ଆସନ୍ତା ଜୁନ୍ରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ପକ୍ଷରୁ ସୂଚନା ଦିଆଯାଇଛି।
ବାପା ମାଆ, ଝିଅ ପାଇଁ ପଡ଼ିଛନ୍ତି ଚିନ୍ତାରେ । ନା ଭୋକ ହେଉଛି ନା ଶୋଷ । ଝିଅକୁ ଦିନ ରାତି ଝୁରୁଛନ୍ତି । କାଳେ କେତେବେଳେ କ’ଣ ଘଟିବ ସେଥିପାଇଁ ବାରମ୍ବାର କରୁଛନ୍ତି ଭିଡିଓ କଲ । ଆଉ ମନକୁ ବୁଝାଉଛନ୍ତି ।
ବିନା ହଳରେ କମ୍ ଖର୍ଚ୍ଚ, କମ୍ ସାର ଓ କମ୍ ପରିଶ୍ରମରେ କରାଯାଉଛି ଆଳୁ ଚାଷ । କଟକ ଜିଲ୍ଲା ତିହୁଡ଼ି ଗାଁରେ ଏହି ଭିନ୍ନ ଚାଷ କରାଯାଇଥିବାର ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର ସିଆଇପି ଏବଂ ଓଡିଶା ସରକାରଙ୍କ ଉଦ୍ୟାନ ବିଭାଗର ମିଳିତ ଉଦ୍ୟମରେ ଏକ ନୂତନ ପ୍ରଣାଳୀରେ ଆଳୁ ଚାଷ କରାଯାଉଛି ।
ମୋବାଇଲ ଫାଟି ଯିବା ଯୋଗୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଗାଡ଼ିରୁ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ପକେଟ୍ରେ ଥିବା ମୋବାଇଲ ଫୋନ୍ ଫାଟି ଯାଇଥିଲା।
ଭୁବନେଶ୍ୱର ଇନ୍ଫୋସିଟି ଥାନା ଅନ୍ତର୍ଗତ କଳାରାହାଙ୍ଗ ଠାରେ ଗତ ଜାନୁଆରୀ ୩୦ରେ ସୌମ୍ୟରଂଜନ ଆତ୍ମହତ୍ୟା କରିଥିଲେ । ତେବେ ସୌମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକାଙ୍କୁ ଦାୟୀ କରିଥିଲେ ପରିବାର ।
ରାତି ଅଧରେ ଟଙ୍କା ବାଣ୍ଟୁଥିବା ବେଳେ ଦୁଇ ଜଣଙ୍କୁ ରାତି ସାରା ବାନ୍ଧି ରଖିଲେ ଗ୍ରାମବାସୀ। ଆଜି ସକାଳେ ପୋଲିସ୍ ଗାଁରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରାକ୍ ନିର୍ବାଚନୀ ହିଂସା । କଟକ ଚୌଦ୍ଵାର ଥାନା ଅନ୍ତର୍ଗତ ବଡସାମନ୍ତପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଗତକାଲି ବିଳମ୍ୱିତ ରାତିରେ ଗୋଟିଏ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍ପିଟ୍ ହୋଇଛନ୍ତି ।
୨୦୨୨ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । କାରଣ ଏବେ ଦଳରେ କୁହୁଳୁଛି ଗୋଷ୍ଠୀ କନ୍ଦଳ ନିଆଁ । କ୍ୟାନ୍ସର୍ ଭଳି ମାଡ଼ିଗଲାଣି ଦଳୀୟ କନ୍ଦଳ ରୋଗ । କେହି କାହାକୁ ଛାଡ଼ିବାକୁ ନାରାଜ ।
