/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741859550.jpg)
ରାଜା ପକେଟ୍ରେ ଥିଲେ ଏସ୍ପି, କଲେକ୍ଟର
ବିଜେଡି ନେତା ରାଜା ଚକ୍ରଙ୍କ ଇସାରାରେ ଚାଲୁଥିଲେ ଜିଲ୍ଲାପାଳ ଓ ଏସପି। ରାଜା ଚକ୍ର ଗିରଫ ହେବା ପରେ ଆଜି କିଛି ଏଭଳି ବିସ୍ଫୋରକ ବୟାନ ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର । ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ମିତ୍ରଭାନୁ ମହାପାତ୍ର ରାଜାଙ୍କ ଇସାରାରେ କାମ କରୁଥିଲେ ।
ଅଧିକ ପଢ଼ନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଯୁକ୍ତ ଦୁଇ ପରେ ପଢ଼ିପାରିବେ ବିଏଡ୍
ରାଜାର କଳା କାରନାମା ପାଇଁ ଜିଲ୍ଲାପାଳ ଓ ଏସ୍ପି ଫୁଲ୍ ପ୍ରୋତ୍ସାହନ ଦେଇଥିଲେ, ଏମିତିକି ରାଜାଙ୍କ ବେପାରରେ ଭାଗିଦାର ଥିଲେ । ଖଣିଠୁ ଚାଲାଣ ଯାଏଁ ସବୁ କିଛିରେ ରାଜାଙ୍କୁ ଖୋଜା ପଡ଼ୁଥିଲା । ଏସପି, ଜିଲ୍ଲାପାଳ ରାଜାଙ୍କ ଜରିଆରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। ଏମିତିକି ରାଜାଙ୍କ ପକେଟରେ ଥିଲେ କେନ୍ଦୁଝର ଜିଲ୍ଲାପାଳ ଓ ଏସପି ।
ଏସବୁକୁ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ରିପୋର୍ଟ ବି ବଦ୍ରି ଦେଇଥିବା କହିଛନ୍ତି । ପାଣ୍ଡିଆନଙ୍କୁ ବି ଘୋଟାଲା ସମ୍ପର୍କରେ ଜଣାଇଥିଲେ। ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି। ରାଜାଙ୍କ ପାଇଁ ଓ ରାଜାଙ୍କ କାର୍ଯ୍ୟକଳାପ ପାଇଁ ଦଳର କ୍ଷତି ହେବ ବୋଲି କହିଥିଲେ । ୨୦୨୪ ନିର୍ବାଚନ ପରାଜୟର ଅନ୍ୟତମ କାରଣ ଏସବୁ ଘଟଣା ବୋଲି ଦୋହରାଇଛନ୍ତି ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ।
#ରାଜା_ଚକ୍ରକୁ_ନେଇ_ବଦ୍ରିଙ୍କ_ବିସ୍ଫୋରକ_ବୟାନ
ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ମିତ୍ରଭାନୁ ମହାପାତ୍ର ରାଜାଙ୍କ ଇସାରାରେ କାମ କରୁଥିଲେ ।
ରାଜାର କଳା କାରନାମା ପାଇଁ ଜିଲ୍ଲାପାଳ ଓ ଏସ୍ପି ଫୁଲ୍ ପ୍ରୋତ୍ସାହନ ଦେଇଥିଲେ, ଏମିତିକି ରାଜାଙ୍କ ବେପାରରେ ଭାଗିଦାର ଥିଲେ । #RajaChakra#BadriPatra#Bhuabaneswar#OTVpic.twitter.com/cJ1xrNWrl5— ଓଟିଭି (@otvkhabar) March 13, 2025
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)