ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣି ବର୍ଷିଲେ ବିରୋଧୀ । ଶାସକ ଦଳ ପକ୍ଷରୁ ବି ଉଠିଲା ତଦନ୍ତ ଦାବି ।
ବାରଙ୍ଗ ଥାନା ମଧୁପୁର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ବନ୍ଦ ଘରେ ଶାଶୁଙ୍କୁ ହତ୍ୟା କରିଥିବା ବୋହୂ ଗିରଫ ।
ବାଲିଯାତ୍ରା ପାଇଁ ହୋଇଥିବା ଅସ୍ଥାୟୀ କେବଳ ବାଉଁଶ ଓ କାଗଜ ବୋର୍ଡରେ ତିଆରି ହୋଇଥିବା ତୋରଣର ମୂଲ୍ୟ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜାଣନ୍ତୁ..
ମହାନଦୀରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଜଣେ ଯୁବକଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଛି ।
ଯାହା କେଉଁଠି ମିଳେନି, ତାହା ବାଲିଯାତ୍ରାରେ ମିଳେ । ସେ ସୁସ୍ୱାଦୁ ଖାଦ୍ୟ ହେଉ ଅବା ଘରକରଣା ସାମଗ୍ରୀ ।
ବାଲିଯାତ୍ରାରେ ଟାଟୁ କରିବାର ଏକ ନିଆରା ମଜା । ଗ୍ରାହକଙ୍କ ପସନ୍ଦକୁ ଦେଖି ବାଲିଯାତ୍ରାକୁ କଲିକତାରୁ ଆସିଛନ୍ତି ଟାଟୁ କାରିଗର ।
ଆସନ୍ତାକାଲି ଶେଷ ହୋଇଥାଆନ୍ତା କଟକର ଐତିହାସିକ ବାଲିଯାତ୍ରା । କିନ୍ତୁ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି।
ଓଡ଼ିଶାର ପାରମ୍ପରିକ ପିଠାର ସ୍ୱତନ୍ତ୍ର ଷ୍ଟଲ୍ ରହିଛି ଏଥର ବାଲିଯାତ୍ରାରେ । ପିଠା ସହିତ ସୁସ୍ୱାଦୁ ବ୍ୟଞ୍ଜନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାହାକି ସମ୍ପୂର୍ଣ୍ଣ ଖାଣ୍ଟି ଓଡ଼ିଆ ଘରର ଖାଇବା ।
ବରା ତ ଖାଇଥିବେ ହେଲେ କେବେ ମାଛ ଆମ୍ବିଳ ସହ ବରା ଖାଇଛନ୍ତି? ଟଙ୍କ ତୋରାଣି ତ ପିଇଥିବେ ହେଲେ ବୋତଲରେ ପ୍ୟାକିଂ ହେବା କେବେ ଦେଖିଛନ୍ତି ?
ସାଲେପୁରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ଏନ୍କାଉଣ୍ଟର କରାଯାଇଛି । ସୁଶାନ୍ତର ଜଙ୍ଘରେ ଗୁଳି ବାଜିଛି ।
ବାଲିଯାତ୍ରାରେ ଶୁଖୁଆ ପାଖରେ ଭିଡ଼ । ପ୍ରତିବର୍ଷ ଭଳି ଏବର୍ଷ ଦୂରଦୂରାନ୍ତରୁ ଶୁଖୁଆ ବ୍ୟବସାୟ କରିବା ପାଇଁ ଆସିଛନ୍ତି ବ୍ୟବସାୟୀ । ସାଙ୍ଗରେ ଆଣିଛନ୍ତି ଭଳିକି ଭଳି ଶୁଖୁଆ ।
କାଶ୍ମୀର, ଗୁଜୁରାଟ, ଆସାମ, ଦିଲ୍ଲୀ, ପଞ୍ଜାବ, କୋଲକାତା ଆଦି ୨୨ଟି ରାଜ୍ୟର ବ୍ୟବସ୍ୟାୟୀ ଚଳିତ ବର୍ଷ ବାଲିଯାତ୍ରାକୁ ଆସିଛନ୍ତି । ଅନ୍ୟ ରାଜ୍ୟର ମେଳା ଅପେକ୍ଷା ବାଲିଯାତ୍ରାରେ ଭଲ ବ୍ୟବସାୟ ହେଉଥିବାରୁ ବ୍ୟବସାୟୀ ମାନେ ଏଠାକୁ ଆସନ୍ତି ବୋଲି କହିଛନ୍ତି ।
ବାଲି ପରିବହନ ନେଇ ପୂର୍ବତନ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଛାଟ । ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପ୍ରତି ହାଇକୋର୍ଟ କ୍ଷୁବ୍ଧ ପ୍ରକାଶ କରିଛନ୍ତି ।
