/odishatv-khabar/media/post_attachments/uploadimage/library/16_9/16_9_0/Corona_1642420033.jpeg)
Corona
କୋଭିଡ୍ ସଚେତନତା ନେଇ ବିଶେଷଜ୍ଞ ଡାକ୍ତର କ୍ଷୀରୋଦ ରାଉତଙ୍କ ପରାମର୍ଶ । କହିଲେ ଓମିକ୍ରନ୍ ହେଉଛି ଏକ କ୍ଷୁଦ୍ର ଭୂତାଣୁ, ଯାହା ବଡ଼ ଆକାରରେ ମାଡୁଛି । ଡେଲଟା ହେଉ କି ଗାମା ହେଉ, କୌଣସି ଭୂତାଣୁ ଏଯାଏଁ ସମାପ୍ତ ହୋଇନି । ଡେଲଟା ସମାପ୍ତ ହୋଇନି, ଡେଲଟା ସ୍ଥାନ ଧିରେ ଧିରେ ଓମିକ୍ରନ ନେଉଛି । ଡେଲଟା ଭୟାବହତା ଆମେ ସମସ୍ତେ ଜାଣିଛୁ, ଡେଲଟା ଏବେ ବି ଅଛି ଏହାକୁ ଆମେ ଭୁଲିବା ନାହିଁ ବୋଲି କହିଛନ୍ତି ଡ. ରାଉତ୍ ।
ସେ ଆହୁରି କହିଛନ୍ତି ଓମିକ୍ରନ ଅଧିକ ସଂକ୍ରାମକ । କିନ୍ତୁ ଫୁସଫୁସରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯାଉଛି । ଫୁସଫୁସରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇପଡୁଥିବାରୁ କ୍ଷତି କରିପାରୁନି ଓମିକ୍ରନ୍ । କିନ୍ତୁ ଯିଏ ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ, ସେମାନଙ୍କୁ ଓମିକ୍ରନ କ୍ଷତି ଘଟାଇବ । ତେଣୁ ଏଥିପାଇଁ ଆମକୁ ସତର୍କ ରହିବା ବି ଜରୁରୀ ।
ତେବେ ଡେଲଟା ତୁଳନାରେ ଓମିକ୍ରନରେ କ୍ଷତି ପରିମାଣ କମ୍ ହୋଇପାରେ । ଯେଉଁମାନେ ଟିକା ନେଉଛନ୍ତି, ତାଙ୍କ ଉପରେ ଓମିକ୍ରନ୍ ପ୍ରଭାବ କମ୍ ପଡୁଛି । ଶୀଘ୍ର ବ୍ୟାପୁଥିବାରୁ ଶୀଘ୍ର ଦୁର୍ବଳ ହୋଇପାରେ ଓମିକ୍ରନ୍ ଭ୍ୟାରିଆଣ୍ଟ । ମାର୍ଚ୍ଚ ଶେଷ ବେଳକୁ ଓମିକ୍ରନ୍ ସଂକ୍ରମଣ ତଳମୁହାଁ ହେବ ବୋଲି ଆଶା କରାଯାଉଛି ।
ତେବେ ଆସନ୍ତା ମାର୍ଚ୍ଚ ମାସରୁ ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯାଇପାରେ ଟିକା । NTAGIର କୋଭିଡ-୧୯ ୱାର୍କିଂ ଗ୍ରୁପ୍ ଚେୟାରମ୍ୟାନ୍ ଡ. ଏନ୍.କେ ଆରୋରା ଏନେଇ ସୂଚନା ଦେଇଛନ୍ତି । ମାର୍ଚ୍ଚ ସୁଦ୍ଧା ୧୫ରୁ ୧୮ ବର୍ଗଙ୍କୁ ଟିକାକରଣ ସରିଯିବା ନେଇ ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)