ପ୍ରଥମ କରି ଓଡ଼ିଶା ପୋଲିସ ଡଗ୍ ସ୍କ୍ୱାଡ୍ରେ ସାମିଲ ହୋଇଛନ୍ତି ୫ଟି ବେଲଜିଆନ୍ ମାଲିନଏସ ପ୍ରଜାତିର ସନ୍ଧାନୀ କୁକୁର। ଯେକୌଣସି ସ୍ଥାନରେ ଅପରାଧ ଘଟାଇ ଅପରାଧୀ ଖସି ପଳାଇଥିବା ବେଳେ ସେମାନଙ୍କୁ ଧରିବାରେ ଏଭଳି ସନ୍ଧାନୀ କୁକୁର ପୋଲିସକୁ ବେଶ ସହାୟତା କରିବ। ଏନେଇ ଆଶା ବାନ୍ଧିଛି ପୋଲିସ।
ଯାଜପୁର ଜିଲ୍ଲା କନିକାପଡ଼ା ପଞ୍ଚାୟତ ମଧୁପୁରରେ ୮ ନମ୍ବର ବୁଥ୍ କ୍ୟାପ୍ଚରିଂ । ଲୋକେ ଜୋରଜବରଦସ୍ତ ପଶିଲେ । ପ୍ରିଜାଇଡିଂ ଅଫିସରଙ୍କଠୁ ବାଲାଟ ପେପର ଛଡ଼ାଇ ମୋହର ବାଡ଼େଇ ଚାଲିଲେ ।
କେତେବେଳେ ନକଲି ତେଲ, ଘିଅ ତ ଆଉ କେତେବେଳେ ନକଲି ଗୁଟଖା, ନକଲି ସସ, ନକଲି ଲଙ୍କାଗୁଣ୍ଡ ଆଦି କେତେ କଣ ପରେ ଏବେ ଦେଖିବାକୁ ମିଳିଛି ନକଲି ମଶାଧୂପ ।
କଟକ କୁମ୍ଭାର ସାହିର ଶିଳ୍ପୀମାନେ ଓଲିଉଡର ମିହିର ଦାସଙ୍କ ପ୍ରତି ଏକ ନିଆରା ଢଙ୍ଗରେ ନିଜର ଭଲ ପାଇବା ପ୍ରଦର୍ଶନ କରିଛନ୍ତି । କଟକର କୁମ୍ଭାର ସାହିର ମୂର୍ତ୍ତିଶାଳାରେ ମିହିର ଦାସଙ୍କର ଏକ ମାଟି ମୂର୍ତ୍ତି ତିଆରି ଚାଲିଛି । ପ୍ରାୟ ୧୦ ଦିନ ହେଲାଣି ଦିନରାତି ଏକ୍ କରି ୧୫ ଜଣ ପୋଖତ ଶିଳ୍ପୀ ଏହି ମୂର୍ତ୍ତିକୁ ତିଆରି କରୁଛନ୍ତି ।
ଓଡ଼ିଶା ହାଇକୋର୍ଟର ନାମ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରସ୍ତାବ ରଖିଛନ୍ତି। ରାଜ୍ୟସଭାରେ ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇଛନ୍ତି ।
ମୋବାଇଲ୍ ଟାୱାର ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ। କଟକ ଜିଲ୍ଲା ବାଙ୍କୀ ଡମପଡ଼ା ମଦନମୋହନ ଛକରେ ଥିବା ମୋବାଇଲ ଟାୱାରରେ ଯୁବକ ଜଣକ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି।
ଆଉ ଚୋରି କରିବେନି ବୋଲି ଶପଥ ନେଇଥିଲେ। ହେଲେ ଶପଥ ଭାଙ୍ଗି ପୁଣି ଚୋରି କଲେ। ଆଉ ସବୁଥର ଭଳି ଏଥର ମଧ୍ୟ ପୋଲିସ୍ ହାତରେ ଧରାପଡ଼ିଛନ୍ତି।
ଭିଜିଲାନ୍ସ ଜାଲରେ ପଡ଼ିଲେ ନରସିଂହପୁର ଥାନା ଅଧିକାରୀ। ଲାଞ୍ଚ ନେଇ ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ସରକାରୀ ଘର ବିକ୍ରି ନାଁରେ ଠକେଇ ଅଭିଯୋଗରେ ବିଜେଡି ନେତା ତଥା ପୂର୍ବତନ କର୍ପୋରେଟର ରଞ୍ଜିତା କରଣଙ୍କ ସ୍ୱାମୀ ରାଜା କରଣ ଗିରଫ ହୋଇଛନ୍ତି। ରାଜାଙ୍କ ଘରେ ରେଡ୍ ବେଳେ ପୋଲିସ ନଗଦ ୧୪ ଲକ୍ଷ ୯୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା।
