Two new Orissa High Court judges sworn in
ଓଡ଼ିଶା ହାଇକୋର୍ଟର ଦୁଇ ଜଣ ନବ ନିଯୁକ୍ତ ବିଚାରପତି ଶପଥ ନେଇଛନ୍ତି । ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଶପଥ ନେଇଛନ୍ତି ।
Advertisment
ସୂଚନା ଅନୁସାରେ, ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଜଷ୍ଟିସ ଶୁଭାଶିଷ ତାଳପତ୍ର ତ୍ରିପୁରା ହାଇକୋର୍ଟରୁ ବଦଳି ହୋଇ ଆସିଥିବା ବେଳେ ଆଇନଜୀବୀ ସଞ୍ଜୟ କୁମାର ମିଶ୍ରଙ୍କୁ ନୂତନ ବିଚାରପତି ଭାବେ ନିଯୁକ୍ତି ମିଳିଛି । ପୁରୁଣା ହାଇକୋର୍ଟ କନଫରେନ୍ସ ହଲରେ ଏହି ଶପଥ ଗ୍ରହଣ ଉତ୍ସବ କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)