Advertisment

Wildfires: ଜଳୁଛି ଅଧା ଓଡ଼ିଶାର ଜଙ୍ଗଲ, ନିଆଁ ଲିଭାଇବାକୁ ନାକେଦମ୍ ବନ କର୍ମଚାରୀ

ଆଜି ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭୪୭ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଛି। ଚଳିତ ବର୍ଷ ଆରମ୍ଭରୁ ମାର୍ଚ୍ଚ ୧୧ ସୁଦ୍ଧା ୧୦ ହଜାର ୪୫୫ଟି ସ୍ଥାନରେ ଦେଖିବାକୁ ମିଳିଛି ଜଙ୍ଗଲ ନିଆଁ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଜଳୁଛି ଅଧା ଓଡ଼ିଶାର ଜଙ୍ଗଲ

ଜଳୁଛି ଅଧା ଓଡ଼ିଶାର ଜଙ୍ଗଲ

ଜଳୁଛି ଅଧା ଓଡ଼ିଶାର ଜଙ୍ଗଲ। ନିଆଁ ଲିଭାଇବାକୁ ନାକେଦମ୍ ବନ କର୍ମଚାରୀ । ନଜର ପକାନ୍ତୁ ରାଜ୍ୟ ବନ ବିଭାଗ ପକ୍ଷରୁ ଦିଆଯାଇଥିବା ଫରେଷ୍ଟ ଫାୟାର ମ୍ୟାପକୁ । ଗତକାଲି ଅର୍ଥାତ୍ ମାର୍ଚ୍ଚ ୧୨ ତାରିଖରେ କିଭଳି ଥିଲା ବନାଗ୍ନିର ଚିତ୍ର । ରାଜ୍ୟର ପ୍ରାୟ ଜଙ୍ଗଲରେ ଲାଗିଛି ନିଆଁ। ବନ ବିଭାଗ ତଥ୍ୟ କହୁଛି, ଗତକାଲି ରାଜ୍ୟରେ ସର୍ବାଧିକ ୧ ହଜାର ୪୨୬ଟି ସ୍ଥାନରେ ଲାଗିଥିଲା ବନାଗ୍ନି ।

Advertisment

ସେହିପରି ଆଜି ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭୪୭ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଛି। ଚଳିତ ବର୍ଷ ଆରମ୍ଭରୁ ମାର୍ଚ୍ଚ ୧୧ ସୁଦ୍ଧା ୧୦ ହଜାର ୪୫୫ଟି ସ୍ଥାନରେ ଦେଖିବାକୁ ମିଳିଛି ଜଙ୍ଗଲ ନିଆଁ । ଗତକାଲି ଓ ଆଜିର ଜଙ୍ଗଲ ନିଆଁକୁ ମିଶାଇଲେ ସଂଖ୍ୟା ସାଢ଼େ ୧୨ ହଜାରରେ ପହଞ୍ଚିଲାଣି ।

ଅଧିକ ପଢ଼ନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଯୁକ୍ତ ଦୁଇ ପରେ ପଢ଼ିପାରିବେ ବିଏଡ୍‌

Advertisment

ସେହିପରି ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ତଥ୍ୟ କହୁଛି, ଗତ ସପ୍ତାହକ ମଧ୍ୟରେ ରାଜ୍ୟରେ ୪ ହଜାର ୫୦୩ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଛି । ଯାହା ତେଲଙ୍ଗାନା ପରେ ଦେଶର ଦ୍ୱିତୀୟ ସର୍ବାଧିକ । ଏମିତିକି ଆଜି ଦେଶବ୍ୟାପୀ ୨୧୦ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିଥିବା ବେଳେ ସେଥିରୁ ୭୭ଟି କେବଳ ଓଡ଼ିଶାରେ ଲାଗିଛି ।

Odisha Wildfire Forest Department
Advertisment
Advertisment