Advertisment

ମାଲାମାଲ୍‌ କରିଦେଲା ଏହି Cryptocurrency, ଗୋଟିଏ ସପ୍ତାହରେ ୧,୦୦୦ ଟଙ୍କା ହୋଇଗଲା ୩,୦୦୦ କୋଟି !

କ୍ରିପ୍ଟୋକରେନ୍ସି(Cryptocurrency)ରେ ଆଜିକାଲି ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳୁଛି। ନୂଆ ଟୋକେନ୍‌ ଗତ ସପ୍ତାହକ ମଧ୍ୟରେ ଭଲ ରିଟର୍ଣ୍ଣ ଦେଇଥିବା ସୂଚନା ମିଳିଛି। ଯାହା ଅବିଶ୍ୱସନୀୟ।

author-image
Rajalaxmi Sahoo
Cryptocurrency

Cryptocurrency

କ୍ରିପ୍ଟୋକରେନ୍ସି(Cryptocurrency)ରେ ଆଜିକାଲି ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳୁଛି। ବିଟ୍‌କଏନ୍‌(Bitcoin), ଇଥେରମ୍‌(Etherum), ମିମ୍‌କଏନ୍‌(Memecoin), ଅଲ୍ଟକଏନ୍‌(Altcoin) ଭଳି କ୍ରିପ୍ଟୋକରେନ୍ସି ଚର୍ଚ୍ଚାରେ ରହିଛି। ଏସବୁ ଭିତରେ ଅନେକ ନୂଆ କ୍ରିପ୍ଟୋକରେନ୍ସି ଆସିଛି, ଯାହା ଲୋକଙ୍କୁ ଭଲ ରିଟର୍ଣ୍ଣ ଦେଉଛି। ଏହି ତାଲିକାରେ ଆଉ ଏକ ନୂଆ କ୍ରିପ୍ଟୋ ଟୋକେନ୍‌ ଏକ୍‌ତା ଟୋକେନ(Ekta Token) ନାଁ ଯୋଡ଼ି ହୋଇଛି। ଏହି ନୂଆ ଟୋକେନ୍‌ ଗତ ସପ୍ତାହକ ମଧ୍ୟରେ ଭଲ ରିଟର୍ଣ୍ଣ ଦେଇଥିବା ସୂଚନା ମିଳିଛି। ଯାହା ଅବିଶ୍ୱସନୀୟ। 

Advertisment

କଏନ୍‌ମାର୍କେଟକ୍ୟାପ୍‌(Coimmarketcap)ର ତଥ୍ୟ ଅନୁସାରେ, ଏକ୍‌ତା ଟୋକେନ୍‌ର ଭ୍ୟାଲୁ (Ekta Token Value) ୭ ଦିନ ପୂର୍ବରୁ  0.00000001396 ଡଲାର ଥିଲା। ଏବେ ଏହା 0.4039 ଡଲାରରେ ପହଞ୍ଚିଛି। ସପ୍ତାହକ ମଧ୍ୟରେ ଏହା 2,893,266,376% ବଢ଼ିଛି। ଅର୍ଥାତ୍‌, ସପ୍ତାହକ ପୂର୍ବରୁ ଯେଉଁମାନେ ଏହି ଟୋକେନ୍‌ରେ ୧,୦୦୦ ଟଙ୍କା ଇନ୍‌ଭେଷ୍ଟ କରିଥିଲେ ସେମାନଙ୍କର ଇନ୍‌ଭେଷ୍ଟମେଣ୍ଟ ବୃଦ୍ଧି ପାଇ 2,989.32 କୋଟି ଟଙ୍କା ହୋଇଯାଇଥିବା ଜଣାପଡ଼ିଛି। କଥାଟା ଆଶ୍ଚର୍ଯ୍ୟ ଓ ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ ବୋଲି କୁହାଯାଉଛି। 

ଏକ୍‌ତା ୱେବ୍‌ସାଇଟ୍‌ରେ ଉପଲ୍ଲବ୍ଧ ତଥ୍ୟ ଅନୁସାରେ, Physical Asstes ଓ Communitiesକୁ ଅନ୍‌ ଚେନ୍‌ କରିବା ଉପରେ କେନ୍ଦ୍ରିତ ବ୍ଲକ୍‌ଚେନ୍‌ ହେଉଛି ଏକ୍‌ତା ଟୋକେନ। ଖୁବ୍‌ଶୀଘ୍ର ଏହାକୁ ପବ୍ଲିକ୍‌ ଲିଷ୍ଟିଂ କରାଯିବ। ବର୍ତ୍ତମାନ ସୁଦ୍ଧା ଏହା ସିଡ୍‌ ଫଣ୍ଡିଂ ଓ ପ୍ରାଇଭେଟ୍‌ ସେଲ୍‌ରୁ ୫୦ ଲକ୍ଷ ଡଲାରରୁ ଅଧିକ ଟଙ୍କା ଏକତ୍ର କରିବାରେ ସଫଳତା ହାସଲ କରିଛି। ଯଦିଓ ଗତ ସପ୍ତାହକ ପୂର୍ବରୁ ଅଶ୍ଚର୍ଯ୍ୟଜନକ ଓ ଅବିଶ୍ୱସନୀୟ ଭାବେ ଏହି ଟୋକେନ୍‌ର ଭ୍ୟାଲୁ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ତଥାପି ଏହା ତାର ପୁରୁଣା ଅଲ୍‌ ଟାଇମ୍‌ ହାଇରୁ ତଳକୁ ଅଛି।  ଅଲ୍‌ ଟାଇମ୍‌ ହାଇରୁ ଉପରକୁ ଉଠିବା ହେଲେ ୯୬% ବୃଦ୍ଧି ଆବଶ୍ୟକ। 

Advertisment

ତେବେ ଏକ୍‌ତା ଟୋକେନ୍‌ କ୍ରିପ୍ଟୋମାର୍କେଟ୍‌ରେ ବହୁତ କମ୍‌ ବ୍ୟବହାର ହେଉଥିବା ଜଣାପଡ଼ିଛି। ବର୍ତ୍ତମାନ ଏହାର MCap ୫୦ ଲକ୍ଷ ଡଲାରରୁ କମ୍‌। ବର୍ତ୍ତମାନ ଏହି ଟୋକେନ୍‌ର 12,097,924 ସପ୍ଲାଏ ହୋଇଛି। ପ୍ରୋଜେକ୍ଟ ଡିଟେଲ୍ସ ଅନୁସାରେ, ଆଗକୁ ଅଧିକରୁ ଅଧିକ  420,000,000 ଟୋକେନ୍‌ ସପ୍ଲାଏ କରାଯାଇପାରେ। 

Cryptocurrency Ekta Token
Advertisment
Advertisment