ସରକାରୀ ଘର ଯୋଗାଇ ଦେବା କହି ଲୁଟୁଥିଲେ ଟଙ୍କା। କାହାଠାରୁ ୨୦ ହଜାର ତ ପୁଣି କାହାଠାରୁ ୫୦ ହଜାର, ଆଉ କିଏ ପୁଣି ଦେଇଛି ଲକ୍ଷ ଲକ୍ଷ ଟଙ୍କା। ଅଭିଯୋଗ ପରେ ଗିରଫ ହୋଇଛନ୍ତି କଟକର ବିଜେଡି ନେତା ରାଜା କରଣ।
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାରରେ ଯାଇଥିବା ବେଳେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ହଟହଟା ହେବାକୁ ପଡ଼ିଛି। କୌଣସି ବିକାଶମୂଳକ କାମ ହୋଇନଥିବା ଅଭିଯୋଗ ଆଣିବା ସହ ତାଙ୍କୁ ଲୋକମାନେ ବିରୋଧ କରିଥିଲେ।
କଟକରେ କୁମ୍ଭୀର ଆତଙ୍କ । କଟକର ନୂଆପାଟଣା ଓ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ମଧୁସୂଦନ ସେତୁ ପାଖରେ ଭାସୁଛି ଏକ କୁମ୍ଭୀର । ବନ ବିଭାଗ କର୍ମଚାରୀ, ସ୍ଥାନୀୟ ପୋଲିସ ସହାୟତାରେ କୁମ୍ଭୀରକୁ ଉଦ୍ଧାର ଲାଗି ଉଦ୍ୟମ ଚଳାଇଛନ୍ତି ।
ପ୍ରକୃତରେ ଏବେ କୋକୋ ଅଛି କେଉଁଠି? ସସ୍ମିତାଙ୍କ ଘରୁ ଉଦ୍ଧାର ହୋଇଥିବା ଏ ଶୁଆ ସତରେ କଣ କୋକୋ। ଯିଏ ଦେଖୁଛି ସିଏ ସନ୍ଦେହ କରୁଛି। ତେବେ କାହିଁକି ଏ ଶୁଆକୁ ସଜାଇ ଦିଆଗଲା କୋକୋ? ବନ ବିଭାଗ ଦେଖାଉଥିବା ଏ ଶୁଆଟି କାହାର? କେଉଁଠୁ ଆସିଲା ଇଏ? ଏହା ପଛରେ କଣ ରହିଛି କାରଣ?
ଏହି ୩ ମଳହାନଗର ନିଗମ ତଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର ମେୟର ପଦବୀ ପାଇଁ ମଧ୍ୟ ସଂରକ୍ଷଣ ଚୂଡ଼ାନ୍ତ ହୋଇଛି । ନଗର ଓ ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
କଟକ ମହାନଦୀ ରେ କୁମ୍ଭୀର ଆତଙ୍କ। ମଧୁସୁଦନ ବ୍ରିଜ ଉପରୁ ମହାନଦୀରେ ଘଡିଆଳ କୁମ୍ଭୀର ଦେଖିବାକୁ ମିଳିଛି...
ଟ୍ରେଲର ପଛରେ ପିଟି ହେଲା ବସ୍। ଦୁର୍ଘଟଣାରେ ଟ୍ରେଲରର ଡ୍ରାଇଭର କ୍ୟାବିନ ଛାତ ସମ୍ପୂର୍ଣ୍ଣ ଚୂରମାର୍ ହୋଇ ଯାଇ ଥିବାବେଳେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି।
କଟକ ତୁଳସୀପୁର ଶ୍ରୀବିହାର କଲୋନୀସ୍ଥିତ ଘର, ଉପର ମହଲାରେ ଝିଅ ଜୟନ୍ତୀ ସାମନ୍ତରାୟଙ୍କ ସହ ରହୁଥିଲେ ମାଆ ପରେଶ କୁମାରୀ । ତଳ ମହଲାରେ ରହୁଥିଲେ ଅଭିଯୁକ୍ତ ପୁଅ ସୌମେନ୍ଦ୍ର ।