Advertisment

ସୁପ୍ରିମକୋର୍ଟଙ୍କ ରାୟ : କୋଭିଡ ଟିକାକରଣ ବାଧ୍ୟତାମୂଳକ ନୁହେଁ

ଖାଲି ଡେଲ୍ଟା ନୁହେଁ ବରଂ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌କୁ ନେଇ ସାରା ଦେଶ ଆତଙ୍କିତ ହୋଇପଡିଛି । ଏମିତିକି ଦେଶରେ ପ୍ରାୟ ସ୍ଥାନରେ ବୁଷ୍ଟର ଡୋଜ ଟିକାକରଣ ମଧ୍ୟ କରାଯାଉଛି। ଏହାରି ଭିତରେ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି ଯେ, କୌଣସି ବ୍ୟକ୍ତିର ଇଚ୍ଛା ବିରୁଦ୍ଧରେ କିମ୍ବା ବାଧ୍ୟତାମୂଳକ ଭାବେ ଟିକା ଦିଆଯିବ ନାହିଁ । ଏମିତିକି ତାଙ୍କୁ ବାଧ୍ୟ ମଧ୍ୟ କରାଯିବ ନାହିଁ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Vaccination not compulsury

Vaccination not compulsury

କୋଭିଡ ଟିକାକରଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ । ବ୍ୟକ୍ତିର ଇଚ୍ଛା ନଥିଲେ ଦେଇପାରିବେ ନାହିଁ କରୋନା ଟିକା । ଏନେଇ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଦିନକୁ ଦିନ ଭାରତରେ କୋଭିଡ ସ୍ଥିତି ଅସମ୍ବାଳ ହେବାକୁ ବସିଲାଣି । ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ ହେବାକୁ ଗଲାଣି । ଏନେଇ କେନ୍ଦ୍ର ସରକାର ଟିକାକରଣକୁ ପ୍ରାଧାନ୍ୟ ଦେଉଥିବା ବେଳେ ସୁପ୍ରିମକୋର୍ଟ କିନ୍ତୁ ବିପରୀତ କଥା କହିଛନ୍ତି। ଟିକାକରଣ ବାଧ୍ୟତାମୂଳକ ନୁହେଁ ବୋଲି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

ଖାଲି ଡେଲ୍ଟା ନୁହେଁ ବରଂ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌କୁ ନେଇ ସାରା ଦେଶ ଆତଙ୍କିତ ହୋଇପଡିଛି । ଏମିତିକି ଦେଶରେ ପ୍ରାୟ ସ୍ଥାନରେ ବୁଷ୍ଟର ଡୋଜ ଟିକାକରଣ ମଧ୍ୟ କରାଯାଉଛି। ଏହାରି ଭିତରେ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି ଯେ, କୌଣସି ବ୍ୟକ୍ତିର ଇଚ୍ଛା ବିରୁଦ୍ଧରେ କିମ୍ବା ବାଧ୍ୟତାମୂଳକ ଭାବେ ଟିକା ଦିଆଯିବ ନାହିଁ । ଏମିତିକି ତାଙ୍କୁ ବାଧ୍ୟ ମଧ୍ୟ କରାଯିବ ନାହିଁ ।

ନିକଟରେ ଦିବ୍ୟାଙ୍ଗ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଟିକାକରଣର ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଥିବାରୁ ଇଭାରା ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍ ଫାଇଲ କରାଯାଇଥିଲା । ସେହି ଆବେଦନରେ ଭିନ୍ନକ୍ଷମମାନେ ଟିକା କେନ୍ଦ୍ରକୁ ଯାଇ ଟିକା ନେଇପାରୁ ନଥିବାରୁ ବିଭିନ୍ନ କ୍ଷେତ୍ରରେ ଜାରି କରାଯାଇଥିବା ପ୍ରତିବନ୍ଧକରେ ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଦର୍ଶାଯାଇଥିଲା । ଏହି ଆବେଦନରେ ଭିନ୍ନକ୍ଷମ ମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟୀକାକରଣ ପାଇଁ ଘରକୁ ଘର ବୁଲି ସେମାନଙ୍କ ଟିକାକରଣ କରିବାକୁ ଅନୁରୋଧ କରାଯାଇଥିଲା ।

Advertisment

ତେବେ ଏନେଇ କେନ୍ଦ୍ର ସରକାର ଏକ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ, କୋଭିଡ ଟିକାକରଣକୁ ନେଇ କୌଣସି ଏସଓପି ଜାରି କରାଯାଇ ନାହିଁ। ଯେକୌଣସି କ୍ଷେତ୍ର ପାଇଁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୋଭିଡ୍‌ ଟିକା ପ୍ରମାଣପତ୍ର ଦାଖଲ ଜରୁରୀ ନୁହେଁ। ତେବେ ସରକାର ସମସ୍ତଙ୍କୁ ଟିକାକରଣ ପାଇଁ ଡୋର ଡୋର୍‌ ଅଭିଯାନ ଉଦ୍ୟମ କରିବେ । ସେଥିରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ କରାଯାଇଛି।

Supreme Court Vaccination
Advertisment
Advertisment