• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Cuttack

Covid 19
ଦିନକରେ ୬୮୧ କରୋନା ଆକ୍ରାନ୍ତ ଚିହ୍ନଟ, ଏଥିରୁ ୧୧୮ ପିଲା

ଗତକାଲି ତୁଳନାରେ ଆଜି ରାଜ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୮ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟରୁ ଜଣାଯାଇଛି ।

cmc
ଗଣେଶ ପୂଜା ପାଇଁ CMCର କଡ଼ା ଗାଇଡ୍‌ଲାଇନ୍‌, ବାଜା ବାଜିବନି କି ଲାଇଟ୍‌ ଲାଗିବନି !

ସେପ୍ଟେମ୍ବର ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି ହେବା ପରେ କଟକ ମ୍ୟୁନିସିପାଲିଟି ପକ୍ଷରୁ ଜାରି ହେଲା ଗଣେଷ ପୂଜା ଗାଇଡ୍‌ ଲାଇନ୍‌ । ପୁରା କଟକ ସହର ପାଇଁ କଡ଼ା ଗଣେଶ ପୂଜା ଗାଇଡଲାଇନ ଜାରି କରିଛି CMC ।

Panchanan Kanungo
ମନିଟାଇଜେସନ୍‌ ନାଁରେ ବିଜେପି ନିର୍ବାଚନ ପାଣ୍ଠି ଗୋଟାଉଛି: ପଞ୍ଚାନନ କାନୁନଗୋ

ବିଭିନ୍ନ ଜାତୀୟ ସଂପତ୍ତିର ମନିଟାଇସେଜନ ପାଇଁ ମୋଦି ସରକାରଙ୍କ ଯୋଜନାକୁ କଂଗ୍ରେସର ଜୋରଦାର ବିରୋଧ । ମୋଦି ସରକାର କାହିଁକି ଘରୋଇକରଣ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ।

pratap jena
ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ନୂଆ ମୋଡ଼। ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ। ମାହାଙ୍ଗା ଥାନା IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ IICଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରୋଟେଷ୍ଟ ପିଟିସନ ଆଧାରରେ ନିର୍ଦ୍ଦେଶ ଦେଇଛନ୍ତି JMFC କୋର୍ଟ

Vigilance raid
ରାଜ୍ୟ ସରକାରଙ୍କ ବସୁନ୍ଧରା ଜମି ଜାଲିଆତି ମାମଲା, ୬ ଅଧିକାରୀଙ୍କ ଘରେ ଏକକାଳୀନ ଭିଜିଲାନ୍ସର ଚଢାଉ

ରାଜ୍ୟ ସରକାରଙ୍କ ବସୁନ୍ଧରା ଜମି ଜାଲିଆତି ମାମଲାରେ ଭିଜିଲାନ୍ସର ଚଢାଉ । ମୋଟ ୬ ଜଣ ଅଧିକାରୀଙ୍କ ୯ଟି ଘରେ ଏକକାଳୀନ ଚଢ଼ାଉ କରାଯାଇଛି । କଟକ ଭିଜିଲାନ୍ସ ଟିମ୍ ଏହି ରେଡ୍ କରିଛି । ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରରେ ଆଦି ଅଞ୍ଚଳରେ ଚଢ଼ାଉ ହୋଇଛି ।

Pradeep Panigrahi
ସୁପ୍ରିମକୋର୍ଟରେ ପହଞ୍ଚିଲା ଲୋକାୟୁକ୍ତଙ୍କ ବିରୋଧରେ ଅଭିଯୋଗ

ଲୋକାୟୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଲୋକାୟୁକ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି ।

AIIMS
ଆଉ ପାଦେ ଆଗେଇଲା ଭୁବନେଶ୍ୱର AIIMS, ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର ଆରମ୍ଭ

