/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654850442.jpg)
India West Indies Barabati ODI Black Marketeers Offer Tickets On OLX
ବ୍ଲାକ୍ ହେଉଛି ବାରବାଟୀ ଟିକେଟ୍ । ଦୁଇ ଗୁଣା, ତିନି ଗୁଣା ନୁହେଁ ୮ରୁ ୯ ଗୁଣ ଅଧିକ ଦର ଏମିତିକି ମନକୁ ଯେତେ ଆସିଲା ସେତେ ଦରରେ ବିକ୍ରି ହେଉଛି ଟିକେଟ୍।
ଟିକେଟ୍ ବ୍ଲାକ୍ କରିବା ପାଇଁ ଦୁବୃର୍ତ୍ତ ଡିଜିଟାଲ ଫର୍ମୁଲା ଆପଣାଇଛନ୍ତି । ଏଥିପାଇଁ OLXର ବିଜ୍ଞାପନ ମାଧ୍ୟମରେ ଟିକେଟ୍ ବିକ୍ରି ହେଉଛି । ଏଥିରେ ୭୦୦ ଶହ ଟଙ୍କା ଦାମର ଟିକେଟ୍ ଚଢ଼ା ଦରରେ ୫ ହଜାର ଟଙ୍କାରେ ବିକ୍ରି ହେଉଛି ।
ସୂଚନା ଅନୁସାରେ, ଗ୍ୟାଲେରୀ ୨ର ଟିକେଟ୍ ଦାମ ୭ ଶହ ଟଙ୍କା ହୋଇଥିବାବେଳେ ଏହାକୁ ୫ ହଜାରରେ ଅନଲାଇନ୍ରେ ବିକ୍ରି କରାଯାଉଛି । ସେହିପରି ଗ୍ୟାଲେରୀ-3 ର ୯୦୦ ଟଙ୍କା ଟିକେଟ୍କୁ ୫୦୦୦ ହଜାରରୁ ଅଧିକ ଦରରେ ବିକ୍ରି କରାଯାଉଛି । ଗ୍ୟାଲେରୀ-୪ ରେ ଥିବା ଏସି ବକ୍ସ ଟିକେଟ୍ର ଦାମ ୭ ହଜାର ଟଙ୍କା ଥିବାବେଳେ ଏହାକୁ ବ୍ଲାକରେ୧୫ ହଜାର ଟଙ୍କାରେ ବିକ୍ରି କରୁଛନ୍ତି । ଏସବୁ ଫଟୋରେ ୧୦ରୁ ଅଧିକ ଟିକେଟ୍ ଧରିଥିବା ବି ନଜରକୁ ଆସୁଛି ।
ତେବେ ଅନଲାଇନ୍ ଓ ଅଫଲାଇନ୍ରେ ଜଣେ ମାତ୍ର ଦୁଇଟି ଟିକେଟ୍ କିଣିବା ନେଇ ନିୟମ ଥିବା ପରିସ୍ଥିତିରେ ଏତେ ଟିକେଟ୍ କୁଆଡ଼ୁ ଆସିଲା ତାହା ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)