• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ତାଇୱାନର ଛୁରୀ ମସାଜ୍: ମସାଜ ପାଇଁ ଲୋକମାନଙ୍କର ଭିଡ଼ ଲାଗେ

ମସାଜ ସବୁବେଳେ ଆରାମ ଦାୟକ ହୋଇଥାଏ । କିନ୍ତୁ ମସାଜ ନେଲା ବେଳେ କେବେ ଭୟର ଅନୁଭବ ହୋଇଛି ଆପଣଙ୍କୁ । କେବେ ଲାଗିଛି ଜୀବନ ବି ଯାଇପାରେ ମସାଜରୁ । ଏହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଅଜବ ଲାଗିପାରେ । କିନ୍ତୁ ତାଇୱାନରେ ଆପଣଙ୍କୁ ଏଭଳି ଏକ ଧରଣର ଛାତି ଥରାଇଦେଲା ଭଳି ମସାଜ ମିଳିଯିବ । ଆଉ ଏ ମସାଜ ଦିଆଯାଏ ଛୁରୀକୁ ବ୍ୟବହାର କରି ।

ଛୁରୀର ବ୍ୟବହାର ସାଧାରଣ ଭାବେ କଟାକଟି ପାଇଁ ବ୍ୟବହାର କରାଯାଏ । କିନ୍ତୁ ମସାଜରେ ଛୁରୀର ବ୍ୟବହାର ବିଷୟରେ କେବେ ଶୁଣିଛନ୍ତି କି । ଶୁଣିବାକୁ ଟିକେ ଅଜବ ଲାଗିପାରେ, କିନ୍ତୁ ଏହା ବିଲକୁଲ ସତ କଥା । ତାଇୱାନ, ତାଇପେଇର ମସାଜ ପାର୍ଲରରେ ଏଭଳି ମସାଜ ମିଳେ ଲୋକମାନଙ୍କୁ । ଆଉ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ମସାଜ ପାଇଁ ଲୋକମାନଙ୍କର ଭିଡ ବି ଲାଗେ । ଏହାକୁ ‘ଡାଉଲିୟାଓ’ କୁହାଯାଏ ।

ଆଉ ସାଧାରଣ ଭାବେ ଏହାକୁ 'ନାଇଫ୍‌ ମସାଜ' ବି କୁହାଯାଏ । ଚୀନର ଔଷଧୀୟ ବିଜ୍ଞାନରେ ଏହାର ବେଶ୍‌ ଅଧିକ ଚଳନ ରହିଛି । ସେଠାରେ ଛୁରୀରେ ମସାଜର ଏହି ପରମ୍ପରା ପାଖାପାଖି ୨୦୦୦ ବର୍ଷ ପୁରୁଣା । ଆଉ କୁହାଯାଏ ଏହି ପରମ୍ପରାର ଆରମ୍ଭ ବୌଦ୍ଧ ଭିକ୍ଷୁକ ମାନେ କରିଥିଲେ । ପାଖାପାଖି ହଜାରେ ବର୍ଷ ପୂବେର୍ ତାଙ୍ଗ ବଂଶ କାଳରେ ଏହି ଥେରାପି ଜାପାନରେ ବେଶ ପ୍ରଚଳନ ହେଉଥିଲା ।

୧୯୪୦ ଦଶକରେ ଚୀନର ଗୃହ ଯୁଦ୍ଧ ସମୟରେ ଛୁରୀ ମସାଜର ଏହି ପରମ୍ପରା ତାଇୱାନରେ ପହଁଞ୍ଚିଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଚୀନ ଓ ଜାପାନରେ ଏହି ଥେରାପୀ ପାଖାପାଖି ବନ୍ଦ ହୋଇଯାଇଛି କହିଲେ ଚଳିବ । କିନ୍ତୁ ତାଇୱାନରେ ଏହି ପରମ୍ପରା ଏବେ ବି ଲୋକପ୍ରିୟ । ତାଇୱାନର ରାଜଧାନୀ ତାଇପେଇରେ ଏହି ଥେରାପୀକୁ ଶିଖାଇବା ପାଇଁ ଏକ ଏଜୁକେସନ ସେଣ୍ଟର ମଧ୍ୟ ଖୋଲା ଯାଇଛି । ଯାହାର ନାଁ ରହିଛି ‘ଦ ଆନସିଏଣ୍ଟ ଆର୍ଟ ଅଫ୍‌ ନାଇଫ୍‌ ମସାଜ ଡାଓଲିୟାଓ ଆଇ ଜିଙ୍ଗ୍‌ ଏଜୁକେସନ୍‌ ସେଣ୍ଟର’ । ତାଇୱାନ ସାରା ଏହି ଏଜୁକେସନ ସେଣ୍ଟରର ପାଖାପାଖି ୩୬ଟି ଶାଖା ମଧ୍ୟ ରହିଛି । ଦୁନିଆ ସାରା ଲୋକମାନେ ଏହି କଳା ଶିଖିବାକୁ ଏଠାକୁ ଆସିଥାଆନ୍ତି ।