ଆଉ ପାଦେ ଆଗେଇଲା ଭୁବନେଶ୍ୱର ଏମ୍‌ସ । ଭୁବନେଶ୍ୱର ଏମ୍‌ସରେ ଆରମ୍ଭ ହେଲା ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର ।ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ICMR ପକ୍ଷରୁ ଏହି କେନ୍ଦ୍ର ଆରମ୍ଭ କରାଯାଇଛି ।

High court of odisha
ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା

ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର । ୩ ଜଣଙ୍କ ପକ୍ଷରୁ ୩ଟି ପୃଥକ ପୃଥକ ରିଟ୍ ପିଟିସନ୍ ଦାଏର । ଭୁବନେଶ୍ୱର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କ ପିଟିସନ୍ ଦାଖଲ ।

Ecmo Mechine
କଟକରେ ଆରମ୍ଭ ହେବ ଇକ୍‌ମୋ ସେବା

ରାଜ୍ୟରେ କୋଭିଡ ୨ୟ ଲହର ପ୍ରଭାବ କମୁଥିବାବେଳେ ମାଡି ଆସୁଛି ୩ୟ ଲହରର ଭୟ। ତୃତୀୟ ଲହର ଆସିବା ପୂର୍ବରୁ ରାଜ୍ୟରେ ଇକ୍‌ମୋ ମେସିନ ବସାଇବାର ବ୍ୟବସ୍ଥା କରୁଛନ୍ତି ସରକାର। 

PMAY Scam
ଯୋଜନା ଆସୁଛି କାହା ପାଇଁ ଆଉ ପାଉଛି କିଏ?

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଦରଡ଼ା ପଞ୍ଚାୟତର ୨ଟି ଘର ଦେଖିବାକୁ ମିଳିଛି। ସରକାରଙ୍କ ଆଖିରେ ୨ ମହଲା କୋଠା ତୋଳୁଥିବା ସୁଜୟ ପଟ୍ଟନାୟକ ଆବାସ ଯୋଜନା ପାଇଁ ଯୋଗ୍ୟ, ହେଲେ ଆଜବେଷ୍ଟସ୍ ଓ ଜରିପାଲ ତଳେ ଥିବା କାଶୀନାଥ ରାଉଳ ଅଯୋଗ୍ୟ ହୋଇଛନ୍ତି। ପଲସିଆ ଗାଁର ସୁଜୟଙ୍କର ଆନୁମାନିକ ୫୦ ଲକ୍ଷ ଟଙ୍କାର ସଂପତ୍ତି ଥିଲେ ବି ୨୦୧୯-୨୦ରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ଅଭିଯୋଗ ହୋଇଛି। ଏବେ ସେ ୧୬ଶହ ବର୍ଗଫୁଟର ୨ମହଲା କୋଠା ତୋଳୁଛନ୍ତି। ହେଲେ ବିଡ଼ମ୍ବନା, ବାରମ୍ବାର ଆବେଦନ ପରେ ବି କାଶୀନାଥଙ୍କ ଭାଗ୍ୟ ଫିଟୁନି। ସେପଟେ ଏନେଇ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି ବସ୍ତା ବିଡିଓ।

salipur
ଅସହାୟ ଶାଶୂବୋହୂ : ଘର ନାହିଁ କି ବଞ୍ଚିବାର ରାହା ନାହିଁ, ସରକାରୀ ସହାୟତା ଅପେକ୍ଷାରେ ରାଧା ଓ ଉଷାମଣି

ଏତେ ବଡ଼ ଦୁନିଆରେ ପୂରା ଏକୁଟିଆ । ଜୀବନ ଜୀଇବାକୁ ଶରୀରରେ ଆଉ ଜୁ ନାହିଁ । ଘର କରିବାକୁ ନା ସାହସ ଅଛି ନା ସାହାରା ହେବାକୁ କିଏ ଅଛି । ଦୁଇ ବୃଦ୍ଧ ବିଧବା ଶାଶୂ ବୋହୁଙ୍କ ପାଇଁ ସତେ ଯେମିତି ସରକାରୀ ଯୋଜନା ସାତ ସପନ। ଘର ଖଣ୍ଡିଏ ପାଇଁ ଅନେକ ଥର ଗୁହାରୀ କରିଛନ୍ତି, ହେଲେ କିଛି ବି ସୁଫଳ ମିଳିନି

