ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି।
ଶ୍ରମିକ ପ୍ରତିନିଧି ସୁଶାନ୍ତ ନାୟକଙ୍କ ନେତୃତ୍ବରେ ଆୟୋଜିତ ସଭାରେ ଇମ୍ଫାର ଭି.ପି. ବିନୟ ଅଗ୍ରୱାଲ ଓ ସିନିୟର୍ ମ୍ୟାନେଜର ସାରଦା ପ୍ରସାଦ ରାଓ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରମିକ ମାନଙ୍କ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା । କୁଶଳୀ ଶ୍ରମିକ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଭୀଷଣ ହେଉଛି ଗ୍ରୀଷ୍ମକୋପ । ଆକାଶରୁ ହେଉଛି ଅଗ୍ନିବର୍ଷା । ଆସନ୍ତାକାଲି ଯାଏଁ ସିଭିୟର ହିଟ୍ ୱେଭ୍ ପାଇଁ ରାଜ୍ୟ କିଛି ସ୍ଥାନରେ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି ପାଇଁ ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି ।
କଟକ ରାଜନୀତିରେ ଏଥର ନୂଆ ପ୍ରସଙ୍ଗ କଟକିଆ ନେତା । ବାହାର ନେତାଙ୍କୁ ବଡ଼ ପ୍ରସଙ୍ଗ କରିଛନ୍ତି ବିରୋଧୀ ।
୧୦/୧୫ ବର୍ଷ ତଳେ ରାଜଧାନୀରେ କେମିତି ବୋହୁଥିଲା ଶୀତଳ ପବନ, କେମିତି ଆରାମଦାୟକ ଥିଲା ଭୁବନେଶ୍ୱର। କିନ୍ତୁ ଆଜି ଶୀତଳ ନୁହେଁ, ଝାଞ୍ଜି ମାଡ଼ରେ ପୋଡ଼ିଯାଉଛି ସର୍ବାଙ୍ଗ। ମୁଣ୍ଡ ଉପରେ ସୂର୍ଯ୍ୟଙ୍କ ପ୍ରକୋପ, ପାଦ ତଳେ ଉତ୍ତପ୍ତ ଧରାପୃଷ୍ଠ।
କିଛିସ୍ଥାନରେ ପାରଦ ୪୫ ଡିଗ୍ରୀ ଛୁଇଁଯିବ। ଅସମ୍ଭାଳ ତାତି ଓ ଗୁଳୁଗୁଳିରୁ ୧ ତାରିଖ ଯାଏଁ ଆଶ୍ବସ୍ତି ମିଳିବାର ସମ୍ଭାବନା କମ୍। କିନ୍ତୁ ୨ ତାରିଖରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଆଜିଠୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’୭ରେ ନାମାଙ୍କନପତ୍ର ଯାଞ୍ଚ ହେବ। ମେ’୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ।
ଭୁବନେଶ୍ବରରେ ରାହୁଲ ଗାନ୍ଧୀ । ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସ୍ବତନ୍ତ୍ର ବିମାନଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି।
ଆସନ୍ତା ମେ' ପହିଲା ଯାଏଁ ଏଭଳି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ଟ୍ୱିନସିଟିବାସୀଙ୍କୁ ତ୍ରାହି ମିଳିବନି । ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦେଖି ମେ ୧ ଯାଏଁ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି।
୪୦ ତଳକୁ ଖସିବାର ନାଁ ଧରୁନି ପାରଦର ଗ୍ରାଫ୍। ଆଜି ସର୍ବାଧିକ ୪୪.୬ ଡିଗ୍ରୀ ସହ ଚଳିତ ଗ୍ରୀଷ୍ମୠତୁରେ ସର୍ବକାଳୀନ ରେକର୍ଡ କରିଛି ଭୁବନେଶ୍ୱରର ତାପମାତ୍ରା।
ଏଥର ସିଭିଲ ସର୍ଭିସ ପରୀକ୍ଷାରେ ସମସ୍ତଙ୍କୁ ଚମକାଇ ଦେଇଛି ରାଉରକେଲା ନିଟ୍ । ପ୍ରଥମଥର ପାଇଁ ଏକାସଙ୍ଗେ ପାଂଚ ପାଂଚ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି ।
ଦଳୀୟ କର୍ମକର୍ତ୍ତା ବୈଠକରେ ଯୋଗଦେଲେ ସୋଫିଆ ଫିର୍ଦ୍ଦୋସ । ସୋଫିଆଙ୍କ ପ୍ରାର୍ଥୀତ୍ବ ପ୍ରସ୍ତାବକୁ ସର୍ବସମ୍ମତି: ମହମ୍ମଦ ମୋକିମ ।