ଠକିଦେଲେ ବିଧାୟକ । ଏଥର ଗାଁକୁ ଆସିଲେ ଭୋଟ ବର୍ଜନ କଥା ଶୁଣାଇଦେବୁ । ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ବଡମ୍ବା ବ୍ଲକ ମାନପୁର ପଂଚାୟତ କଦନା ଗାଁର ୮ନମ୍ବର ୱାର୍ଡ ଶବର ସାହି ଗ୍ରାମବାସୀମାନେ ।
ଏହି ଚା’ର ନାଁ ଶୁଣିବାକୁ ଯେମିତି ରୋଚକପୂର୍ଣ୍ଣ, ସେତିକି ସୁଆଦିଆ । ସେଥିପାଇଁ ତ ଦୋକାନରେ ଗ୍ରାହକଙ୍କ ଭିଡ଼ ହଟିବାର ନାଁ ନେଉନି ।
ମୋବାଇଲ୍ ଫୋନ୍ ରେ କଥା ହୋଇପାରୂନଥିବାରୁ ବହୁ ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପ୍ରତିବର୍ଷ ଭଳି ଏବର୍ଷ ବି ପ୍ରମୁଖ ଆକର୍ଷଣ ପାଲଟିଛି ଓଡ଼ିଶାର ପାରମ୍ପରିକ ପିଠାର ସ୍ୱତନ୍ତ୍ର ଷ୍ଟଲ୍ । ଆଉ ଏସବୁ ପିଠାକୁ ପ୍ରସ୍ତୁତ କରିଛନ୍ତି ମିଶନ ଶକ୍ତିର ମହିଳା ମାନେ ।
ଟନେଲ୍ ଭିତରେ ସମୁଦ୍ର ତଳର ନିଆରା ଅନୁଭୂତି । ଯୁଆଡେ ଆଖି ବୁଲାଇବେ, ଦେଖିବାକୁ ମିଳିବ ଭଳିକି ଭଳି ଜଳଜୀବ ।
ବ୍ୟବସାୟୀଙ୍କୁ ସିଏମସି ଟିମ ତାଗିଦ କରିବା ସହ ଏପରି ଆଗକୁ କଲେ ବଡ ଫାଇନ ଓ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ଚେତାବନୀ ଦେଇଛନ୍ତି।
ବସ୍ରେ ଘରକୁ ଯିବା ବେଳେ ପାଖରୁ ମିଳିଲା ନଗଦ ୨ଲକ୍ଷ ୭୦ ହଜାର । ଘରୁ ଠାବ ନୋଟ୍ ଭଣ୍ଡାର । ୩୭ ଲକ୍ଷ ନଗଦ ଜବତକୁ ନେଇ ତାଜୁବ୍ ଭିଜିଲାନସ୍ ।
କଟକ ଇନ୍ କଟକରେ ଗ୍ରାମ୍ୟ ପରିବେଶ । ଛୋଟ ପିଲାଙ୍କୁ ଦେଉଛି ନିଆରା ଅନୁଭୂତି ।
ପିକ୍ ଆୱାର ଏବଂ ଛୁଟି ଦିନ ଗୁଡ଼ିକରେ ଯଦି ବରିଷ୍ଠ ନାଗରିକମାନେ କଟକ ବାଲିଯାତ୍ରା ଆସୁଛନ୍ତି ତା’ହେଲେ ସାବଧାନ ରୁହନ୍ତୁ। ବାଲିଯାତ୍ରାକୁ ସୁନା ଅଳଙ୍କାର ପିନ୍ଧି ନ ଆସିଲେ ଭଲ ।
ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ । ହଜାର ହଜାର ଶ୍ରଦ୍ଧାଳୁ ରାତି ତମାମ ଉଜାଗର ରହି ଭୋରରୁ ଏହି ପ୍ରସିଦ୍ଧ ଗଜଭୋଗ ଓ ତରଣ ପ୍ରସାଦ ପାଇଛନ୍ତି ।
ବଡ଼ ଓଷାରେ ଭକ୍ତ ଭଗବାନଙ୍କ ପ୍ରେମ ଆଗରେ ଫେଲ୍ ମାରିଲା ପ୍ରଶାସନ ଓ ପୂଜକ ସମିତିର ସବୁ ଜିଦି, ଅହଙ୍କାର...ପବିତ୍ର ବଡ଼ ଓଷାରେ ରାତି ତିନିଟା ବେଳେ ଦ୍ୱାର ଫିଟା ଯାଇ ଧବଳେଶ୍ୱରଙ୍କ ସମସ୍ତ ନୀତିକାନ୍ତି ପରେ ପୁଣି ଦର୍ଶନ ଅପେକ୍ଷାରେ ଥିବା ଶ୍ରଦ୍ଧାଳୁଙ୍କ ଆଗରେ ମନ୍ଦିରରେ ତାଲା ପକାଇ ପୂଜକ ଚାଲିଯିବାରୁ... ଭାଙ୍ଗି ଯାଇଥିଲା ଭକ୍ତଙ୍କ ଧୈର୍ଯ୍ୟ ।
ଶେଷରେ ବସନ୍ତ ଆଚାର୍ଯ୍ୟ ସହ ଡିଲ୍ ଫାଇନାଲ୍ ହୋଇଥିଲା ଏବଂ ପ୍ରମାଣକୁ ଲୁଚାଇବାକୁ ଯାଇ ସେହି ସିମକୁ ନଷ୍ଟ କରିବା ସହ ଫୋପାଡ଼ି ଦେଇଥିଲା ଅଭିଯୁକ୍ତ । ଏସବୁ ତଥ୍ୟ କଲ୍ ଡିଟେଲ୍ସ ରେକର୍ଡ-CDRରେ ଥିବା କହିଛି ଗଞ୍ଜାମ ପୋଲିସ୍ ।