Advertisment

Bus Accident: ୧୫ ଫୁଟ୍‌ ତଳକୁ ଖସିଲା ବସ୍; ଜଣେ ମୃତ, ୩୦ ଆହତ

ବସ୍‌ଟି ଯାତ୍ରୀମାନଙ୍କ ଚିଙ୍ଗିରିକେଲାରୁ ସୁନ୍ଦରଗଡ଼ ଅଭିମୁଖେ ଆସୁଥିଲା। ପ୍ରଥମେ ବସ୍‌ଟି ବାଇକଟି ଧକ୍କା ଦେଇଥିଲା। ପରେ ବସ୍‌ ଟି ଭାରସାମ୍ୟ ହରାଇ ୧୫ ଫୁଟ୍‌ ତଳକୁ ଖସି ପଡ଼ିଥିଲା।ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ବସ୍‌ରେ ଚାପି ହୋଇଯାଇଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି।

author-image
Tapaswini Nayak
Accident

Accident

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍‌। ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ସୁନ୍ଦରଗଡ଼  ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ମୋ ବସ୍ ଦୁର୍ଘଟଣା, ଝିଅ ପରେ ପ୍ରାଣ ହରାଇଲା ମା’

ବସ୍‌ଟି ଯାତ୍ରୀମାନଙ୍କ ଚିଙ୍ଗିରିକେଲାରୁ ସୁନ୍ଦରଗଡ଼ ଅଭିମୁଖେ ଆସୁଥିଲା। ପ୍ରଥମେ ବସ୍‌ଟି ବାଇକକୁ ଧକ୍କା ଦେଇଥିଲା। ପରେ ବସ୍‌ ଟି ଭାରସାମ୍ୟ ହରାଇ ୧୫ ଫୁଟ୍‌ ତଳକୁ ଖସି ପଡ଼ିଥିଲା।ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ବସ୍‌ରେ ଚାପି ହୋଇଯାଇଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି।

ଆହୁରି ଅନେକ ଯାତ୍ରୀ ଚାପି ହୋଇ ରହିଥିବା ସୂଚନା ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍‌ଟି ଦ୍ରୁତ ଗତି ଆସୁଥିବା ଯୋଗୁ ଏହି ଦୁର୍ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି । ପୁଲିସ  ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି

Advertisment

ଅଧିକ ପଢ଼ନ୍ତୁ: ପ୍ରଶିକ୍ଷଣ ପରେ ବି ସୁଧୁରୁନି ମୋ ବସ ଚାଳନା, ବେପରୁଆ ଦୁର୍ଘଟଣା ନେଉଛି ଜୀବନ

Sundergarh Road Accident
Advertisment
Advertisment