• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଏହି ୬ଟି ସହରରେ ରହିଲେ ବଢିବ ଆୟୁଷ

କୋରୋନା ଭାଇରସ୍‌ କାରଣରୁ ଅନେକ ଲୋକମାନେ ଅସମୟରେ ଜୀବନ ହାରୁଛନ୍ତି । କେବଳ କୋଭିଡ ୧୯ କାହିଁକି, ଏଭଳି ଆହୁରି ଅନେକ ରୋଗ ଅଛି, ଯାହା କାରଣରୁ ଲୋକମାନଙ୍କ ଜୀବନ ଚାଲିଯାଉଛି । ଏପରି ସ୍ଥଳେ ଯଦି କୌଣସି ବ୍ୟକ୍ତି ଜୀବେତ ଶରଦଃ ଶତମ୍‌ ଅର୍ଥାତ୍‌ ୧୦୦ ବର୍ଷ ବଂଚିବାର ଆଶୀର୍ବାଦ ଦିଏ, ତେବେ ସେ ଆଶୀର୍ବାଦ ସତ କେମିତି ହେବ । କଣ କଲେ ଆମେ ଦୀର୍ଘାୟୁ ହୋଇପାରିବା । ଏହି ପ୍ରଶ୍ନଗୁଡିକର ଉତ୍ତର ଆମକୁ ଦୁନିଆର ସେ ସ୍ଥାନରୁ ମିଳିପାରିବ ଯେଉଁଠାରେ ଲୋକମାନେ ଆୟୁଷ ବାକି ସ୍ଥାନର ଲୋକମାନଙ୍କ ଆୟୁଷ ଅପେକ୍ଷା ବେଶ୍‌ ଅଧିକ । ସେଠାରେ ରହୁଥିବା ଲୋକମାନେ ପ୍ରାୟତଃ ଶହେ ବର୍ଷରୁ ଅଧିକ ବଂଚନ୍ତି । ତେବେ ଲମ୍ବା ଆୟୁର ରହସ୍ୟ କଣ । କେଉଁ ସ୍ଥାନର ଲୋକମାନେ ସବୁଠାରୁ ଅଧିକ ବଂଚିଥାଆନ୍ତି ।

ଆମ ବିଶ୍ୱରେ ଏଭଳି ୬ଟି ସ୍ଥାନ ରହିଛି, ଯାହାକୁ କୁହାଯାଏ ବ୍ଲ-ଜୋନ୍‌ । ଆଉ ଏହି ବ୍ଲୁ- ଜୋନର ଲୋକମାନେ ହି ଶତାୟୁ ହୋଇଥାଆନ୍ତି । ମଧ୍ୟ ‌ଆମେରିକୀୟ ଦେଶ କୋଷ୍ଟାରିକାର ନିକୋୟା, ଇଟାଲୀର ସାର୍ଡନିୟା, ୟୁନାନର ଇକାରିୟା, ଜାପାନର ଓକିନାବା ଓ ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟର ଲୋମ୍ବା ଲିଣ୍ଡା ହେଉଛି ବିଶ୍ୱର ବ୍ଲୁ-ଜୋନ୍‌ ଅଂଚଳ । ଆଉ ଏହି ଆଖ୍ୟା ମିଳିଛି ବୈଜ୍ଞାନିକମାନଙ୍କ ଦ୍ୱାରା ।