Matric Exam
ପିଲାଙ୍କ ଭବିଷ୍ୟତ ସହ ଖେଳ? ରେଗୁରାଲ୍‌ ପିଲାଙ୍କୁ କିଏ ଦେଲା ଏକ୍ସ-ରେଗୁରାଲ୍‌ ପ୍ରଶ୍ନପତ୍ର?

ପ୍ରଥମେ ପରୀକ୍ଷା ଫଳ, ପରେ ଆଡମିଟ୍ କାର୍ଡ ଆଉ ଏବେ ପ୍ରଶ୍ନପତ୍ର ବିଭ୍ରାଟ। ମହାମାରୀ ସମୟରେ ମାଧ୍ୟମିକ ଶିକ୍ଷା ବୋର୍ଡ ଆହୁରି ବିବାଦ ଭିତରକୁ ଠେଲି ହୋଇଯାଇଛି। ଆଜି ବିଜ୍ଞାନ ବିଷୟରେ ପରୀକ୍ଷା ଲାଗି କଟକ ବୋର୍ଡ ସ୍କୁଲକୁ ଯାଇଥିଲେ ପରୀକ୍ଷାର୍ଥୀ। ହେଲେ ବିଡମ୍ବନାର ବିଷୟ ହେଲା ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଳିଲା ଏକ୍ସରେଗୁଲାର ଓ ଏକ୍ସ ରେଗୁଲାରଙ୍କୁ ମିଳିଲା ରେଗୁଲାର ପ୍ରଶ୍ନପତ୍ର

High court of odisha
ହାଇକୋର୍ଟରେ ମାମଲା ଶୁଣାଣିର ସିଧାପ୍ରସାରଣକୁ ବାର ଆସୋସିଏସନ୍‌ର ବିରୋଧ

ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ସିଧା ପ୍ରସାରଣ ବ୍ୟବସ୍ଥାକୁ ସ୍ଥଗିତ ରଖିବାକୁ ମୁଖ୍ୟ ବିଚାରପତିଙ୍କୁ ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଚିଠି ।

High court of odisha
ପେନସନ୍‌ ଅପେକ୍ଷାରେ ଆଖି ବୁଜିଦେଲେ ଶିକ୍ଷକ, ମୃତ୍ୟୁର ୧୧ ବର୍ଷ ପରେ ମିଳିଲା ନ୍ୟାୟ

କୁହାଯାଏ, ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। ସେ  ନ୍ୟାୟ ପାଇଁ କରିଥିଲେ ୧୧ ବର୍ଷର ଅପେକ୍ଷା ! ତଥାପି ମିଳିଲାନି ନ୍ୟାୟ।  ଆଖି ବୁଜିଦେଲେ। ଏବେ  ମୃତ୍ୟୁର ୧୧ ବର୍ଷ ପରେ ସେ ତାଙ୍କୁ ନ୍ୟାୟ ମିଳିଛି । ତେବେ ଏହି ନ୍ୟାୟକୁ ଆମେ ନ୍ୟାୟ ବୋଲି କହିବା ତ ?  

