Advertisment

କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ସାମ୍ନାକୁ ଆସିଲା ଆଶ୍ୱସ୍ତିକର ଖବର

କରୋନାର ଉପରମୁହାଁ ଦୈନିକ ସଂକ୍ରମଣ ଭିତରେ ଦିଲ୍ଲୀବାସୀଙ୍କ ପାଇଁ  ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଗତକାଲି ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସହ ୧୮ ହଜାର ୨୮୬ ନୂଆ କେସ୍ ସାମ୍ନାକୁ ଆସିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Coronavirus

Coronavirus

ଦେଶରେ କରୋନାକୁ ନେଇ ହାହାକାର ମଧ୍ୟରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ା ଆଇଆଇଟି ମାଡ୍ରାସ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଦେଶରେ ଆର୍-ଭ୍ୟାଲୁରେ ହ୍ରାସ ଘଟିଛି। ଜାନୁଆରୀ ୭ରୁ ୧୩ ତାରିଖ ମଧ୍ୟରେ ଆର୍ ଭ୍ୟାଲୁ ୨.୨ ରେକର୍ଡ କରାଯାଇଛି। ଏହି ତଥ୍ୟ ଗତ ଦୁଇ ସପ୍ତାହର ରେକର୍ଡ ଠାରୁ କମ୍।

Advertisment

ଆର୍‌ ଭ୍ୟାଲୁ ହେଉଛି ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ କରୋନା ଭାଇରସ କେତେ ମାତ୍ରାରେ ବ୍ୟାପୁଛି ଏବଂ କେତେ ଜଣଙ୍କୁ ସଂକ୍ରମିତ କରୁଛି।  ପ୍ରଫେସର ନିଲେସ ଏସ୍.ଉପାଧ୍ୟାୟ ଏବଂ ପ୍ରଫେସର ଏସ.ସୁନ୍ଦରଙ୍କ ଅଧ୍ୟକ୍ଷତାରେ ଆଇଆଇଟି ମାଡ୍ରାସର ଗଣିତ ବିଭାଗ ଏବଂ କମ୍ପ୍ୟୁଟେସନାଲ ଗଣିତ ଓ ଡାଟା ବିଜ୍ଞାନ କେନ୍ଦ୍ର ପକ୍ଷରୁ କରୋନା ସଂକ୍ରମଣକୁ ନେଇ ଅଧ୍ୟୟନ କରାଯାଇଥିଲା। 

ଏଥିରୁ ମିଳିଥିବା ତଥ୍ୟ କହୁଛି, ମୁମ୍ବାଇରେ ଆର୍ ଭ୍ୟାଲୁ ୧.୩, ଦିଲ୍ଲୀରେ ୨.୫, ଚେନ୍ନାଇରେ ୨.୪ ଏବଂ କୋଲକାତାରେ ୧.୬ ରହିଛି। ପୂର୍ବ ତଥ୍ୟ କହୁଛି ଯେ, ଡିସେମ୍ବର ୨୫ରୁ  ଡିସେମ୍ବର ୩୧ ମଧ୍ୟରେ ରାଷ୍ଟ୍ରୀୟ ସ୍ତରରେ ଏହି ଆର୍ ଭ୍ୟାଲୁ ୨.୯ ରହିଥିଲା। ଜାନୁଆରୀ ପହିଲାରୁ ଜାନୁଆରୀ ୬ ମଧ୍ୟରେ ରେକର୍ଡ ହୋଇଥିବା ଆର୍ ଭ୍ୟାଲୁ ୪ ରହିଥିଲା। 

Advertisment

ଆର୍ ଭ୍ୟାଲୁରୁ ଏହା ମଧ୍ୟ ଜଣାପଡ଼ିଥାଏ ଯେ, ଜଣେ ସଂକ୍ରମିତ ବ୍ୟକ୍ତି ଅନ୍ୟ କେତେ ଜଣ ସୁସ୍ଥ ମଣିଷଙ୍କୁ ସଂକ୍ରମିତ କରିପାରନ୍ତି। ତେଣୁ ଆଇଆଇଟି ମାଡ୍ରାସ୍‌ର ତଥ୍ୟକୁ ଯଦି ଦେଖିବା, ତେବେ ଉପରମୁହାଁ ସଂକ୍ରମଣ ଭିତରେ ନିଶ୍ଚିତ ଭାବେ ସାରା ଦେଶ ପାଇଁ ଏହା ଏକ ପ୍ରକାର ଆଶ୍ୱସ୍ତିକର ଖବର। 

ଗତକାଲି ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସହ ୧୮ ହଜାର ୨୮୬ ନୂଆ କେସ୍ ସାମ୍ନାକୁ ଆସିଥିଲା। ଏହାସହ ଦିଲ୍ଲୀରେ ପଜିଟିଭିଟି ରେଟ୍‌ ମଧ୍ୟ କମିଛି। ଦିନକ ପୂର୍ବରୁ ପଜିଟିଭିଟି ରେଟ୍‌ ୩୦.୪% ଥିବାବେଳେ ଗତକାଲି ଏହା ୨୭.୮% ଥିଲା।

ଜାନୁଆରୀ ୧୫ରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ଥିଲା ୨୦ ହଜାର ୭୧୮। ତେବେ ଗତକାଲି ୧୮ ହଜାର ୨୮୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିପରି ଗତକାଲି ୨୮ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। 

ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ବୁଷ୍ଟର ଡୋଜ୍ ବି ପ୍ରାୟ ୪୩ ଲକ୍ଷ ଲୋକଙ୍କୁ ଦିଆ ସରିଲାଣି। ବଡ଼ ଉପଲବ୍ଧିକ୍ରମେ ଗତବର୍ଷ ଅକ୍ଟୋବର ୨୧ରେ ଶହେ କୋଟି ଡୋଜ୍ ମାର୍କ ଛୁଇଁଥିବା ବେଳେ ଗତ ଜାନୁଆରୀ ୭ରେ ଏହା ଦେଢ଼ ଶହ କୋଟି ଡୋଜ୍ ମାର୍କ ଅତିକ୍ରମ କରିଛି। 

କୋଭିଡ୍ ଟିକାକରଣର ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାର୍ତ୍ତା ଦେଇ ଟିକାକରଣ ଅଭିଯାନରେ ସାମିଲ ସବୁ ବ୍ୟକ୍ତି ବିଶେଷଙ୍କୁ ସାଲ୍ୟୁଟ୍ କରିଛନ୍ତି। ଏହାସହ କୋଭିଡ୍ ବିରୋଧୀ ଲଢ଼େଇରେ ଏହା ବଡ଼ ସାମର୍ଥ୍ୟ ସୃଷ୍ଟି କରିଥିବା କହିବା ସହ ଜୀବନ ଓ ଜୀବିକାକୁ ସୁରକ୍ଷା ଦେବାରେ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

COVID19 Corona Cases In Delhi
Advertisment
Advertisment