ଏହି ଅଂଚଳରେ ରହୁଥିବା ଲୋକମାନଙ୍କ ବୟସ ବାକି ଦୁନିଆରେ ରହୁଥିବା ଲୋକମାନଙ୍କ ବୟସ ଠାରୁ ଢେର ଅଧିକ । ଏଠାରେ ଲୋକମାନଙ୍କ ବୟସ ୧୦୦ ପାର କରିଯିବାର ସମ୍ଭାବନା ଅଧିକ ରହିଥାଏ । ଇଟାଲୀର ମହାମାରୀ ବିଶେଷଜ୍ଞ ଗିୟାନ୍ନୀ ପେସେ ଓ ବେଲଜିୟମର ଜନସଂଖ୍ୟା ବିଶେଷଜ୍ଞ ମାଇକେଲ୍‌ ପୋଉଲେନ୍‌ ଏହି ସ୍ଥାନ ଗୁଡିକୁ ସର୍ବପ୍ରଥମେ ବ୍ଲ-ଜୋନ୍‌ ବୋଲି କହିଥିଲେ । ପରେ ଆମେରିକୀୟ ପତ୍ରକାର ଡେନ୍‌ ବ୍ୟୁଟେନରଙ୍କ ସହ ମିଶି ସେମାନେ ଏହି ୬ଟି ସ୍ଥାନ ଉପରେ ବହି ମଧ୍ୟ ଲେଖିଥିଲେ । ସେମାନଙ୍କ ରିସର୍ଚ୍ଚ ଅନୁଯାୟୀ ଏହି ବ୍ଲ-ଜୋନ୍‌ ରେ ରହୁଥିବା ଲୋକମାନଙ୍କ ଜୀବନଶୈଳୀରରେ ଅନେକ ବିଶେଷତ୍ତ୍ୱ ରହିଛି । ପ୍ରଥମ ବିଶେଷତ୍ୱ ହେଉଛି, ଖାଦ୍ୟପେୟ । ଏହି ଜୋନର ଲୋକମାନେ କମ୍‌ ଖାଇଥାଆନ୍ତି । ଉଦାହରଣ ସ୍ୱରୂପ ଜାପାନର ଓକିନାବାରେ ଲୋକମାନେ ୮୦ ପ୍ରତିଶତ ପେଟ ଭରିଯିବା ପରେ ଖାଇବା ବନ୍ଦ କରି ଦିଅନ୍ତି ।

A Blue Zone - Loma Linda CA ParadeA Blue Zone - Loma Linda CA Parade

ବୈଜ୍ଞାନିକଙ୍କ ଅନୁଯାୟୀ ଯଦି ଆମେ ୧୦ ପ୍ରତିଶତ କ୍ୟାଲୋରୀ କମ୍‌ ନେଉ, ତେବେ ବୟସ ବଢିବାର ଗତି କମିଯାଏ । ବିଜ୍ଞାନ କୁହେ ଯେ, କମ୍‌ ଖାଦ୍ୟ ଖାଇବା ଦ୍ୱାରା ଆମେ ଡିଏନଏରେ ବିଶେଷ ପରିବର୍ତ୍ତନ ହୁଏ ନାହିଁ । ଦ୍ୱିତୀୟ ବିଶେଷତ୍ୱ ବ୍ଲ-ଜୋନ୍‌ ର ଲୋକମାନେ ଶାତ୍ୱିକ ତଥା ଶାକାହାରୀ ଭୋଜନକୁ ପ୍ରାଧାନ୍ୟ ଦେଇଥାଆନ୍ତି । ଏହାଦ୍ୱାରା ସେମାନଙ୍କର ମେଟାବଲିଜିମ୍‌ ଅର୍ଥାତ୍‌ ଖାଦ୍ୟ ହଜମ କରିବାର କ୍ଷମତା ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ ।

ଖାଦ୍ୟପେୟର ବିଶେଷତ୍ତ୍ୱ ବ୍ୟତୀତ ବ୍ଲ-ଜୋନ୍‌ ର ଲୋକମାନେ ସୋସି‌ଆଲ୍‌ ଲାଇଫକୁ ବେଶ୍‌ ଗୁରୁତ୍ତ୍ୱ ଦେଇଥାଆନ୍ତି । ଏହି ସବୁ କ୍ଷେତ୍ରର ଲୋକମାନେ ଏଭଳି ପରିବେଶରେ ରୁହନ୍ତି ଯେଉଁଠାରେ ଲୋକମାନଙ୍କର ପରସ୍ପର ସହ ସମ୍ପର୍କ ବେଶ୍‌ ମଜବୁତ୍‌ ରହିଥାଏ । ‌ଆଉ ସାଇନ୍ସ କୁହେ ଭଲ ସମ୍ପର୍କ ଆମର ମାନସିକ ଚାପ କମାଇଥାଏ । ବନ୍ଧୁତା ଥତା ଅନ୍ୟାନ୍ୟ ସାମାଜିକ ସମ୍ପର୍କ ଆମ ମାନସିକ ଓ ଶାରିରିକ ଗତିବିଧି ପାଇଁ ଭଲ ବୋଲି ବିଚାର କରାଯାଏ । ଭଲ ସମ୍ପର୍କ ଉତ୍ତମ ଖାଦ୍ୟ ଭଳି ହି ଆମ ଶରୀର ଉପରେ ପ୍ରଭାବ ପକାଇଥାଏ ।