Cuttack Youth Alleges Torture By Wife
‘ଚତୁର୍ଥୀ ରାତିରେ ଫୋନ୍‌ ଆସିଲା- ତୋ ସ୍ତ୍ରୀର ବଡିରେ ମୋ ନାଁର ଟାଟୁ ହୋଇଛି’

ସ୍ତ୍ରୀ ନିର୍ଯାତନା ଦେଉଥିବା ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି କଟକ ସିଡିଏ ଅଞ୍ଚଳର ମୋହିତ ଶର୍ମା। ବୟଫ୍ରେଣ୍ଡ ସହ ମିଶି ପତ୍ନୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଛନ୍ତି।

Corona
ରାଜ୍ୟରେ କମୁଛି, ହେଲେ ଭୁବନେଶ୍ୱର ଓ କଟକରେ ଚିନ୍ତାଜନକ ସ୍ଥିତିରେ କରୋନା

ରାଜ୍ୟରେ କମୁଛି, ହେଲେ ଭୁବନେଶ୍ୱର ଓ କଟକରେ ଚିନ୍ତାଜନକ ସ୍ଥିତିରେ କରୋନା । ବିଶେଷ କରି ଆଇସିୟୁ ଓ ଭେଣ୍ଟିଲେଟରରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି ।

heavy rain fall in bbsr
ଆଜି ଏଇ ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଗତକାଲି ଟ୍ୱିନ ସିଟିରେ ପ୍ରବଳ ବର୍ଷା ହୋଇଯାଇଛି। କାଲିର ବର୍ଷା ପ୍ରବଳ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ଦେଇଥିବାବେଳେ ଆଜି ମଧ୍ୟ ଅନେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

OCA Game
କୋହଳ ହେଲା କଟକଣା: ପଡ଼ିଆକୁ ଓହ୍ଲାଇଲେ ଖେଳାଳି

ଆଉଟ୍‌ଡୋର ସହ ଇନଡୋର ଗେମ୍ସକୁ ବି ମିଳିଛି ଅନୁମତି। ଏହାପରେ ଆରମ୍ଭ ହୋଇଯାଇଛି ଅଭ୍ୟାସ। ବ୍ୟାଡମିଣ୍ଟନ, କରାଟେ, ଜୁଡୋ, ତାଇକୋଣ୍ଡ ଏବଂ ସନ୍ତରଣ ବର୍ଗରେ ଖେଳାଳି ପ୍ରାକ୍ସିସକୁ ଫେରିଛନ୍ତି

railway track
ଇୟରଫୋନ୍‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ଚାଲୁଥିଲେ, ଧକ୍କା ଦେଲା ଟ୍ରେନ୍‌

କାଳ ହେଲା ଇୟରଫୋନ୍‌ ଲଗାଇ ଗୀତ ଶୁଣି ଶୁଣି ରେଲ୍‌ୱେ ଟ୍ରାକ୍‌ରେ ଚାଲିବା। ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କଟକ ଖାନନଗର ଅଞ୍ଚଳରେ ଗତକାଲି ଏହି ଘଟଣା ଥିବାବେଳେ ଆଜି ସକାଳେ ସମ୍ପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। 

anubhav-varsha
ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା

ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଆଜି କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ବର୍ଷା ହାଜର ହୋଇଛନ୍ତି। 

dengue
ଟ୍ୱିନ୍ ସିଟିକୁ ଘାରିଲାଣି ଡେଙ୍ଗୁ ଭୟ : କଟକ ତୁଳସୀପୁର ଓ ଥୋରିଆ ସାହିରୁ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର ପରେ କଟକ ସହରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ସହରର ୨୩ ଓ ୨୪ ନମ୍ବର ଓ୍ୱାର୍ଡଠାରୁ ଆରମ୍ଭ କରି ବିଡାନାସି, ଥୋରିଆ ସାହିରେ ଚିହ୍ନଟ ହେଲେଣି ଡେଙ୍ଗୁ ରୋଗୀ । ଏଥିପାଇଁ ସହରର ଅସ୍ୱାସ୍ଥ୍ୟକର ପରିବେଶକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ସେହିପରି ଭୁବନେଶ୍ୱରରେ ବି କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ । ଟ୍ୱିନ୍ ସିଟିରେ ମଶା ମାରିବା ପାଇଁ କୌଣସି ପଦକ୍ଷେପ ନିଆ ଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

