SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଲେ କଟକ ଜିଲ୍ଲା ଜଜ୍ ।
ଆଜି ବି ମନେ ପଡ଼େ ସେଇ ନଅଙ୍କ ଦୁର୍ଭିକ୍ଷର କଥା। ପ୍ରଶାସନିକ ଅବହେଳା ପାଇଁ ଚାହୁଁଚାହୁଁ ୧୦ ଲକ୍ଷ ଲୋକଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା। ଆଉ ପଡ଼ି ରହିଥିଲା ଶହଶହ କଙ୍କାଳସାର ମଣିଷଙ୍କ ଶବ..ପରିବେଶବିତ୍ କହୁଛନ୍ତି କିଛି କହିହେବନି..କେତେବେଳେ ଆମେ ବି ସାମ୍ନା କରିପାରିବା ନଅଙ୍କ ଦୁର୍ଭିକ୍ଷର ଦଶା..
୯୭ ବର୍ଷ ବୟସରେ ବି ଫିଟ୍ କଟକର ନିରଞ୍ଜନ ପଟ୍ଟନାୟକ। ୨୨ ବର୍ଷ ହେଲା କରୁଛନ୍ତି ଯୋଗାଭ୍ୟାସ୍..
ଟ୍ରାଫିକ ଜାମ୍ ଯୋଗୁଁ ଗୁରୁଗ୍ରାମ-ଦିଲ୍ଲୀ ରୋଡ୍ରେ ଲୋକେ ନୟାନ୍ତ । ଅଗ୍ନିପଥ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦର ପ୍ରଭାବ, ଦେଶବ୍ୟାପି ୫ ଶହ ଟ୍ରେନ୍ ଚଳାଚଳ ପ୍ରଭାବିତ ।
ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୁଇ ସହଯୋଗୀ ବାପି ବିଶ୍ୱାଳ ଓ ପୂର୍ବତନ ବ୍ଲକ୍ ଅଧକ୍ଷ ଶରତ ନାୟକଙ୍କ ବୟାନ ମଧ୍ୟ ପୂର୍ବରୁ ରେକର୍ଡ କରି ଏହି କେଶ ଡାଏରିରେ ଦାଖଲ କରାଯାଇଛି ।
ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ SCB ମେଡିକାଲ୍ରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାକୁ ଅଣାଯାଇଛି। ଜଗାର ସିଟି ସ୍କାନ ଓ MRI କରାଯାଇଥିବା ବେଳେ ଆଜି ଦିଲ୍ଲୀ ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଦଳ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିବେ।
‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶରେ ପ୍ରତିବାଦର ନିଆଁ ତେଜିବାରେ ଲାଗିଛି। ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ମଧ୍ୟ ବିରୋଧ କରାଯାଇଛି। କଟକ କ୍ୟାଣ୍ଟନମେଣ୍ଟ ରୋଡ୍ରେ ବିକ୍ଷୋଭକାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।
ବାରବାଟୀ ମ୍ୟାଚ୍ରେ ଟିକେଟ୍ ନପାଇ ହଜାର ହଜାର ଦର୍ଶକ ନିରାଶ ହୋଇଥିବାବେଳେ ନକଲି ପାସ୍ରେ ଷ୍ଟାଡିୟମରେ ଶହ ଶହ ଏଣ୍ଟ୍ରି କରାଯାଇଥିବା ଅଭିଯୋଗ ହୋଇଛି ।
ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜର ଖାରଡ଼ ଓ ଜେନାପାଳ ଗାଁ ମାଟିତଳୁ ଦୁଇଟି ହାତୀ କଙ୍କାଳ ମିଳିଥିଲା।
ଆଠଗଡ ବନଖଣ୍ଡ ବଡମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ଖାରୋଡ ଗାଁ ନିକଟରୁ ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଛି ।
୮ ଦିନ ତଳେ ଆହତ ହାତୀ ଠାବ ପରେ ଚିକିତ୍ସା ଆରମ୍ଭ ହୋଇଥିଲା । ହାତୀର ଶରୀରରେ ମୋଟ ୬ଟି ଗୁଳି ବାଜିଥିବା ଜଣାପଡ଼ିଥିଲା ।
ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାର କିଛି ଦିନ ପରେ ଘଟଣା ସହ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ହୋଇଥିଲା ।
ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏନେଇ ପ୍ରେସ୍ମିଟ୍ରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଷ୍ଟାଡିୟମ ଭିତରକୁ ପାଣି ବୋତଲ ଓ ବାହାର ଖାଦ୍ୟ ନେଇପାରିବେ ନାହିଁ।
୧୨ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ୨ୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ ।
ବାରବାଟୀ ଟିକେଟ୍ ବ୍ଲାକ୍ କରିବାକୁ ଦୁବୃର୍ତ୍ତ ଆପଣାଇଛନ୍ତି ଡିଜିଟାଲ ଫର୍ମୁଲା । OLXରେ ବିଜ୍ଞାପନ ଦେଇ ବିକୁଛନ୍ତି ଚଢ଼ା ଦରରେ ଟିକେଟ୍ ।
ସଜେଇ ହେଲାଣି ବାରବାଟୀ..ଆଉ ଦିନକ ପରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ୍ ।
ଅନୁଭବଙ୍କ ନାଁରେ ବର୍ଷା ପୁଣି ଏକ ମାମଲା ରୁଜୁ କରିଛନ୍ତି। କଟକ ଏସ୍ଡିଜେଏମ୍ କୋର୍ଟରେ ବର୍ଷା କମ୍ପ୍ଲେନ୍ କେସ୍ ରୁଜୁ କରିଛନ୍ତି।
ବାରବାଟି ଟି-ଟ୍ୱେଣ୍ଟି ଲଢ଼େଇ ପୂର୍ବରୁ ଟିକେଟ୍ ପାଇଁ ଖଣ୍ଡଯୁଦ୍ଧ...ପିଟାପିଟିରେ କୁରୁକ୍ଷେତ୍ର ପାଲଟିଲା କାଉଣ୍ଟର ସାମ୍ନା, ନାକେଦମ୍ ପୋଲିସ...
କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। କାଲି ରାତିରୁ କ୍ରିକେଟପ୍ରେମୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିବା ବେଳେ ଆଜି ଲାଇନ୍ରେ ଥିବା ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।
ବାରବାଟୀ ଷ୍ଟାଡିୟମରେ ଟିକେଟ୍ ପାଇଁ ଠେଲାପେଲା, ପାଟିତୁଣ୍ଡ ସହ ଲୋକଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଛନ୍ତି। ଲାଇନ୍ରେ ଛିଡ଼ା ହେବାକୁ ନେଇ କିଛି ଯୁବତୀ ହାତାହାତି ହୋଇଥିବା ଦେଖିବାକୁ ମିଳିଛି।
କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ୍ ମିଳିବ। ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍ ମିଳିବ ବୋଲି ସୂଚନା ମିଳିଛି। ୯ ଓ ୧୦ ତାରିଖ ଦୁଇ ଦିନ ଧରି କାଉଣ୍ଟରରେ ଦର୍ଶକଙ୍କ ଲାଗି ଟିକେଟ୍ ବିକ୍ରି ହେବ।
ଅନ୍ୟପଟେ ମହାନଦୀ ମହାନଦୀ ମଝିରେ ଫସିଛନ୍ତି ୨ ହାତୀ । ଲୋକ ଦେଖି ଭୟରେ ବାହାରୁ ନାହାନ୍ତି ପାଣିରୁ । ସେହିଭଳି ବାଘ ଗଣନା ବେଳେ ୨ କର୍ମଚାରୀଙ୍କୁ କାମୁଡ଼ିଲା ଭାଲୁ ।
ଟିକେଟ୍ କାଉଣ୍ଟରରେ ପରିଚୟପତ୍ର ଦେଖାଇ କିଣିବାକୁ ହେବ ଟିକେଟ । ମ୍ୟାଚ ପାଇଁ ଏୟାରପୋର୍ଟରୁ ହୋଟେଲ ଯାଏଁ କଡ଼ା ସୁରକ୍ଷାବ୍ୟବସ୍ଥା ।