/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655192065.jpg)
Elephant Died
ବହୁଚର୍ଚ୍ଚିତ ନରସିଂହପୁରରେ ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ପଶ୍ଚିମ ବନ ବିଭାଗ ଜୟପୁର ଜଙ୍ଗଲରେ ଚିକିତ୍ସା ବେଳେ ମୃତ୍ୟୁ । ହାତୀର ମୃତ୍ୟୁ ନେଇ ସୂଚନା ଦେଲେ ରେଞ୍ଜର ପ୍ରଫୁଲ୍ଲ ଦେହୁରୀ । ୮ ଦିନ ତଳେ ଆହତ ହାତୀ ଠାବ ପରେ ଚିକିତ୍ସା ଆରମ୍ଭ ହୋଇଥିଲା । ହାତୀର ଶରୀରରେ ମୋଟ ୬ଟି ଗୁଳି ବାଜିଥିବା ଜଣାପଡ଼ିଥିଲା ।
ଭୀଷଣ କଷ୍ଟରେ ଛଟପଟ ହେଉଥିଲା ଦନ୍ତା । ନା ଖାଉଥିଲା, ନା କିଛି ପିଉଥିଲା । ଗତ କିଛି ଦିନ ଧରି କଟକ ନରସିଂହପୁର ଜଙ୍ଗଲରେ ଦନ୍ତା ହାତୀ ଆହତ ଅବସ୍ଥାରେ ପଡ଼ି ରହିଥିଲା । ବିଶେଷଜ୍ଞ ଟିମ୍ ଚିକିତ୍ସା ପାଇଁ ଲାଗିଥିଲା । ହାତୀ ଖାଇବା ଛାଡ଼ି ଦେଇଥିବାରୁ ଚିନ୍ତା ଅଧିକ ବଢ଼ି ଯାଇଥିଲା । ଆମ୍ବ, ପଣସ, ଆଖୁ, ବାଉଁଶ ପତ୍ର ଭଳି ବିଭିନ୍ନ ଫଳ ତାକୁ ଖାଇବାକୁ ଦିଆଯିବା ସତ୍ତ୍ୱେ ସେ କିଛି ଖାଇ ନଥିଲା । ଡାକ୍ତରୀ ଟିମ୍ ସାଲାଇନ୍ ପରେ ସାଲାଇନ୍ ଲଗାଇ ଚାଲିଥିଲେ । ହେଲେ ଆଜି ତାର ପ୍ରାଣ ବାୟୁ ଉଡ଼ି ଯାଇଛି ।
ଗତ କିଛିଦିନ ତଳେ ଶିକାରୀଙ୍କ ଗୁଳିର ଶିକାର ହୋଇଥିଲା ଦନ୍ତା ହାତୀ । ନରସିଂହପୁରରେ ଜୀବନ ସହ ସଂଘର୍ଷ କରୁଥିଲା ଗୁଳିବିଦ୍ଧ ଦନ୍ତା । ଦନ୍ତା ମୁଣ୍ଡରେ ଶିକାରୀର ଗୁଳି ବାଜିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)