ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୫,୧୩୦ ଟଙ୍କା ହୋଇଛି।
କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା । ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ନାମାଙ୍କନ ବେଳେ ଅପରାଧିକ ତଥ୍ୟ ଲୁଚାଇଥିବାରୁ ରାୟ ।
କଟକରେ ବକ୍ସ ଡ୍ରେନ ଲୋକାର୍ପଣ ପରେ ଆରମ୍ଭ ହୋଇଛି ରାଜନୀତି। ବକ୍ସଡ୍ରେନ ନିର୍ମାଣର ଶ୍ରେୟ କାହାକୁ ଯିବ ତାକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗି ଆରମ୍ଭ ହୋଇଛି।
ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ପକ୍ଷରୁ ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବା ପାଇଁ ୨୦୨୧ ମସିହାରେ ଆବେଦନ କରାଯାଇଥିଲା।
କଟକର ପ୍ରସିଦ୍ଧ ଦହିବରା ଏବେ ସାରା ରାଜ୍ୟରେ ବ୍ୟାପିଲାଣି। ଗାଁ ଗାଁରେ ଘରେ ଘରେ ଦହିବରାକୁ ବେଶ୍ ଉତ୍ସାହରେ ଖାଇବାକୁ ପସନ୍ଦ କରନ୍ତି ଓଡ଼ିଆ।
ବର୍ତ୍ତମାନ ବାଲେଶ୍ୱରରେ ଡଫ୍ଲର ରାଡାର କାମ ଅଧା ଶେଷ ହୋଇଛି। ସମ୍ବଲପୁରରେ ଉପକରଣ ମଧ୍ୟ ପହଞ୍ଚିସାରିଛି।
କର୍କଟ ଗବେଷଣା ଓ ଚିକିତ୍ସା କ୍ଷେତ୍ରରେ ନୂଆ ସଫଳତା । ମାରାତ୍ମକ କ୍ୟାନସରକୁ ମାତ୍ ଦେବ ମାତ୍ର ୧୦୦ ଟଙ୍କିଆ ଟାବଲେଟ୍ । ଶରୀରରେ କ୍ୟାନସର ସେଲ୍ ବ୍ୟାପିବାରୁ ରୋକିବ ।
ପ୍ରଥମେ ସତ୍ୟବାଦୀର ପୂର୍ବତନ ବିଧାୟକ ଉମା ସାମନ୍ତରାୟ ଏକ ରାଜନୈତିକ ସଭା ମଞ୍ଚରେ ଭାଷଣ ଦେଉଥିବା ବେଳେ କାନ୍ଦି ପକାଇଥିଲେ । ଏବେ ରାଜା ସ୍ୱାଇଁ କାନ୍ଦିଲେ ।
ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଘୂରି ବୁଲିଲା ଗଣିତ ପ୍ରଶ୍ନପତ୍ର । ଦୋଷୀଙ୍କୁ କଡ଼ା ଦଣ୍ଡ ପାଇଁ ପିଲା ଓ ଅଭିଭାବକଙ୍କ ଦାବି ।
ଭାଇରାଲ୍ ପ୍ରଶ୍ନପତ୍ରକୁ ପିଲାଏ ଚିହ୍ନିଲା ପରେ ଅଜବ ଉତ୍ତର ରଖିଛନ୍ତି ବୋର୍ଡ ସଭାପତି । ବୋର୍ଡ ସଭାପତିଙ୍କୁ ପ୍ରଶ୍ନ କରିବା ପରେ ସେ ସ୍ପଷ୍ଟୀକରଣ ଦେବା ପରିବର୍ତ୍ତେ ଗଣମାଧ୍ୟମକୁ ଓଲଟା ଟାର୍ଗେଟ କରିଛନ୍ତି ।
ଆଇନ ଜାଲରେ ଛନ୍ଦି ହେଲା ଜାହାଜ MV ଦେବୀ। ବନ୍ଦର ଭଡ଼ା ବାବଦକୁ ଦେଇନାହିଁ ୮ କୋଟି।
ଥମୁନି ଛତ୍ରବଜାର ପିଣ୍ଡି ବିବାଦ । ଖାଲି ପଡ଼ିଛି ପିଣ୍ଡି, ରାସ୍ତାରେ ବ୍ୟବସାୟୀ । ଛତ୍ରବଜାର ପିଣ୍ଡି ବଣ୍ଟନ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି।
ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ପ୍ରଥମ ଦୁଇଟି ମ୍ୟାଚ୍ ଅନ୍ୟ ଷ୍ଟାଡିୟମରେ ଖେଳାଯିବାର ସମ୍ଭାବନା ରହିଛି।
ପୂରା ଭଙ୍ଗାହେବ, ସଂପୂର୍ଣ୍ଣ ନୂଆ ହେବ। ନୂଆ ରୂପରେ ଦେଖିବାକୁ ମିଳିବ କଟକ ବାରବାଟୀ ଷ୍ଟାଡିୟମ୍। ୭ ଶହ କୋଟି ଟଙ୍କାର ବ୍ୟୟବରାଦରେ ନୂଆ ଲୁକ୍ ପାଇବ ବାରବାଟୀ ଷ୍ଟାଡିୟମ।
ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ରାଜ୍ୟର ପ୍ରାୟ ଶହେଟି ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୭ରୁ ୮ଟି AI ସର୍ଭେଲାନ୍ସ କ୍ୟାମେରା ଲାଗିଥିବା ବେଳେ, ଶହେରୁ ଅଧିକ ସମ୍ବେଦନଶୀଳ କେନ୍ଦ୍ର ଏବଂ ସମସ୍ତ ନୋଡାଲ ସେଣ୍ଟରରୁ ହେଉଛି ଲାଇଭ ଷ୍ଟ୍ରିମିଂ ।
ଏଥର କୁଆଡ଼େ ଯିବ ମାହାଙ୍ଗାବାସୀଙ୍କ ମୁଡ୍ ? କେଉଁ ନେତାଙ୍କୁ ଗାଦିରେ ବସାଇବେ ମାହାଙ୍ଗା ଜନତା ? କାହାକୁ ନିଜର କରିବେ, ଆଉ କିଏ ହେବ ପର ? କଟକ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ବିଧାନସଭା ନିର୍ବାଚନମଣ୍ଡଳୀ ମାହାଙ୍ଗା ।
ସଂପୂର୍ଣ୍ଣ ଭାବେ ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ। ନୂଆ କରି ତିଆରି ହେବ ଷ୍ଟାଡିୟମ। ଭଙ୍ଗାଯିବା ନେଇ ଓସିଏ ସଂପାଦକ ସଂଜୟ ବେହେରାଙ୍କ ସୂଚନା।
କେଉଁଠି ଫୁଲ ଚନ୍ଦନ ଦେଇ ସ୍ୱାଗତ.. କେଉଁଠି ମିଠା ଖୁଆଇ ଉତ୍ସାହ ବୃଦ୍ଧି । ଏକାଡେମିକ୍ କ୍ୟାରିୟରର ପ୍ରଥମ ବଡ଼ ପରୀକ୍ଷା । ତେଣୁ ଡର ଯେତିକି, ଉତ୍ସାହ ବି ସେତିକି । ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ବୋର୍ଡ ପରୀକ୍ଷା ।
ଜିଲ୍ଲା ଖଣି ଅଧିକାରୀଙ୍କୁ ଧକ୍କା ଦେବା ପରେ ଡ୍ରାଇଭର ଖସି ପଳେଇ ଯାଉଥିବା ବେଳେ ଗାଡ଼ିକୁ ଜବତ କରାଯାଇଛି।
ବାଇକରେ ବାପା ମାଆ ଓ ଝିଅ ଯାଉଥିବା ବେଳେ ଚଢ଼ିଗଲା ଟ୍ରକ୍। ଏଥିରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଝିଅ ଗୁରୁତର ଆହତ ହୋଇଛନ୍ତି।
ଆଗାମୀ ୩ଦିନ ଉପକୂଳ ଓଡିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡିକରେ ରାତ୍ରିରୁ ସକାଳ ମଧ୍ୟରେ ଘନ କୁହୁଡି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ମିଛ ତ ମିଛ..ପୁଣି ଡାହା ମିଛ..ନିର୍ବାଚନୀ ଯେତିକି ପାଖେଇ ଆସୁଛି, ସେତିକି ମିଛ ପ୍ରଚାରର ସୌଦାଗର ସାଜିଛନ୍ତି ରାଜ୍ୟ ସରକାର।
ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ଗୁରୁତ୍ୱ ଦିଆଯାଇଛି ଏବଂ ମାଧ୍ୟମିକ ଶିକ୍ଷା ପରିଷଦରେ ଏହାର ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ହୋଇଛି । ପରୀକ୍ଷା ଲାଗି ଭିନ୍ନକ୍ଷମମାନଙ୍କୁ ଅଧିକ ଘଣ୍ଟାଏ ସମୟ ମିଳିବ ।
ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ବିକାଶ ମୂଳକ କାର୍ଯ୍ୟର ପ୍ରଚାର ସହ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ ପାଇଁ କର୍ମୀ ଓ ନେତାଙ୍କୁ କହିଥିଲେ । ବିଜେଡି ସରକାରକୁ ବିଦା କରିବା ସହ ଆଗାମୀ ଦିନରେ ଓଡ଼ିଶାରେ ଡବଲ ଇଂଜିନ ସରକାର କରିବା ପାଇଁ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ଶିବରାଜ ।