Advertisment

ପଲିଟିକାଲ ଡ୍ରାମା ! ପ୍ରଥମେ ଉମା କାନ୍ଦିଲେ, ଏବେ ରାଜା ସ୍ୱାଇଁ କାନ୍ଦିଲେ...

ପ୍ରଥମେ ସତ୍ୟବାଦୀର ପୂର୍ବତନ ବିଧାୟକ ଉମା ସାମନ୍ତରାୟ ଏକ ରାଜନୈତିକ ସଭା ମଞ୍ଚରେ ଭାଷଣ ଦେଉଥିବା ବେଳେ କାନ୍ଦି ପକାଇଥିଲେ । ଏବେ ରାଜା ସ୍ୱାଇଁ କାନ୍ଦିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Ranendra Pratap Swain Crying Drama

Ranendra Pratap Swain

ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟରେ ନୂଆ ନୂଆ ପଲିଟିକାଲ ଡ୍ରାମା ସେତିକି ଦେଖିବାକୁ ମିଳୁଛି । ଘର ଘର ବୁଲି ନେତାମାନେ କେଉଁଠି ପଖାଳ ଖାଇଲେଣି ତ କେଉଁଠି ଲୋକଙ୍କୁ ଚପଲ ଖୋଲି ମୁଣ୍ଡିଆ ବା ଜୁହାର ହେଲେଣି । ଯାହାର ଫଟୋ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏମିତିକି କିଛି ନେତା ନେତ୍ରୀ ଯୁବକ ଯୁବତୀଙ୍କ ସହ ଖେଳ କୁଦ, ନାଚ କୁଦ କରି ଫଟୋ ଭିଡିଓ ଭାଇରାଲ କଲେଣି । ଖାଲି ସେତିକି ନୁହେଁ ଲୋକଙ୍କ ସହ ମିଶିବା ପାଇଁ ଅନେକ ପନ୍ଥା ଆପଣାଇଲେଣି ନେତା ।

Advertisment

ତେବେ ଏହାରି ଭିତରେ ଏବେ ଦେଖିବାକୁ ମିଳିଛି ବିଜେଡି ନେତାଙ୍କ କାନ୍ଦ । ମଞ୍ଚ ଉପରେ ହେଉ କିମ୍ବା କୌଣସି ରାଜନୈତିକ ବୈଠକରେ, ବିଜେଡି ନେତାଙ୍କୁ କାନ୍ଦିବାର ଦେଖିବାକୁ ମିଳୁଛି । ପ୍ରଥମେ ସତ୍ୟବାଦୀର ପୂର୍ବତନ ବିଧାୟକ ଉମା ସାମନ୍ତରାୟ ଏକ ରାଜନୈତିକ ସଭା ମଞ୍ଚରେ ଭାଷଣ ଦେଉଥିବା ବେଳେ କାନ୍ଦି ପକାଇଥିଲେ ।

ଅଧିକ ପଢ଼ନ୍ତୁ: ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କିଏ ହେବେ ପ୍ରାର୍ଥୀ...ଜୋର ଧରିଲା ରାଜନୀତି...

Advertisment

ଆଉ ଏବେ ଆଖିରୁ ଲୁହ ଝାରାଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ରାଜା ସ୍ୱାଇଁ । ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କେହି ନାହାନ୍ତି । ତାଙ୍କର ବାପା-ମାଆ, ପୁଅ- ଝିଅ କେହି ନାହାନ୍ତି । ସିଏ ମରିଗଲେ ତାଙ୍କ ମୁହଁରେ ପାଣି କି ମୁଖାଗ୍ନି ଦେବାକୁ ବି କେହି ନାହାନ୍ତି । ଓଡ଼ିଶାର ସାଢ଼େ ୪ କୋଟି ଲୋକ ତାଙ୍କର’ । ଲୋକଙ୍କୁ ଏଭଳି କହିବା ବେଳେ ଭାବ ବିହ୍ୱଳ ହୋଇ କାନ୍ଦି ପକାଇଥିଲେ ରାଜା ସ୍ୱାଇଁ ।

