• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Cuttack

Why Ladies Not First In Bus !
ବନ୍ଦ ହେବ କୁତ୍ସିତ ପ୍ରଥା ? ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ବସ୍ ଭିତରକୁ ପ୍ରବେଶ ପାଇଁ ମିଳିବ ଅନୁମତି !

ବସରେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣର କୁତ୍ସିତ ପ୍ରଥା ଉଚ୍ଛେଦ ହେଉ ସେମାନଙ୍କ ନିରାପତ୍ତା ଓ ସମ୍ମାନକୁ ସୁରକ୍ଷା ମିଳୁ । ସରକାରୀ ଓ ଘରୋଇ, ସବୁ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ଅନୁମତି ମିଳୁ । ବସରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଚଢାଇ ନଦେବାର କଳଙ୍କିତ ପ୍ରଥା ଉପରେ ବ୍ରେକ୍ ଦେବାକୁ ପରିବହନ କର୍ତ୍ତୃପକ୍ଷଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।

5G BTS
ସୂଚନା ଦେଲା ଦୂରସଂଚାର ବିଭାଗ; ଓଡ଼ିଶାରେ ସବୁଠୁ ଅଧିକ ବିଟିଏସ ସ୍ଥାପନ କରିଛି ଜିଓ

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୫୬ ଟି ୫ଜି ବିଟିଏସ ସ୍ଥାପନ ହୋଇଥିବା ବେଳେ ଏଥିରେ ଜିଓର ୧୧୨୪ ଏବଂ ଏୟାରଟେଲର ୨୩୨ଟି ୫ଜି ବିଟିଏସ ରହିଛି ।

President Of India
'ତ୍ୱରିତ ନ୍ୟାୟ ଦେଇ ସାରା ଦେଶରେ ଉଦାହରଣ ସାଜୁ ଓଡ଼ିଶା ହାଇକୋର୍ଟ'

ରାଷ୍ଟ୍ରପତି କହିଥିଲେ, ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ହଇରାଣ ହେଉଛନ୍ତି, ବହୁ ନିର୍ଦ୍ଦୋଷଙ୍କ ଜୀବନର ମୂଲ୍ୟବାନ ସମୟ ଜେଲରେ କଟୁଛି। ଯାହା ଚିନ୍ତାର ବିଷୟ।

President Of India Droupadi Murmu
ଦୁଇ ମାସ ଆଗରୁ ଜାଣିଥିଲେ ରାଷ୍ଟ୍ରପତି ଆସୁଛନ୍ତି, ତଥାପି କଲେନି ମରାମତି ! କାହିଁକି..?

କେବଳ ରାଷ୍ଟ୍ରପତି ନୁହଁନ୍ତି, ରାଜ୍ୟପାଳ, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ବହୁ ଭିଭିଆଇପି ନିଜର ଅଭିଭାଷଣ ରଖିଥିଲେ। ଏହାକୁ ନେଇ ବର୍ଷିଛନ୍ତି ହାଇକୋର୍ଟର ଆଇନଜୀବୀ।

President Droupadi Murmu
'ନିଜ ରୋଜଗାରର କିଛି ଅଂଶ ଗରିବଙ୍କ ପାଇଁ ବିନିଯୋଗ କର'

ନ୍ୟାସନାଲ ଲ’ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବ ଅବସରରେ ଗରିବ, ଅସହାୟ ଲୋକଙ୍କୁ ସହଯୋଗ କରିବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ ଦେଇଛନ୍ତି।

President Of India
‘ଡାକ୍ତର ହିଁ ମଣିଷର ଯନ୍ତ୍ରଣା ଦୂର କରିବାର ଶକ୍ତି ରଖିଥାନ୍ତି’

ଏହାସହ ଡାକ୍ତର ପ୍ରବୀଣ ହେବା ସହ ଲୋକଙ୍କ ପ୍ରତି ଦରଦ ଥିବା ଆବଶ୍ୟକ ବୋଲି ମଧ୍ୟ କହିଛନ୍ତି ରାଷ୍ଟ୍ରପତି ।

Odisha remembers martyr Gopinath Maharana on Kargil Vijay Diwas
୨୪ ବର୍ଷ ପରେ ବି ମା’ ଆଖିରୁ ଶୁଖୁନି ଲୁହ, ଏବେବି ପଣତ କାନିରେ ପୋଛି ଦେଉଛି ପୁଅର ପ୍ରତିମୂର୍ତ୍ତି...

