/odishatv-khabar/media/post_attachments/uploadimage/library/16_9/16_9_0/Covid19_1642525222.jpg)
Covid19
ଭୁବନେଶ୍ୱର: ଦେଶରେ କରୋନା ଟେଷ୍ଟିଂ ହ୍ରାସ ପାଇବା ନେଇ ଉଦବେଗ ପ୍ରକାଶ ସହ ଏହାକୁ ଆହୁରି ତ୍ୱରାନ୍ୱିତ କରିବାକୁ ରାଜ୍ୟମାନକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି। ICMR ତଥ୍ୟ ଅନୁଯାୟୀ ଦେଶର ବିଭିନ୍ନ ରାଜ୍ୟରେ ଟେଷ୍ଟିଂ ବହୁ ପରିମାଣରେ ହ୍ରାସ ପାଇଛି। ଏହା ଫଳରେ ଦୈନିକ ସଂକ୍ରମଣ ମଧ୍ୟ ତଳମୁହାଁ ହୋଇଛି।ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟମାନଙ୍କୁ ପରମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ଆରତୀ ଆହୁଜା।
ଏ ସମ୍ପର୍କରେ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି। ସଂକ୍ରମଣକୁ ରୋକିବାକୁ ହେଲେ ଯଥାଶୀଘ୍ର ଆମକୁ ଟେଷ୍ଟିଂ, ଚିକିତ୍ସା ଓ ଆଇସୋଲେସନ ବ୍ୟବସ୍ଥା ବୃଦ୍ଧି କରିବାକୁ ହେବ। ଅଧିକରୁ ଅଧିକ ଟେଷ୍ଟିଂ କରି ନୂଆ କ୍ଲଷ୍ଟର ଓ ନୂଆ ହଟସ୍ପଟ୍ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
କଣ୍ଟେନମେଣ୍ଟ ଜୋନରେ କଣ୍ଟାକ୍ଟ ଟ୍ରେସିଂ, କ୍ୱାରେଣ୍ଟିନ ଓ ଆଇସୋଲେସନ ବ୍ୟବସ୍ଥା କରାଯିବା ଉଚିତ ବୋଲି ଚିଠିରେ ଉଲ୍ଲେଖ ଅଛି। ଏଥି ସହିତ ICMR ପକ୍ଷରୁ ଜାରି ପୂର୍ବ ଗାଇଡଲାଇନ ଅନୁଯାୟୀ ସମସ୍ତ ଲକ୍ଷଣଯୁକ୍ତ ରୋଗୀଙ୍କ ଟେଷ୍ଟିଂ ହେବା ଆବଶ୍ୟକ ବୋଲି ଦୋହାରାଇଛନ୍ତି ସ୍ୱାସ୍ଥ୍ୟ ସଚିବ।
ଆଜି ଦେଶରେ ଦିନକରେ ୨ ଲକ୍ଷ ୩୮ ହଜାର ୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧୪.୪୩ ପ୍ରତିଶତରେ ପହଞ୍ଚିଛି । ଦିନକରେ ୩୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ଭାରତରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୬ ହଜାର ୭୬୧କୁ ବୃଦ୍ଧି ପାଇଛି ।
ସେହିପରି ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୮୯୧ରେ ପହଞ୍ଚିଛି । ଗତକାଲି ଠାରୁ ଆଜି ୮.୩୧ ପ୍ରତିଶତ ଅଧତ୍କ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟ୍ୱିଟ୍ କରି ସୂଚନା ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)