Advertisment

CISFରେ ନିଯୁକ୍ତି, ତୁରନ୍ତୁ କରନ୍ତୁ ଆବେଦନ

ଆପଣ CISFରେ ଚାକିରି କରିବାକୁ ଚାହୁଁଛନ୍ତି କି ? ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF)ରେ ହେଡ୍‌ କନେଷ୍ଟବଳ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।

author-image
Pallipuspa Samal
ଅଦ୍ୟତନ ହୋଇଛି
cisf recruitment

cisf recruitment

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF) ରେ ହେଡ୍‌ କନେଷ୍ଟବଳ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ CISFର ଅଫିସିଆଲ ୱେବସାଇଟ୍‌କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଅନଲାଇନ ଆବେଦନ କରିବାର ପ୍ରକ୍ରିୟା ୩୧ ମାର୍ଚ୍ଚ ୨୦୨୨ରେ ଆରମ୍ଭ ହୋଇଛି । 

Advertisment

ପଦବୀ ସଂଖ୍ୟା:

CISF ପକ୍ଷରୁ ମୋଟ ୨୪୯ ପଦବୀ ରହିଥିବା ବେଳେ ମହିଳାଙ୍କ ପାଇଁ ୬୮ଟି ପଦବୀ ଓ ପୁରୁଷଙ୍କ ପାଇଁ ୧୮୧ଟି ପଦବୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

CISFରେ ପଦବୀ ଆବେଦନ ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଦ୍ୱାଦଶ ବା ପ୍ଲସ୍ ଟୁ ପାସ୍‌ କରିଥିବା ସହିତ ରାଜ୍ୟ କିମ୍ବା ଜାତୀୟ ସ୍ତରର ସ୍ପୋଟର୍ସ ପ୍ରତିଯୋଗିତାରେ ଭାଗ ନେଇଥିବା ଜରୁରୀ। ତେବେ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୨୩ ବର୍ଷ ହେବା ଜରୁରୀ ଅଟେ । ST/SC ଏବଂ SSC ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ ୫ ବର୍ଷ ଏବଂ ଓବିସି ବର୍ଗ ପାଇଁ ୩ ବର୍ଷ ରିହାତି ରହିଛି।

Advertisment

ଚୟନ ପ୍ରକ୍ରିୟା ଓ ଦରମା:

ବଛା ହୋଇଥିବା ଯୋଗ୍ୟ ପ୍ରାର୍ଥୀଙ୍କ ଦରମା ୨୫,୫୦୦ରୁ ଆରମ୍ଭ କରି ୮୧,୦୦୦ ଟଙ୍କା ମାସିକ ଦରମା ମିଳିବ। ୪ଟି ପର୍ଯ୍ୟାୟରେ ଚୟନ ପ୍ରକ୍ରିୟା ଶେଷ ହେବ। ଫିଜିକାଲ ସିଲେକ୍ସନ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ, ଟ୍ରାଏଲ ଟେଷ୍ଟ ଆଧାରରେ ପ୍ରାର୍ଥୀଙ୍କ ଚୟନ କରାଯିବ।

ପଦବୀ ପାଇଁ ଆବେଦନ ଶୁଳ୍କ:

ଆବେଦନକାରୀଙ୍କୁ ଏଥିପାଇଁ ୧୦୦ ଟଙ୍କା ଶୁଳ୍କ ଦେବାକୁ ପଡିବ। ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳାଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

CISF Recruitment
Advertisment
Advertisment