୨୪ ବର୍ଷ ପରେ ଆଜି ବି ସହିଦ ପୁଅର ପ୍ରତିମୂର୍ତ୍ତିରେ ଫୁଲ ଦେବାବେଳେ ମାଆ ଆଖିରେ ଆସିଯାଏ ଲୁହ। ସିମେଣ୍ଟ ପ୍ରତିମୂର୍ତ୍ତି ହେଉ ପଛେ ପୁଅ ମୁହଁକୁ ପିନ୍ଧା ଲୁଗା କାନିରେ ପୋଛିଲା ବେଳେ ଅନୁଭବ ହୁଏ ସତେ ଯେମିତି ପୁଅ ବଞ୍ଚିଛି, ତା ପାଖରେ ଅଛି।

President Droupadi Murmu’s Odisha Visit
ମା’ କଟକ ଚଣ୍ଡୀଙ୍କ ଦର୍ଶନ କଲେ ରାଷ୍ଟ୍ରପତି

କଟକରେ ରାଷ୍ଟ୍ରପତିଙ୍କ ଦିନ ତମାମ କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ପ୍ରଥମେ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ସେଠାରୁ ଶୈଳବାଳା ମହାବିଦ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ରାଷ୍ଟ୍ରପତି।

Atuta Bandhan
ଅଭାବୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସାକାର କରୁଛି ‘ଅତୁଟ ବନ୍ଧନ’

ଅଭାବୀ ଓ ମେଧାବୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଯୋଗାଉଛି ଆର୍ଥିକ ସହାୟତା । ବର୍ଷକ ତଳେ ଆରମ୍ଭ ହୋଇଥିଲା ‘ଅତୁଟ ବନ୍ଧନ’ ପରିବାର ।

Rashmita Panigrahi
ରଶ୍ମିତାଙ୍କ ସଂଘର୍ଷର କାହାଣୀ; ଯୌତୁକ ଜୁଇରେ ଜଳିବା ପରେ IAS ପାଇଁ ହସ୍ପିଟାଲ ବେଡ୍‌ରୁ ଦେଖୁଛନ୍ତି ସ୍ୱପ୍ନ

ଯୌତୁକ ଜୁଇରେ ଜଳିବା ପରଠୁ, ଗତ ଅକ୍ଟୋବର ୨୮ରୁ କଟକ ଏସସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରି ୱାର୍ଡରେ ଦରପୋଡ଼ା ଦେହ ସହ ରଶ୍ମିତା ଜିଉଁଛନ୍ତି ଏମିତି ଯନ୍ତ୍ରଣା ଜର୍ଜରିତ ଜୀବନ ।

Police foil major kidnapping bid rescue girl in Cuttack
କାର୍‌ରେ ଯୁବତୀଙ୍କୁ ଅପହରଣ କରି ନେଉଥିଲେ, ରାସ୍ତା ବ୍ଲକିଂ କରି ଅଭିଯୁକ୍ତକୁ ଧରିଲା ପୋଲିସ୍‌...

ଯୁବତୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ। ରେଡ୍ ହ୍ୟାଣ୍ଡ୍‌ରେ ଧରାପଡ଼ିଲା ଅପହରଣକାରୀ। ଜଣେ ଯୁବତୀ ସ୍କୁଟିରେ ଯାଉଥିବା ବେଳେ କାର୍‌ ଯୋଗେ ଜଣେ ଯୁବକ ତାଙ୍କୁ ଅପହରଣ କରି ନେଇଯାଉଥିବା ବେଳେ ଧରିଲା ପୋଲିସ୍‌।

President Droupadi Murmu 3 Days Odisha Visit From Today
ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ର ବାର୍ଷିକ ଉତ୍ସବ ଏବଂ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି।

Meet Rashmita Panigrahi, victim of dowry torture who aspires to become an IAS
ହସ୍ପିଟାଲ ବେଡରୁ IAS ସ୍ୱପ୍ନ; ପ୍ଲାଷ୍ଟିକ୍‌ ସର୍ଜରୀ ୱାର୍ଡରେ ବସି ପାଠ ପଢୁଛନ୍ତି ରଶ୍ମିତା

ଦେହର ୬୦ ରୁ ୭୦ ଭାଗ ପୋଡ଼ି ହୋଇଯାଇଥିଲେ ବି ସେ ନିଜ ମନୋବଳ ମାରି ଦେଇନାହାନ୍ତି । ହସ୍ପିଟାଲ୍ ବେଡରେ ବସି ଅହରହ ପଢାରେ ବ୍ୟସ୍ତ ଅଛନ୍ତି ।

