କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା। ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକଙ୍କର ନଦୀରେ ବୁଡ଼ି ମୃତ୍ୟୁ ଘଟିଛି।
ଏହି ୩ ଅଫିସରଙ୍କୁ କଟକ, ଅନୁଗୁଳ ଓ ରାଉରକେଲା ଏସ୍ପି ଭାବେ ଦାୟିତ୍ୱ ମିଳିଛି। ପ୍ରକାଶ ଆର୍ ହେଉଛନ୍ତି କଟକର ନବନିଯୁକ୍ତ ଡିସିପି ।
କଟକ ନୂଆବଜାର ଅଞ୍ଚଳର ମହିମା ନଗରରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଯାଜପୁର ଜିଲ୍ଲାର କିନ୍ତୁ ସେ କଟକରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ।
ଲକ୍ଷେ କି କୋଟିଏ ନୁହଁ । ୬ କୋଟିରୁ ଅଧିକ ମୂଲ୍ୟର ସୁନା ଚୋରା ଚାଲାଣ ବେଳେ ମାଡ଼ି ବସିଛି ଡିରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ-DRI ।
ସାଲେପୁର ଓ କଟକ ଜିଲ୍ଲାରେ ପ୍ରକାଶଙ୍କ ରହିଛି ବେଶ୍ ଦବଦବା। ପ୍ରକାଶ ଏବେ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ ୩ ନେତା।
ଦିନକ ପରେ ରଙ୍ଗର ପର୍ବ ହୋଲି। ଏଥିପାଇଁ କଟକ ସହରର ହୋଲସେଲ ଓ ଖୁଚୁରା ବଜାରରେ ଲାଗିଛି ଭଳି କି ଭଳି ହୋଲି ସାମଗ୍ରୀର ପସରା। ପିଚକାରୀ, ବେଲୁନ, ମୁଖା, ଚୁଟି ଆହୁରି କେତେକଣ। ଆଉ ଏହାକୁ କିଣି ନେଉଛନ୍ତି ଲୋକେ।
କଟକରେ କାନି ଖାଉଛି ବିଜେଡି ଗୁଡି। ପୁରୁଖା ଓ ଦକ୍ଷ ନେତା ଦଳ ଛାଡୁଛନ୍ତି। ଖୋଜା ଚାଲିଛି ମଙ୍ଗୁଆଳ। ଗତକାଲି ସାଂସଦ ଭର୍ତ୍ତୃହରି ମହତାବଙ୍କ ଇସ୍ତଫା ପରେ କଟକ ରାଜନୀତି ବେଶ ସରଗରମ।
ରାସ୍ତା କଡ଼ରେ ପାନୀୟଜଳ ପ୍ରକଳ୍ପ। କେଉଁଠି ଟ୍ୟାପ ଭାଙ୍ଗି ଯାଇଛି ତ କେଉଁଠି ଟ୍ୟାପରେ ପାଣି ଆସୁନି। ଜରାଜୀର୍ଣ୍ଣ ଅବସ୍ଥାରେ ଅଚଳ ଥଣ୍ଡା ପାନୀୟଜଳ ପ୍ରକଳ୍ପ ।
ବିଜେଡି ଛାଡ଼ିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ପ୍ରେସ୍ମିଟ୍ କରି ସେ କହିଛନ୍ତି ଯେ, ତାଙ୍କ ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।
କଟକ ମହାନଗର ନିଗମ ୩୧ ଓ ୩୨ ନମ୍ବର ୱାର୍ଡ ଫ୍ରେଣ୍ଡସ କଲୋନୀରେ ଯୁଆଡେ ଅନେଇଲା ଖାଲି ପାଣି ହିଁ ପାଣି। ଅସରାଏ ବର୍ଷାରେ ରାସ୍ତା ହେଉ କି ଘର ସବୁଠି ଆଣ୍ଠୁଏ ଆଣ୍ଠୁଏ ପାଣି। ଆଉ ସେହି ପାଣି ଭିତରେ ଚଳପ୍ରଚଳ କରୁଛନ୍ତି ପ୍ରାୟ ୫୦ ପରିବାର।
ପାଣିପାଗ ବିଭାଗ ପକ୍ଷରୁ ଆଜି ୯ଟି ଜିଲ୍ଲାକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଓ ବୌଦ୍ଧ।
ଭୋଟ ପୂର୍ବରୁ ଅସନ୍ତୋଷ। ଆଉ ଏ ଅସନ୍ତୋଷ ହେଉଛି ଭୋଟ୍ ବେଳେ ଭଣ୍ଡେଇଥିବା ନେତାଙ୍କ ଉପରେ। ଏ କ୍ଷୋଭ, ସବୁ ଜାଣି ଅଜଣା ରହିଥିବା ପ୍ରଶାସନ ଉପରେ।
ବ୍ଲାକରୋଜ୍ ବୁଡ଼ି ଘଟଣାରେ ସିବିଆଇ ତଦନ୍ତ ଦାବି ସଂପର୍କିତ ମାମଲା । ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ସିବିଆଇ ।
ସାମାନ୍ୟତମ ମୌଳିକ ସୁବିଧା ବି ଅପହଂଚ । ସରକାରୀ ଯୋଜନା ପହଁଚିବା ସାତ ସପନ ।
ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କ ବୟସ ୨୧ରୁ ୩୮ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ । ଲିଖିତ ଏବଂ କ୍ୟାରିଅର ମାର୍କ ଅନୁସାରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।
ଅରିନ୍ଦମ ରାୟଙ୍କ ଇସ୍ତଫା ପରେ ନେତାମାନେ ଏମିତି ମତ ଦେଇଥିବା ଚର୍ଚ୍ଚା । ଗତକାଲି ବବିଙ୍କ ଭିଣୋଇ ଅରିନ୍ଦମ ବିଜେଡି ଛାଡ଼ି ବିଜେପି ଯାଇଥିଲେ । କିଛି ଦିନ ତଳେ ବବିଙ୍କ ମାମୁ ଭବାନୀ ଜଗଦ୍ଦେବ ବି ପଦ୍ମ ଧରିଥିଲେ । ତେବେ ନେତାମାନଙ୍କ ଏଭଳି ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିନି ।
ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ କରିଛନ୍ତି ଉଦ୍ଭାବନ । ୨୦୨୪ ଡିସେମ୍ବର ସୁଦ୍ଧା ଟ୍ରାଏଲ ରନ କରିବାକୁ ଯୋଜନା ।
ମାମଲାର ପ୍ରାରମ୍ଭିକ ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପଙ୍କ ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ ଆଡ଼ଭୋକେଟ ଜେନେରାଲ।
କଟକ ଖାନନଗର ଛକରେ ଘଟିଛି ଦୁର୍ଘଟଣା। ଏଥିରେ ଜଣେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି।
ବିନା ଅଗ୍ନି ନିରାପତ୍ତାରେ ଚାଲିଛି କଟକ ବଡ଼ ମେଡିକାଲ ? କିଛି ଅଘଟଣ ହେଲେ କିଏ ହେବ ଉତ୍ତରଦାୟୀ ?
ରାଜ୍ୟରେ ଉପରମୁହାଁ ପାରଦ । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିଛି । ଆଗକୁ ସ୍ୱାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ।
ଟିକେଟ୍ ନାକଚକୁ ଚାଲେଞ୍ଜ କରି ନ୍ୟାୟିକ ଲଢେଇ ଜିତିବା ପରେ ରଣେନ୍ଦ୍ର ୨୦୧୨ ଉପନିର୍ବାଚନରେ ପୁଣି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
କ୍ଷୋଭର ସହ କହୁଛନ୍ତି ଚାଷୀ । ଜଳକର ନେଉଛନ୍ତି ସରକାର । ହେଲେ କେନାଲକୁ ପାଣି ଛାଡ଼ୁନାହାନ୍ତି । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ବଡମ୍ବା ବ୍ଲକର ହରିଠା ଓ କଦନା ଗାଁରୁ ।
ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,ପାରଳାଖେମୁଣ୍ଡି, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରିରେ ତାପମାତ୍ରା ଅଧିକ ରହିପାରେ ।