ଆଠଗଡ ମହୋତ୍ସବ ପଡିଆରେ ଭତ୍ତାବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନବୀନଙ୍କୁ ଭୋଟ୍ ଦେବାକୁ ନିବେଦନ କରିବା ଛଳରେ ଭାବବିହ୍ୱଳ ହୋଇ ଏଭଳି କହିବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଏମିତିକି ଏତକ କହିବା ପରେ ରାଜା ସ୍ୱାଇଁ କାନ୍ଦି ପକାଇଥିବା ଦେଖି ସାଧାରଣ ଲୋକେ ମଧ୍ୟ କାନ୍ଦି ପକାଇଥିଲେ । ତେବେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏହାକୁ ଡ୍ରାମା କହୁଥିବା ବେଳେ ଆଉ କିଛି ଲୋକ ଏହାକୁ ପଲିଟିକାଲ ଷ୍ଟଣ୍ଟ କହିଛନ୍ତି । 

ଅନ୍ୟପଟେ ରାଜା ସ୍ୱାଇଁଙ୍କ ପୂର୍ବରୁ ଉମା ସାମନ୍ତରାୟ ସତ୍ୟବାଦୀରେ ଏକ ରାଜନୈତିକ ସଭା ମଞ୍ଚରେ ଭାଷଣ ଦେଉଥିବା ବେଳେ କାନ୍ଦି ପକାଇଥିଲେ। ‘ମୋ ଜନ୍ମ ମାଟି ହେଉଛି ସତ୍ୟବାଦୀ । ଏଇଠି ଜନ୍ମ ହୋଇଛି ଏଇଠି ମରିବି । ଆଉ କୁଆଡ଼େ ଯିବିନି‘ । ଏଭଳି କହୁ କହୁ କାନ୍ଦି ପକାଇଥିଲେ ଉମା । ତେବେ ଉମା ଏଭଳି କହିବା ପଛର କାରଣ ମଧ୍ୟ ରହିଛି ।

ଅଧିକ ପଢ଼ନ୍ତୁ: ଚାଲିଥିଲା ବିଜେପିର ମିଶ୍ରଣ ପର୍ବ, ମଞ୍ଚ ଉପରେ ଗଣ୍ଡଗୋଳ କଲେ ବିଜେଡି କର୍ମୀ !

ତାହା ହେଲା, କିଛି ଦିନ ହେବ ସଞ୍ଜୟ ଦାସବର୍ମାଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସଞ୍ଜୟ ନିଜେ କହିଛନ୍ତି ଯେ ‘ମୁଁ ସତ୍ୟବାଦୀରୁ ପ୍ରାର୍ଥୀ ହେବା ପ୍ରାୟ ୧୦୦ ପ୍ରତିଶତ ସତ । ଦଳ ମଧ୍ୟ ଏହା ଚାହୁଁଛି । ଆଉ ଉମା କିମ୍ବା ତାଙ୍କ ପତ୍ନୀ ଯଦି ସ୍ୱାଧୀନ ଭାବେ ଲଢ଼ିବେ ତେବେ କେତେ ଭୋଟ ପାଇବେ ? କର୍ମୀଙ୍କ ସହ ଏମିତି କିଛି ଆଲୋଚନା କରୁଥିବାର ଭିଡିଓ ଭାଇରାଲ ହେବା ପରେ ଉମା ଏକ ସଭାମଞ୍ଚରେ ସଞ୍ଜୟଙ୍କୁ ଟାର୍ଗେଟ କରିବା ସହ ଖୁବ୍‌ ଇମୋସ୍‌ନାଲ ହୋଇପଡ଼ିଥିଲେ ।

BJD BJP Congress Ranendra Pratap Swain Odisha Politics
Advertisment
Advertisment