। ବୈଜ୍ଞାନିକମାନେ କୁହନ୍ତି ଯେ, ଏହି ସ୍ଥାନରେ ରହୁଥିବା ସବୁ ଲୋକମାନେ ଆଧ୍ୟାତ୍ମିକ ଚେତନାରେ ବିଶ୍ୱାସ କରିବା ସହ ଈଶ୍ୱର ବିଶ୍ୱାସୀ ମଧ୍ୟ । ସେଠାକାର ଲୋକମାନେ କୁହନ୍ତି ଯେ, ଯଦି ଆପଣ ଚିନ୍ତାଗ୍ରସ୍ତ ଅଛନ୍ତି ତେବେ ଆପଣ ଧର୍ମର ଶରଣ ନେଇପାରନ୍ତି । ଫଳରେ ଆପଣଙ୍କ ବୟସ ୫ ବର୍ଷରୁ ଅଧିକ ବଢିଯାଇପାରେ ।

ଏହି ୬ଟି ଅଂଚଳ ଗୁଡିକର ନିଜସ୍ୱ ବିଶେଷତ୍ତ୍ୱ ମଧ୍ୟ ରହିଛି । ଯେପରିକି ଗ୍ରୀସର ଇକାରିୟା ଦ୍ୱୀପରେ ଲୋକମାନେ ଦିନରେ ଅନେକ ଥର ଚା କିମ୍ବା କଫି ପିଇଥାଆନ୍ତି । ଏହି ଗରମ ପଦାର୍ଥ ହୃଦୟକୁ ଅନେକ ରୋଗରୁ ଦୂରରେ ରଖିଥାଏ । କାରଣ ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ । ଅନ୍ୟପଟେ ଜାପାନର ଓକି ନାବା ଦ୍ୱୀପରେ ଲୋକମାନେ କନ୍ଦମୂଳ ଓ ପିତା ତରଭୂଜ ପ୍ରଚୁର ମାତ୍ରାରେ ଖାଇଥାଆନ୍ତି । ଏହାଦ୍ୱାରା ପେଟସଫା ରୁହେ, ବ୍ଲଡ୍‌ ପ୍ରେସର କମ୍‌ ରହିଥାଏ । ଡାଏବେଟିସକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।

ଏହି ୬ଟି ବ୍ଲ-ଜୋନ୍‌ ପ୍ରାକୃତିକ ସୁନ୍ଦରତାରେ ଭରପୁର । ଯେପରିକି ଇଟାଲୀର ସାର୍ଡନିୟା ଏକ ପାହାଡିଆ ଅଂଚଳ । ଏଠାରେ ରହୁଥିବା ଲୋକମାନେ ଚାଷ କାମ ପାଇଁ ପାହାଡରୁ ଉପର ତଳ ହୋଇଥାଆନ୍ତି । ଯାହା ଏକ୍ସରସାଇଜ୍‌ ଭଳି କାମ କରେ । ସେହି ଅନ୍ୟ ୫ଟି ସ୍ଥାନ ମଧ୍ୟ ପ୍ରାକୃତିକ ସୁନ୍ଦରତାକୁ ନୂଆ ରୂପ ଦିଏ ବୋଲି କହିଲେ କିଛି ଭୁଲ୍‌ ହେବ ନାହିଁ । ଆଉ ଏହି ପରିବେଶ ହି ଲୋକମାନଙ୍କୁ ଦୀର୍ଘାୟୁ କରିଥାଏ ।

A Blue Zone citys in  green mapA Blue Zone citys in green map