Advertisment

ବ୍ଲାକରୋଜ ମାମଲାରେ CBIର ସତ୍ୟପାଠ, ତଦନ୍ତ ଅନୁମତି ଦେଉନାହାନ୍ତି ରାଜ୍ୟ ସରକାର

ବ୍ଲାକରୋଜ୍ ବୁଡ଼ି ଘଟଣାରେ ସିବିଆଇ ତଦନ୍ତ ଦାବି ସଂପର୍କିତ ମାମଲା । ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ସିବିଆଇ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Black Rose

Black Rose

ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି ସଂପର୍କିତ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି ସିବିଆଇ । ତଦନ୍ତ ଅନୁମତି ପାଇଁ ଦୁଇ ଦୁଇ ଥର ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିବା ସିବିଆଇ ସତ୍ୟପାଠରେ ଦର୍ଶାଇଛି । ଗତ ୨୦୧୯ ସେପ୍ଟେମ୍ବର ୩୦ ତାରିଖରେ ସିବିଆଇ ପକ୍ଷରୁ ତଦନ୍ତ ଅନୁମତି ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଥିଲା।

Advertisment

ବ୍ଲାକ ରୋଜ ଜାହାଜ ମଙ୍ଗୋଲିଆ ଦେଶର ହୋଇଥିବାରୁ ଏହି ଘଟଣାର ଅନ୍ତର୍ଜାତୀୟ ପ୍ରଭାବ ରହିଛି । କେବଳ ସେତିକି ନୁହଁ ଜାତୀୟ ସୁରକ୍ଷା ଏବଂ ବେଆଇନ ଅନ୍ତର୍ଜାତୀୟ ନିଶା କାରବାର ଦୃଷ୍ଟିକୋଣରୁ ଏହି ଘଟଣାରେ ତଦନ୍ତର ଆବଶ୍ୟକତା ରହିଛି ବୋଲି ସିବିଆଇ ଚିଠିରେ ଉଲ୍ଲେଖ କରିଥିଲା। ଏତେ ବ୍ୟାପକ ତଦନ୍ତ ପାଇଁ ଓଡିଶା କ୍ରାଇମ ବ୍ରାଞ୍ଚର ଦକ୍ଷତା କିମ୍ବା କ୍ଷମତା ନାହିଁ ବୋଲି ସିବିଆଇ ଚିଠିରେ ଦର୍ଶାଯାଇଥିଲା।

ଏହି ଘଟଣାର ତଦନ୍ତ ପାଇଁ ଜାହାଜ ଚଳାଚଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିବା ନେଇ ହାଇକୋର୍ଟରେ ୨୦୧୮ ନଭେମ୍ବର ୧୬ ତାରିଖରେ ପାରାଦ୍ୱୀପ ପୋର୍ଟ ସତ୍ୟପାଠ ଦାଖଲ କରିଛି ବୋଲି ସିବିଆଇ ଓକିଲ କହିଛନ୍ତି। ସିବିଆଇ ଓକିଲଙ୍କ ଯୁକ୍ତିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଛି। ତେବେ ସତ୍ୟପାଠ ଦାଖଲ ପାଇଁ ସିବିଆଇକୁ ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ାନାହିଁ ବୋଲି କହିବା ସହ ସତ୍ୟପାଠ ଦାଖଲ କରିଛି ସିବିଆଇ।

Advertisment

ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ୨୦୦୯ ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ସମୁଦ୍ରରେ ବୁଡ଼ି ଯାଇଥିଲା ବ୍ଲାକରୋଜ ନାମକ ମାଲବାହୀ ଜାହାଜ।

CBI High Court
Advertisment
Advertisment