Advertisment

କଟକ ପ୍ରସିଦ୍ଧ ରୁପା ତାରକସୀ କାମକୁ ମିଳିଲା GI ଟ୍ୟାଗ୍‌ ମାନ୍ୟତା

ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ପକ୍ଷରୁ ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବା ପାଇଁ ୨୦୨୧ ମସିହାରେ ଆବେଦନ କରାଯାଇଥିଲା।

author-image
Manoranjan Behera
Cuttack's Silver Filigree

Cuttack's Silver Filigree

ବିଶ୍ୱପ୍ରସିଦ୍ଧ କଟକ ରୁପା ତାରକସୀକୁ ମିଳିଲା ଜିଆଇ ଟ୍ୟାଗ୍। ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ପକ୍ଷରୁ ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବା ପାଇଁ ୨୦୨୧ ମସିହାରେ ଆବେଦନ କରାଯାଇଥିଲା। ଏହାକୁ ନେଇ କାରିଗରଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏହି ମାନ୍ୟତା ତାରକସୀ କାରୁକାର୍ଯ୍ୟକୁ ଏକ ନୂତନ ପରିଚୟ ଦେବ ଏବଂ ବିଶ୍ୱ ଦରବାରରେ ତାରକସୀ କାରିଗରଙ୍କ ନିଖୁଣ କାରୁକାର୍ଯ୍ୟ ପହଞ୍ଚିବ ବୋଲି ସେମାନେ ଆଶା ରଖିଛନ୍ତି।

Advertisment

ତେବେ କଟକରେ ତାରକସୀ ହବ୍ ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି ଉତ୍କଳ ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀ ସଂଘ ସଭାପତି। ସେପଟେ ଏହି ଜିଆଇ ମାନ୍ୟତା ଓଡ଼ିଶା ପାଇଁ ଗୌରବର ବିଷୟ ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ କଟକବାସୀ ଓ ଜିଲ୍ଲା ପ୍ରଶାସନକୁ ଶୁଭେଚ୍ଛା ଜଣାଇଛନ୍ତି।

ଦୁର୍ଗାପୂଜା ବେଳେ ମୃଣ୍ମୟୀ ମୂର୍ତ୍ତିରେ ସୁନାରୂପାର ତାରକସୀ କାମ ଦେଖିବାକୁ ମିଳିଥାଏ। ସୁନ୍ଦର ଆଲୋକ ସାଜସଜ୍ଜାରେ ଚମକିଥାଏ କଟକର ତାରକସୀ କାମ। ତେବେ ପୂର୍ବରୁ ବହୁହାର ଏହାକୁ GI ଟ୍ୟାଗ୍‌ ମାନ୍ୟତା ଦେବା ପାଇଁ ଦାବି ହୋଇଥିଲା।

Advertisment
Silver GI Tag
Advertisment
Advertisment