bjd-bjp politics
ପିଏମ ଆବାସକୁ ନେଇ ବିଜେଡ଼ି-ବିଜେପି ମୁହାଁମୁହିଁ, ପୋଲିସ ମୁତୟନ

ଧାରଣା,ବିକ୍ଷୋଭ,ନାରାବାଜି। ବହୁ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଂଘାତିକ ଦୁର୍ନୀତି ବିରୋଧରେ ବିଜେପିର ଗର୍ଜନ କରିଛି। ଗ୍ରାଉଣ୍ଡ ଜିରୋରେ ହଙ୍ଗାମା ମଚାଇଛି ଦଳ। ୩ ଦିନିଆ ଆନ୍ଦୋଳନକ୍ରମରେ ଆଜି ରାଜ୍ୟର ସବୁ ବ୍ଲକ ଅଫିସ ଆଗରେ ଦୁର୍ନୀତି ଓ ଅନିୟମିତତା ବିରୋଧରେ ଗର୍ଜିଛି ବିଜେପି। ତାସହ ଚେତାଇ ଦେଇଛି ରାଜ୍ୟ ସରକାରଙ୍କୁ ମଧ୍ୟ। ଆଉ ବଡ଼ମ୍ବା ନରସିଂପୁରର ବ୍ଲକ୍‌ ଘେରାଉ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି-ବିଜେଡି

Corona Virus
ଲକଡାଉନ୍‌ ଓ ସପ୍ତାହନ୍ତ ସଟଡାଉନ୍‌ ପରେ ବି କାହିଁକି କମୁନାହିଁ ସଂକ୍ରମଣ?

ସାମୟିକ ଆଶ୍ୱସ୍ତୀ ପରେ କରୋନା ସଂକ୍ରମଣକୁ ନେଇ ପୁଣି ଚିନ୍ତା ବଢିଛି। ଜୁନ୍ ମାସ ଶେଷ ଆଡ଼କୁ ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ପରିଲକ୍ଷିତ ହୋଇଥିଲେ ମାତ୍ର ଜୁଲାଇ ଆରମ୍ଭରେ ହଠାତ୍ ବଦଳିଯାଇଛି ଟ୍ରେଣ୍ଡ୍। ଉପକୂଳର ୫ ଜିଲ୍ଲା ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ବାଲେଶ୍ୱରରେ ପୁଣି ବଢିବାରେ ଲାଗିଛି ମହାମାରୀର କୋପ

barsh-anubhab
ଫ୍ୟାମିଲି କୋର୍ଟରେ ହାଜର ହେଲେ ଅନୁଭବ ଓ ବର୍ଷା

ପୁଣି ଫ୍ୟାମିଲି କୋର୍ଟରେ ଅନୁଭବ ଓ ବର୍ଷା ହାଜର ହୋଇଛନ୍ତି। କଟକ ଫ୍ୟାମିଲି କୋର୍ଟରେ ଆଜି ହାଜର ହୋଇଥିଲେ ସାଂସଦ ଅନୁଭବ ମହାନ୍ତି, ତାଙ୍କ ସହ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ହାଜର ହୋଇଥିଲେ। କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ।

Soumendra Priyadarshi
ବଡ଼ ସାଇବର ଠକେଇର ପର୍ଦ୍ଦାଫାସ୍, ୩୯ ଲକ୍ଷରୁ ଫେରିଲା ୨୫ ଲକ୍ଷ

ବଡ଼ ସାଇବର ଠକେଇର ପର୍ଦ୍ଦାଫାସ୍ କଲା କମିଶନରେଟ ପୋଲିସ । ଠକେଇ ହୋଇଥିବା ୩୯ ଲକ୍ଷରୁ ୨୫ ଲକ୍ଷ ଫେରିବାରେ ସଫଳ । ଘଟଣା ସଂପର୍କରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା