• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶାରେ ବାହାରିଲା ଚାକିରି । ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୧୦୬୧ଟି ପିଜିଟି ଚାକିରି ବାହାର କରିଛନ୍ତି ରାଜ୍ୟ ସରକାର । ଏନେଇ ସରକାରଙ୍କ ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇ ସାରିଛି । ଆସନ୍ତା ଏପ୍ରିଲ ୧୮ ତାରିଖ ହେଉଛି ଆବେଦନର ଶେଷ ତାରିଖ । ଇଚ୍ଛୁକ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବ୍‌ସାଇଟ୍‌ ssbodisha.ac.in. କୁ ଯାଇ ଆବେଦନ କରିପାରିବେ ।

ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କ ବୟସ ୨୧ରୁ ୩୮ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଲିଖିତ ଏବଂ କ୍ୟାରିଅର ମାର୍କ ଅନୁସାରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ସାଧାରଣ ବର୍ଗ ପ୍ରାର୍ଥୀଙ୍କୁ ପାଇଁ ଆପ୍ଲିକେସନ୍‌ ଫି’ ୫୦୦ ଟଙ୍କା । ଏଥିରେ ଜେନେରାଲ ଓ SEBC ଅନ୍ତର୍ଭୁକ୍ତ ।

ଅଧିକ ପଢ଼ନ୍ତୁ: GATE ପରୀକ୍ଷାର୍ଥୀ ପାଇଁ ଚାକିରି ସୁଯୋଗ..ଖାଲି ପଡ଼ିଛି ୨୬୯ ପଦବୀ

SC/ST ଏବଂ PwD ବର୍ଗର ପ୍ରାର୍ଥୀଙ୍କ ପାଇଁ ଆପ୍ଲିକେସନ୍‌ ଫି’ ୨୦୦ ଟଙ୍କା ରହିଛି ।

କେମିତି କରିବେ ଆବେଦନ:

ପ୍ରଥମେ ଏହାର ଅପିସିଆଲ ୱେବସାଇଟ୍‌ ssbodisha.ac.in କୁ ଯାଆନ୍ତୁ ।

ଏହାପରେ ହୋମ୍‌ପେଜ୍‌ରେ ଥିବା ଆପ୍ଲାଏ ଅପ୍‌ସନ୍‌ ଉପରେ କ୍ଲିକ୍‌ କରନ୍ତୁ ।

ଏହାପରେ "Online Application for Recruitment to the Posts of Post Graduate Teachers (PGT) in Non-Govt. Aided Higher Secondary Schools of Odisha" ଉପରେ କ୍ଲିକ୍‌ କରନ୍ତୁ ।

ସେଥିରେ କ୍ଲିକ୍ କରିବା ପରେ ଏକ ନୂଆ ପେଜ୍‌ ଖୋଲିବ ।

ସେଠାରେ ପ୍ରାର୍ଥୀଙ୍କୁ ନିଜ ତଥ୍ୟ ରଖି ରେଜିଷ୍ଟ୍ରେସନ୍‌ କରିବାକୁ ପଡ଼ିବ ।

ପରେ ଆପଣଙ୍କ ସାମ୍ନାରେ ପେମେଣ୍ଟ ଅପ୍‌ସନ୍‌ ଆସିବ ।

ସେଠାରେ ପେମେଣ୍ଟ କରିବାକୁ ହେବ ।

ନିଜର ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ସବମିଟ୍ କରିବେ ।

ସବ୍‌ମିଟ୍‌ କରିବା ପରେ ଏକ ପ୍ରିଣ୍ଟ ବାହାର କରି ନିଜ ପାଖରେ ରଖିବେ । ଭବିଷ୍ୟତରେ ଆବଶ୍ୟକ ହୋଇପାରେ ।

ଅଧିକ ପଢ଼ନ୍ତୁ: ନବୋଦୟ ବିଦ୍ୟାଳୟ ସମିତିରେ ପୂରଣ ହେବ ୧୩୦୦ରୁ ଅଧିକ ପଦବୀ; ଦଶମ ପିଲା ବି ନେବେ ସୁଯୋଗ

SSB Odisha Recruitment 2024: Apply Online for 1061 Post Graduate Teacher Vacancies