President Droupadi Murmu
ଆସନ୍ତାକାଲିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଆସୁଛନ୍ତି ରାଷ୍ଟ୍ରପତି । ଚଳଚଞ୍ଚଳ ଜନ୍ମମାଟି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗମନ ପୂର୍ବରୁ ତାଙ୍କୁ ଭବ୍ୟ ସ୍ୱାଗତ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଷ୍ଟ୍ରପତି ଆସନ୍ତାକାଲି ଭୁବନେଶ୍ୱର ଆସିବା ପରେ ୨୬ ତାରିଖ ଦିନ ତମାମ ସମୟ କଟକରେ କାଟିବେ ।

Bhubaneswar Metro
ଖୁବ୍‌ଶୀଘ୍ର ଭୁବନେଶ୍ୱର-କଟକ ମେଟ୍ରୋ ! ଚାଲିଛି ୩୦ ଫୁଟ୍‌ ତଳୁ ମାଟି ପରୀକ୍ଷା

ପରୀକ୍ଷା ପାଇଁ ୩୦ଫୁଟ୍ ତଳୁ ସଂଗ୍ରହ କରାଯାଉଛି ମାଟି । ପରୀକ୍ଷଣ ଆରମ୍ଭ କରିଛି ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ।

Doctor Deadbody Found In Cuttack
ମିଳିଲା ଡାକ୍ତରଙ୍କ ମୃତଦେହ, ବନ୍ଦ ଘରୁ ଦୁର୍ଗନ୍ଧ ଆସିବାରୁ ପୋଲିସ୍‌କୁ ଜଣାଇଲେ ପଡ଼ୋଶୀ

ବନ୍ଦ ଘରୁ ମିଳିଲା ଡାକ୍ତରଙ୍କ ଗଳିତ ମୃତଦେହ। ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ।

Road Problems In Balasore And Cuttack
ପ୍ରତି ମୁହୂର୍ତ୍ତରେ ଡରାଉଛି ଏହି ରାସ୍ତା...ରାସ୍ତାକୁ ପାଦ କାଢ଼ିଲେ ଯାଉଛି ଜୀବନ

ଅସୁରକ୍ଷିତ ହୋଇପଡ଼ୁଛି NH ୧୬। ଜାତୀୟ ରାଜପଥରେ ଯା’ଆସ କରିବାକୁ ଡରୁଛନ୍ତି ଲୋକେ। କାରଣ ରାସ୍ତାକୁ ପାଦ କାଢ଼ିଲେ ଯାଉଛି ଜୀବନ।

Theft accused flees police custody in Cuttack
ବବଲୁକୁ ହାଜତରେ ଥାର୍ଡ ଡିଗ୍ରୀ ଦିଆଯାଇଥିଲା କି ?

ଏକ ଚୋରି ଅଭିଯୋଗରେ ବବଲୁକୁ ଥାନାକୁ ଆଣିଥିବା କ୍ୟାଣ୍ଟନମେଣ୍ଟ ପୋଲିସର ଭୂମିକା ଏବେ ସନ୍ଦେହ ଘେରରେ। ବବଲୁ ମହାନଦୀକୁ ଚାଲିଯାଇଥିବା ଭାଇରାଲ୍ ଭିଡିଓରୁ ସ୍ପଷ୍ଟ ହେଉଥିବା ବେଳେ, ତା ପରିବାର ଲୋକ ଥାନାକୁ ଆସି ପଚାରିବାରୁ ସେ ମେଡିକାଲ ଯାଇଛି ବୋଲି କହିଥିଲା ପୋଲିସ।

Body of theft accused who gave Cuttack cops a slip fished out from Mahanadi river
କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ଯୁବକଙ୍କ ମୃତଦେହ ଉଦ୍ଧାର

ଅଗ୍ନିଶମ ବାହିନୀ ଦ୍ୱାରା ଯୋବ୍ରା ବ୍ୟାରେଜରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

Elderly man turns saviour
ନାବାଳିକା ନାତୁଣୀ ବାହାଘର ରୋକିଲେ ଅଜା; ବର ଫେରାର୍, ୨ ଦଲାଲ ଅଟକ

ନାବାଳିକାଙ୍କ ଅଜା ଚାଇଲ୍ଡଲାଇନକୁ ଖବର ଦେଇଥିଲେ । ହେଲେ ପୋଲିସ ପହଞ୍ଚିବା ବେଳକୁ ବର ଫେରାର୍ ହୋଇଯାଇଥିଲା । ୨ଜଣ ଦଲାଲଙ୍କ ସହ ପରିବାର ଲୋକଙ୍କୁ ଥାନାକୁ ଆଣିଥିଲା ପୋଲିସ ।

