• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କ୍ଷେତରେ ଲାଗିଛି ଫୁଲ କୋବି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଫଳାଇଛି ସୁନାର ଫସଲ । ଖାଲି ଫୁଲ କୋବି କାହିଁକି ଅନେକ ପନିପରିବା ମଧ୍ୟ ଲଗାଯାଛି । ହେଲେ କେନାଲରେ ପାଣି ଆସୁନଥିବାରୁ ବଢ଼ିବାରେ ଲାଗିଲାଣି ଚାଷୀର କଷ୍ଟ ।

କ୍ଷୋଭର ସହ କହୁଛନ୍ତି ଚାଷୀ । ଜଳକର ନେଉଛନ୍ତି ସରକାର । ହେଲେ କେନାଲକୁ ପାଣି ଛାଡ଼ୁନାହାନ୍ତି । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ବଡମ୍ବା ବ୍ଲକର ହରିଠା ଓ କଦନା ଗାଁରୁ । ବଡମ୍ବା ଜଳ ସମ୍ପଦ ବିଭାଗ ଅଧିନରେ ରହିଛି ଏହି ଗାଁ । ହେଲେ ଗାଁ ବନ୍ଧର ପୁନଃରୁଦ୍ଧାର ହେବା ଏବେ ଜରୁରୀ ହୋଇପଡିଛି । କେବଳ ବର୍ଷା ଓ ଲଘୁଚାପ ବର୍ଷା ଉପରେ ନିର୍ଭର କରି ଧାନ ଚାଷ କରୁଥିବା କହିଛନ୍ତି ଚାଷୀ । ଏବେ ଏହି ରାଣୀଝରଣ କେନାଲରେ ଘାସ ଓ ବୁଦା ଉଠି କେନାଲଟି ତାର ସତ୍ତା ହରେଇବାକୁ ବସିଲାଣି । ଯାହାଫଳରେ ପାଣି ଆସିପାରୁନାହିଁ ।

ପାଣି ଅଭାବରୁ କିଛି ଚାଷୀଙ୍କ ବିଲ ମାଟି ଫାଟି ଆଁ କଲାଣି । ସବୁଠାରୁ ବଡ କଥା ହେଉଛି, କେନାଲ ପାଣି ଆସୁନଥିଲେ ମଧ୍ୟ ଚାଷୀଙ୍କ ଠାରୁ ପ୍ରତ୍ୟେକ ବର୍ଷ ଜଳ କର ଆଦାୟ କରାଯାଉଛି । ଏ ନେଇ ପୂର୍ବରୁ ଅଞ୍ଚଳବାସୀ ତହସିଲଦାର, ଜଳ ସେଚନ ବିଭାଗ, ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା କହିଛନ୍ତି ଚାଷୀ ।

ତେବେ ପାଣି ଆସୁନଥିବାରୁ ହନ୍ତସନ୍ତ ହେଉଛନ୍ତି ଚାଷୀ । ତେଣୁ ଖୁବ୍‌ଶୀଘ୍ର ପ୍ରଶାସନ ଏହା ଉପରେ ପଦକ୍ଷେପ ନେବା ସହ ଜଳକର ଛାଡ଼ କରବାକୁ ଚାଷୀ ମାନେ ଦାବି କରିଛନ୍ତି ।

(ବଡମ୍ବାରୁ ସର୍ବେଶ୍ୱର ସ୍ୱାଇଁ ରିପୋର୍ଟ, ଓଟିଭି...)