ନଜର ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପାଇଁ କି ପଦକ୍ଷେପ ନେଉଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)