BCJD opens help desk in colleges and universities
ଯୁବ ଭୋଟରଙ୍କ ଉପରେ ବିଜେଡିର ଛଞ୍ଝାଣ ଆଖି: କଲେଜ-ୟୁନିଭରସିଟିରେ ଖୋଲିଲା ହେଲ୍ପ ଡେସ୍କ

ଖାଲି ସେତିକି ନୁହେଁ ଟିଫିନ୍ ଓ ପାନୀୟ ଜଳ ବି ବଣ୍ଟା ଯାଉଛି। ହେଲ୍ପ ଡେସ୍କରେ ଛାତ୍ରଛାତ୍ରୀ ବି ନିୟୋଜିତ ଅଛନ୍ତି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଯଦି କ୍ୟାମ୍ପସ୍ ଗୁଡିକରେ ଦଳ ହେଲ୍ପ ଡେସ୍କ ଖୋଲୁଛି, ତେବେ ଛାତ୍ର ସଂସଦ ନିର୍ବାଚନକୁ କାହିଁକି ବାତିଲ୍ କରାଯାଇଛି ଓ ଛାତ୍ର ବିଜେଡି ଏନେଇ କାହିଁକି ଚୁପ୍ ବୋଲି ପ୍ରଶ୍ନ ଉଠିଛି।

Fake doctor arrested in Odisha’s Ganjam
+୨ ପଢ଼ି ସାଜିଥିଲେ ଡାକ୍ତର; ଲୋକଙ୍କ ଜୀବନ ସହ ଖେଳୁଥିଲେ ଖେଳ

ଶୁଭ୍ରଜିତ ସେଭଳି କୌଣସି ଡାକ୍ତରୀ ବିଦ୍ୟା ଅଧ୍ୟୟନ କରିନାହାଁନ୍ତି । ପାଠ ପଢ଼ିଛନ୍ତି ମାତ୍ର ପ୍ଲସ ଟୁ ଯାଏଁ । ସାନଖେମୁଣ୍ଡିରେ କ୍ଲିନିକ୍ କରି ନିଜ ନାଁ ସହ ଯୋଡ଼ିଛନ୍ତି ଲମ୍ବା ଚଉଡ଼ା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା । କେବଳ ସାନଖେମୁଣ୍ଡି ନୁହେଁ, କଟକ ରାଣୀହାଟରେ ବି ଗତ ୨ ବର୍ଷ ହେଲା କ୍ଲିନିକ୍ କରିଛନ୍ତି ।

Rajasthan youth falls to death in open drain in Cuttack
ଅତିଷ୍ଟ କଲାଣି ଟୁଇନ ସିଟିର ଡ୍ରେନ୍ ସମସ୍ୟା: ଏ ବର୍ଷ ବି ଜୀବନ ନେଲା ମୁକୁଳା ଡ୍ରେନ୍‌

ବର୍ଷା ଛାଡ଼ିଯିବା ପରେ କାଲିର ପାଣି ଆଜିକୁ ନାହିଁ। ହେଲେ କାଲିର ଜୀବନ ଆଜି କି ନାହିଁ। କାହିଁକିନା, କାଲିର ଅଳ୍ପ ସମୟ ବର୍ଷାରେ ରାସ୍ତାକୁ ଉଚ୍ଛୁଳିଥିବା ଏ ମୁକୁଳା ଡ୍ରେନରେ ପଡ଼ି ଯାଇଛି ଜଣେ 21 ବର୍ଷିୀୟ ଯୁବକର ଜୀବନ।

MLA Mohammad Mokim, Chiranjib Biswal
କଂଗ୍ରେସରେ ରାଜନୀତି ଝଡ଼; ମୋକିମ୍-ଚିରଞ୍ଜୀବ ବିଜେଡି ମୁହାଁ !

ନିଲମ୍ବନ ପରେ ମୋକିମ୍ ଓ ଚିରଞ୍ଜୀବଙ୍କ ଗତି କୁଆଡେ ? ଦୁହେଁ ବିଜେଡି ଆଡକୁ ଢଳୁଛନ୍ତି କି ? ଦଳ ଉପରେ ଏହାର କି ପ୍ରଭାବ ପଡିବ ? ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଏବେ ଜୋରଦାର ଚର୍ଚ୍ଚା ।

Youth Death
ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ

ମୁକୁଳା ଡ୍ରେନରେ ଖସି ପଡି ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ରାଜସ୍ଥାନର ରାହୁଲ ।