ବାପାଙ୍କ ଜାଗାରେ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି ଝିଅ । ସୋଫିଆଙ୍କ କଂଗ୍ରେସ ପ୍ରାର୍ଥୀତ୍ୱକୁ ନେଇ ଆରମ୍ଭ ହେଲାଣି କସରତ ।
କଟକ-ବାରବାଟୀ ବିଧାନସଭା ଆସନରେ ମହମ୍ମଦ ମୋକିମଙ୍କ ସ୍ଥାନରେ ତାଙ୍କ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବାକୁ ସହମତି ମିଳିଛି ।
କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ । ORHDC ଦୁର୍ନୀତି ମାମଲାରେ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ ।
ସରକାରୀ କର୍ମଚାରୀ ହେବା ସତ୍ତ୍ୱେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଏମାନେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲା ବିଜେପି।
ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି ଅସନ୍ତୁଷ୍ଟ । ପ୍ରଥମେ ସୁନୀତା ଓ ରଘୁନନ୍ଦନଙ୍କ ପରେ ବର୍ତ୍ତମାନ ଅସନ୍ତୋଷ ଝାଡ଼ିଛନ୍ତି ସୁରେନ୍ଦ୍ର ସେଠୀ । ତୁଷାରକାନ୍ତିଙ୍କୁ ଟିକେଟ ପରେ ବର୍ଷିଛନ୍ତି ସୁରେନ୍ଦ୍ର ସେଠୀ ।
ବିଜେଡିର ଇଫତାର ପାର୍ଟିରେ ପୋଲିସ ଅଧିକାରୀ । କଟକ ଚୌଦ୍ୱାର ବ୍ଲକ ବ୍ରହ୍ମପୁରରେ ଆୟୋଜିତ ଇଦ ଉଲ ଫିତର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଚୌଦ୍ୱାର ଥାନା ଅଧିକାରୀ ବିଶ୍ୱରଞ୍ଜନ ସାହୁ ଓ ମହିଳା ସବ ଇନ୍ସପେକ୍ଟର ସରସ୍ୱତୀ ସାହୁ ।
ଡହଡହ ଖରା, ଆଉ ତା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଲୋକେ। ଏହି ସମୟରେ ପାଠାଗାରରେ ଅଧ୍ୟୟନ କରୁଛନ୍ତି ଛାତ୍ରଛାତ୍ରୀ। କଟକ ଖାନନଗର ନେତାଜୀ ବସ ଟର୍ମିନାଲ ନିର୍ମାଣ ହେବା ପରେ ସେଠାରେ ଅସ୍ଥାୟୀ ଭାବେ ଚାଲିଛି ପାଠାଗାର।
କଲବଲ କରୁଛି ଅସହ୍ୟ ଖରା। ଆଜି ପାଇଁ ୧୯ଟି ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ନେଇ ମଧ୍ୟ ଚେତାବନୀ ।
ଶ୍ରୀମନ୍ଦିରରୁ ଅଜ୍ଞାମାଳ ଆସିବ ପରେ ହେଲା ରଥକାଠ ଚିରଟ । ପ୍ରଥମ ପର୍ଯ୍ୟାୟରେ 450 ଖଣ୍ଡ କାଠର ହେବ ଚିରଟ ।
ଚୌଦ୍ୱାରର ବିରାଟ ଗାଦି ବହୁ ପୁରାତନ ଐତିହ୍ୟ ବହନ କରେ। ଏଠି ଅନେକ ଐତିହ୍ୟ ଲୁକାୟତ ଭାବେ ରହିଥିବା ସ୍ଥାନୀୟ ଲୋକେ କୁହନ୍ତି। ଚୌଦ୍ୱାର ଅଞ୍ଚଳର ୯ଟି ମୌଜକୁ ଏଏସ୍ଆଇ ନିଜ ହାତକୁ ନେଇଛି।
କଟକ ବିଜେଡିରେ ଗୋଷ୍ଠୀ କନ୍ଦଳ । ସମାନ୍ତରାଳ ଭାବେ ବିଜେଡିର ଦୁଇ ଦୁଇଟି କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ଜୋର । ଗୋଟିଏ ପଟେ କଟକ ସାରଳା ଭବନରେ ମହିଳା ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା ।
ଅଭିନବ ଉପାୟରେ ବୃଦ୍ଧାଙ୍କ ଠାରୁ ଲୁଟ । ସ୍ପଷ୍ଟ ଦିବାଲୋକରେ ଦିନବେଳା ଆସିଲେ ଦୁଇ ଜଣ ଯୁବକ । ଗେଟ ଖୋଲି ଘରେ ପଶିଲେ । ଜଣେ ଘର ବାରଣ୍ଡାରେ ରହିଲେ ଆଉ ଜଣେ ବାହାରେ ରହି ସ୍ଥିତି ପରଖୁଥିଲା ।
ଆଜି କଟକରେ ବିଜେଡି କର୍ମୀ ସମ୍ମିଳନୀ କରିଥିବା ବେଳେ, ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଛି ଯୁବ ସମାବେଶ କାର୍ଯ୍ୟକ୍ରମ। ଦେବାଶିଷ ସାମନ୍ତରାୟ ଓ ଭର୍ତ୍ତୃହରି ମହତାବଙ୍କ ମଧ୍ୟରେ କଥା କଟାକଟି ହୋଇଛି।