Advertisment

ଅନ୍ତର୍ଜାତୀୟ ମହିଳା ଦିବସ: ପ୍ରେରଣା ସାଜିଛନ୍ତି ବନିତା, ରେଣୁକା ଓ ମଧୁସ୍ମିତା

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ପୁରୁଷ ପ୍ରାଧାନ୍ୟ ସମାଜରେ ଆଜି ମହିଳମାନେ ନିଜକୁ ଦକ୍ଷ କରି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

author-image
Sonali Ojha
ଅଦ୍ୟତନ ହୋଇଛି
Water crisis

Womens Day

‘ନାରୀ’। ଶବ୍ଦ ନୁହେଁ ତ ସତେ ଯେପରି ସ୍ନେହ, ପ୍ରେମର ଗନ୍ତାଘର। ଦୁଇଟି ଶବ୍ଦ ମଧ୍ୟରେ ରହିଛି ଅନେକ ଗଭୀରତା। କେବେ ମାଆ ତ କେବେ ଭଉଣୀ କେବେ ବୋହୂ ତ ଆଉ କେବେ ସ୍ତ୍ରୀ , ଅନେକ ରୁପ ରହିଛି ତାର। ସବୁ ରୁପରେ ନିଜକୁ ଦକ୍ଷ ସାବ୍ୟସ୍ତ କରିଛି ନାରୀ। ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜାଣିବା ଏଭଳି କିଛି ମହିଳାଙ୍କ କାହାଣୀ, ଯେଉଁମାନେ ସମାଜର ସବୁ ବାଧାବିଘ୍ନକୁ ଏଡାଇ ନିଜକୁ ସ୍ବାବଲମ୍ବୀ କରିବା ସହିତ ଅସହାୟଙ୍କୁ ସହାୟ ହୋଇଛନ୍ତି।

Advertisment

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ବନୀତା ମାଉସୀ। ମାଉସୀଙ୍କର ବୟସ ୭୨ ବର୍ଷ। ମଧୁବନ ବାଳକାଟୀ ବାଲିପାଟଣା ରାସ୍ତାରେ ରହିଛି ମାଉସୀଙ୍କର ଜଳଖିଆ ଦୋକାନ । ପ୍ରତିଦିନ ସକାଳ ହେଲେ ମାଉସୀଙ୍କ ଦୋକାନରେ ଭିଡ ଜମେ ଗ୍ରାହକଙ୍କର । ଏଥିରୁ ଯାହା ରୋଜଗାର ହୁଏ ପରିବାର ପ୍ରତିପୋଷଣ କରିବା ସହିତ ନିଜର ୫ଟି ଝିଅଙ୍କର ବାହାଘର ମଧ୍ୟ କରିଛନ୍ତି ମାଉସୀ। ମାଉସୀଙ୍କର ଏହି ସାହାସ ଆଉ ଦମ୍ଭ ସମସ୍ତଙ୍କ ପାଇଁ ସାଜିଛି ପ୍ରେରଣା।

କଟକ ଜିଲ୍ଲା ନିଆଳୀ ବ୍ଲକ ନାଟୀ ଗାଁର ରେଣୁକା ସିଂ। ରେଣୁକା ପିଲାଦିନେ ପାଠ ପଢିବାକୁ ନେଇ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ। ତାଙ୍କ ଭଳି ଆଉ ଯେମିତି କେହି ଏପରି କଷ୍ଟ ନଭୋଗନ୍ତୁ ସେ ନେଇ ଯୁକ୍ତ ୩ ସାରିବା ପରେ ୬ ଜଣ ପିଲାମାନଙ୍କୁ ନେଇ ବିଦ୍ୟାଳୟ ଗଢିଥିଲେ। ଆଜି ଏହି ବିଦ୍ୟାଳୟରେ ୩୫୦ରୁ ୪୦୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏହି ବିଦ୍ୟାଳୟରୁ ପାଠପଢି କିଏ ଡାକ୍ତର ତ ଆଉ କିଏ ଇଞ୍ଜିନିୟର ହୋଇଛନ୍ତି । ଏମାନଙ୍କୁ ଦେଖି ରେଣୁକା ନିଜର ୨୨ ବର୍ଷର ତପସ୍ୟା ସଫଳ ହୋଇଥିବା କହିଛନ୍ତି ।

Advertisment

ସେହପରି ଅନ୍ୟଜଣେ ମହିଳା ହେଉଛନ୍ତି ନିଆଳୀ ବ୍ଲକ ଅପୁଜା ଗାଁର ମଧୁସ୍ମିତା ମହାନ୍ତି। ଅପୁଜା ଅଡଶପୁର ବଜାରରେ ଏକ ଓମଫେଡ ପାର୍ଲର କରି ସ୍ବାମୀଙ୍କୁ ସହାଯ୍ୟ କରିବାକୁ ଅଣ୍ଟା ଭିଡିଛନ୍ତି। ସ୍ବାମୀଙ୍କ କାନ୍ଧରେ କାନ୍ଧ ମିଳାଇ ସବୁକ୍ଷେତ୍ରରେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ପୁରୁଷ ପ୍ରାଧାନ୍ୟ ସମାଜରେ ଆଜି ମହିଳମାନେ ନିଜକୁ ଦକ୍ଷ କରି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

International Womens Day
Advertisment
Advertisment