ଏବେ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏହି ମସାଜରୁ ଲାଭ କଣ । ତେବେ ତାଇୱାନୀ ଲୋକମାନଙ୍କ ଅନୁଯାୟୀ ଏହି ମସାଜ ଦ୍ୱାରା ଶରୀରରେ କୌଣସି ଆଘାତ ଲାଗିଥିଲେ ତାହା ଠିକ୍‌ ହୋଇଥାଏ । ଏହା ଦ୍ୱାରା ନିଦ ଭଲ ହୋଇଥାଏ ଓ ଶରୀରର ପୁରୁଣା ଦରଜ ମଧ୍ୟ ଭଲ ହୋଇଯାଇଥାଏ । ଆକ୍ୟୁପେ୍ରସର ସାଇନ୍ସରେ ଯେପରି ଥେରାପି କରାଯାଏ, ଠିକ୍‌ ସେହିଭଳି ନାଇଫ୍‌ ଥେରାପୀରେ ମଧ୍ୟ ପେ୍ରସର ପଏଣ୍ଟକୁ ଟାଗେର୍ଟ୍‌ କରାଯାଏ । ଯେଉଁମାନେ ଏହି ଥେରାପୀରେ ଚିକିତ୍ସିତ ହୁଅନ୍ତି ସେମାନଙ୍କ ମତରେ ଏହି ଥେରାପୀ ନେବା ପରେ ସେମାନେ ବେଶ୍‌ ହାଲୁକା ଅନୁଭବ କରନ୍ତି ।

ଏହି ଥେରାପୀରେ କିଛି ନିୟମ ରହିଛି, ଯାହାକୁ ପାଳନ କରିବା ନିହାତି ଆବଶ୍ୟକ । ଯଦି ମସାଜ ଦେବା ବ୍ୟକ୍ତି ଭଲ ମୁଡରେ ନାହାନ୍ତି, ତେବେ ତାଙ୍କୁ ଏହି ନାଇଫ୍‌ ମସାଜ ଦେବା କଥା ନୁହେଁ । କାରଣ ବିଶ୍ୱାସ ରହିଛି ଯେ ଏଭଳି ମସାଜ ଦେଲେ ରୋଗୀଙ୍କ ଉପରେ ନକାରତ୍ମକ ପ୍ରଭାବ ପଡିଥାଏ । ତେଣୁ ଏହି ଛୁରୀ ମସାଜ ଦେବା ବ୍ୟକ୍ତି ସବୁବେଳେ ପଜିଟିଭ୍‌ ଏନର୍ଜି ସହ କାମ କରିବା କଥା । ଏଥିପାଇଁ ସେମାନଙ୍କୁ ଶୁଦ୍ଧ ଶାକାହାରୀ ଭୋଜନ କରିବାକୁ ପଡେ । ସକାଳେ ଖୁବ୍‌ ଶୀଘ୍ର ଉଠିବାକୁ ପଡେ । ସେମାନେ ଏକ୍ସରସାଇଜ୍‌ କରନ୍ତି । ଆଉ ପ୍ରାକ୍ଟିସ୍‌ ପାଇଁ ସେମାନେ ଏକ ତକିଆ ଉପରେ ୩୦ ମିନିଟ ପର୍ଯ୍ୟନ୍ତ ଛୁରୀରେ ପ୍ରହାର କରିଥାଆନ୍ତି ।

ଛୋଟ ପିଲାମାନେ ଏହି ସେଣ୍ଟରରେ କାଠରେ ଖେଳି ନିଜର ମେଣ୍ଟାଲ୍‌ ପେ୍ରସର ଦୂର କରି ଥାଆନ୍ତି । ଅନେକ ଲୋକ ଏହି ସେଣ୍ଟର ଗୁଡିକୁ ମାନସିକ ଚିକିତ୍ସା ପାଇଁ ମଧ୍ୟ ଆସିଥାଆନ୍ତି । ଆଉ ତାହା ମଧ୍ୟ ପ୍ରାଚୀନ ଢଙ୍ଗରେ କରାଯାଇଥାଏ । ଆଉ ଏହି ପ୍ରାଚୀନ ପଦ୍ଧତିକୁ ଆଉ-ଚିଙ୍ଗ୍‌ ବା ବୁକ୍‌ ଅଫ୍‌ ଚେଞ୍ଜ୍‌ ବୋଲି କୁହାଯାଏ । ତେବେ ମସାଜ ସେଣ୍ଟରରେ କାମ କରୁଥିବା ଲୋକମାନଙ୍କ ମତରେ ଏହି ନାଇଫ୍‌ ଥେରାପିର ଚମତ୍କାରିତା ସମ୍ପର୍କରେ କାହାକୁ ବି ଅଛପା ନାହିଁ । ଯଦି କୌଣସି ବ୍ୟକ୍ତି ଥରେ ଏହି ମସାଜ ନିଏ, ସେ ଏହି ଥେରାପୀର ଫ୍ୟାନ୍‌ ବନିଯାଏ ।