Advertisment

Raja Chakra: ରାଜା ପରେ ଏବେ କାହାର ପାଳି? ଜିଲ୍ଲାପାଳ, ଏସପି ନା ନେତା

ରାଜା କାହା କାହା ସହ ଜଡ଼ିତ ଥିଲେ? ରାଜାଙ୍କୁ କିଏ କିଏ ସହଯୋଗ କରୁଥିଲେ? କୋଟିକୋଟି ଟଙ୍କା ଠକେଇ ପଛରେ ରାଜା ଚକ୍ର ଏକା ଥିଲେ ନା, ଆଉ କିଏ କିଏ ଥିଲେ? କାହା ବଳରେ ରାଜା ଏତେ କମ୍ ବୟସରେ ବଳିୟାନ ହୋଇଥିଲେ? ରାଜାଙ୍କୁ କେଉଁ କେଉଁମାନେ ସହଯୋଗ କରୁଥିଲେ? ତାକୁ ନେଇ ଚାଲିଲାଣି ବୟାନବାଜି।

author-image
Tapaswini Nayak
ଅଦ୍ୟତନ ହୋଇଛି
raja-chakra

raja-chakra

ବିଜେଡି ଛତ୍ରଛାୟାରେ କଳା ସାମ୍ରାଜ୍ୟ ବିଛାଇଥିବା ବିଜେଡି ନେତା ସୌମ୍ୟଶଙ୍କର ଓରଫ୍ ରାଜା ଚକ୍ରଙ୍କୁ ଆଜି କ୍ରାଇମବ୍ରାଞ୍ଚ EOW ଗିରଫ କରିଛି। ରାଜା ଗିରଫ ହେବା  ପରେ ଏବେ କାହାର ପାଳି? ଏବେ EOW ସ୍କାନରରେ କିଏ ? ରାଜା ଚକ୍ରଙ୍କ ଦୁର୍ନୀତି ପଛରେ ବଡ଼ ମାଛ କିଏ? ରାଜାଙ୍କ ପରେ କେଉଁ ବଡ଼ ମାଛ ଆସିବେ ସ୍କାନରକୁ?

Advertisment

ରାଜା କାହା କାହା ସହ ଜଡ଼ିତ ଥିଲେ? ରାଜାଙ୍କୁ କିଏ କିଏ ସହଯୋଗ କରୁଥିଲେ? କୋଟିକୋଟି ଟଙ୍କା ଠକେଇ ପଛରେ ରାଜା ଚକ୍ର ଏକା ଥିଲେ ନା, ଆଉ କିଏ କିଏ ଥିଲେ? କାହା ବଳରେ ରାଜା ଏତେ କମ୍ ବୟସରେ ବଳିୟାନ ହୋଇଥିଲେ? ରାଜାଙ୍କୁ କିଏ କିଏ ସହଯୋଗ କରୁଥିଲେ? ତାକୁ ନେଇ ଚାଲିଲାଣି ବୟାନବାଜି।

ଅଧିକ ପଢ଼ନ୍ତୁ: ବିଜେଡି ନେତା ରାଜା ଚକ୍ର ଗିରଫ

ରାଜାଙ୍କ ଗିରଫ ପରେ ଧଡ଼ ଧଡ଼ ହେଲାଣି  କିଛି ନେତାଙ୍କ ସହ ଅଫିସରଙ୍କ ଛାତି। କାହିଁକି ନା ରାଜା ଚକ୍ରଙ୍କ ଗିରଫ ପରେ କ୍ରାଇମବ୍ରାଞ୍ଚ EOW କରିବ ଖୋଳତାଡ। ଏହି ଖୋଳତାଡ଼ ଭିତରେ ରାଜା ଖୋଲିଦେବେ  କଳା ସାମ୍ରାଜ୍ୟ ଗୁମର?

Advertisment

ଏହି ଚର୍ଚ୍ଚା ମଧ୍ୟରେ କିଛି ନାଁ ମଧ୍ୟ ସାମ୍ନାକୁ ଆସିଛି। ବିଜେଡି ଛତ୍ରଛାୟାରେ ଥିବା ରାଜା ଚକ୍ରଙ୍କୁ କେନ୍ଦୁଝରର ତତ୍କାଳୀନ ଏସପି ମିତ୍ରଭାନୁ ମହାପାତ୍ର ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ସୁରକ୍ଷା ଦେଉଥିଲେ ବୋଲି ଅଭିଯୋଗ ହେଉଥିଲା। ସେହି ସମୟରେ ଉଭୟ ସବୁ କାମରେ ରାଜାକୁ ସହଯୋଗ କରୁଥିଲେ ବୋଲି ଚର୍ଚ୍ଚା ହେଉଛି ।

ଏଥିସହ ରାଜା ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଓ ଭି.କେ ପାଣ୍ଡିଆନଙ୍କ ବଳରେ ବଳିୟାନ ଥିଲେ ବୋଲି ଚର୍ଚ୍ଚା ହେଉଛି। ସେମାନେ ମଧ୍ୟ ସ୍କାନରକୁ ଆସିପାରନ୍ତି ବୋଲି ଆଲୋଚନା ହେଉଛି।

ରାଜା ନିଜର କଳା ସାମ୍ରାଜ୍ୟ ପଛର ଗୁମର ଖୋଲିବା ପରେ ଏମାନେ ସ୍କାନରକୁ ଆସିବେ କି ? କ୍ରାଇମବ୍ରାଞ୍ଚ EOW ଏମାନଙ୍କୁ ଡାକି ପଚରାଉଚରା କରିବ କି ? ତାକୁ ନେଇ ଚାଲିଲାଣି ଚର୍ଚ୍ଚା। ଅନ୍ୟପକ୍ଷରେ ବବି ଦାସ, ପାଣ୍ଡିଆନଙ୍କ ବଳରେ ରାଜା ଚକ୍ର ହୋଇଥିଲେ ଶକ୍ତିଶାଳୀ । ସେମାନଙ୍କ ହାତ ନଥିଲେ ସେ ଏତେ ଶକ୍ତିଶାଳୀ କେମିତି ହେଲେ ବୋଲି କିଛି ଦିନ ତଳେ ଅଭିଯୋଗ ଆଣିଥିଲେ ସାଂସଦ ମମତା ମହାନ୍ତ ।

ଉଲ୍ଲେଖଯୋଗ୍ୟ, ରାଜା ଚକ୍ରକୁ ପ୍ରଥମେ କ୍ରାଇମବ୍ରାଞ୍ଚ EOW ଉଠାଇ ନେଇଥିଲା। ପଚରାଉଚରା ପରେ ତାଙ୍କୁ ଆଜି ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇଛନ୍ତି। ଗିରଫ ପରେ ରାଜା ଚକ୍ରକୁ କ୍ରାଇମବ୍ରାଞ୍ଚ EOW କାର୍ଯ୍ୟାଳୟକୁ ଅଣାଯାଇଛି। ସେଠାରେ ତାଙ୍କୁ ଜେରା କରାଯିବା ପରେ କୋର୍ଟରେ ହାଜର କରାଯିବ। 

ଅଧିକ ପଢ଼ନ୍ତୁ: ଘାଣ୍ଟୁଛି EOW, ମମତା କହିଲେ- ପାଣ୍ଡିଆନ, ବବି ବଳରେ ରାଜା ଚକ୍ର ବଳୀୟାନ

BJD Crime Branch Raja Chakra
Advertisment
Advertisment