Advertisment

କଲବଲ କରିବ ତାତି; ଟୁଇନସିଟି ସମେତ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି

ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,ପାରଳାଖେମୁଣ୍ଡି, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରିରେ ତାପମାତ୍ରା ଅଧିକ ରହିପାରେ ।

author-image
Sonali Ojha
ଅଦ୍ୟତନ ହୋଇଛି
undefined

Heat Wave

ପୁଣି କଲବଲ କରିବ ତାତି। ରାଜ୍ୟ ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବାକୁ ଥିବାବେଳେ, ତାତି ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡ଼ ପ୍ରଭାବରେ ବାୟୁମଣ୍ଡଳରେ ଶୁଷ୍କତା ବଢିବା ସହ ଟାଣ ଖରା ଅନୁଭୁତ ହେବ।

Advertisment

ଆଗାମୀ ୩ ରୁ୪ ଦିନ ଯାଏଁ ବଢିବ ତାତି। ରାଜ୍ୟର ଅନେକ ସ୍ଥାନରେ ୪ ରୁ ୬ଡିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି। ଏନେଇ ଅଧିକାଂଶ ଜିଲ୍ଲାକୁ ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଟୁଇନସିଟିରେ ମଧ୍ୟ ତାପମାତ୍ରା ଅଧିକ ରହିବ।

ଏଥିସହ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,ପାରଳାଖେମୁଣ୍ଡି, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରିରେ ତାପମାତ୍ରା ଅଧିକ ରହିପାରେ ବୋଲି ଆକଳନ କରାଯାଇଛି। ତେବେ ୧୪ ତାରିଖରେ ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମା ଝଡ। ପ୍ରଭାବରେ ୧୬ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।

Advertisment

Twin City Heat Wave Heat Wave Warning
Advertisment
Advertisment