/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745660109.jpg)
Pakistani Leader
ଭାରତ ସିନ୍ଧୁ ଜଳ ଚୁକ୍ତି ବାତିଲ୍ କରିବା ପରେ ପାକିସ୍ତାନରେ ନେତାଙ୍କ ନିଦ ହଜିଯାଇଛି । ବିଳିବିଲେଇଲେଣି ପାକିସ୍ତାନୀ ନେତା । ପାକିସ୍ତାନ ପିପୁଲ୍ସ ପାର୍ଟିର ମୁଖ୍ୟ ବିଲାୱାଲ ଭୁଟ୍ଟୋ-ଜର୍ଦାରୀ ଏକ ଗଣ ସାମାବେଶରେ ଉଦବୋଧନ ଦେଇ କହିଛନ୍ତି, ସିନ୍ଧୁ ନଦୀ ପାକିସ୍ତାନର ଥିଲା ଓ ପାକିସ୍ତାନର ରହିବ । ସିନ୍ଧୁ ନଦୀ ପାଇଁ ଆଗରୁ ଲଢ଼େଇ ହୋଇଛି । ପୁଣି ଏବେ ଲଢ଼େଇ ହେବ । ସିନ୍ଧୁ ନଦୀରେ ଆମର ପାଣି ବହିବ । ଅର୍ଥାତ ସିନ୍ଧୁ ନଦୀର ପାଣି ପାକିସ୍ତାନର ବୋଲି ସେ କହିବାକୁ ଚାହିଁଛନ୍ତି । ଯଦି ଏହା ନହୁଏ, ସିନ୍ଧୁ ନଦୀରେ ସେମାନଙ୍କ ( ଭାରତର ) ରକ୍ତ ବହିବ ବୋଲି ସେ ଚେତାବନୀ ଦେଇଛନ୍ତି । ପହଲଗାମ୍ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିବା ବେଳେ ବିଲାୱାଲ ଏଥିରେ ଘିଅ ଢ଼ାଳିଛନ୍ତି । ସିନ୍ଧୁ ସଭ୍ୟତା ପାକିସ୍ତାନର ବୋଲି ସେ କହିଛନ୍ତି । ଏହି ଚୁକ୍ତି ବାତିଲ୍ ପରେ ପାକିସ୍ତାନରେ ଜଳ ସଙ୍କଟ ଦେଖାଯିବାର ଆଶଙ୍କା ରହିଛି । ଏପରିକି ଚାଷ ବହୁତ କ୍ଷତିଗ୍ରସ୍ତ ହେବ । ତେଣୁ ପାକିସ୍ତାନ ଲୋକଙ୍କୁ ତତାଉଛନ୍ତି ନେତା ।
ଭାରତ ସିନ୍ଧୁ ଜଳ ଚୁକ୍ତି ବାତିଲ୍ କରିଥିବାରୁ ଏହାର ସମାଲୋଚନା କରିଛନ୍ତି ବିଲାୱାଲ୍ । ସିନ୍ଧୁ ନଦୀ ଜଳ ପାକିସ୍ତାନର ଓ ଆମେ ଏଥିରେ ବୁଝାମଣା କରିବାକୁ ଚାହୁଁନାହୁଁ ବୋଲି ଲୋକଙ୍କୁ କହିଛନ୍ତି ବିଲାୱାଲ୍ । ସେ ଏହି କଥା କହିବାର ଦନକ ପୂର୍ବରୁ ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଖ୍ୱଜା ଆସିଫ୍ ସ୍ୱୀକାର କରିଥିଲେ ଯେ, ପାକିସ୍ତାନ ଆତଙ୍କବାଦୀ ସଂଗଠନକୁ ଅର୍ଥ ଯୋଗାଇବା ସହ ସମର୍ଥନ କରୁଛି ।
ଅଧିକ ପଢ଼ନ୍ତୁ: କ’ଣ ଏହି ସିନ୍ଧୁ ଚୁକ୍ତି ? ବାତିଲ ପରେ କ’ଣ ପଡ଼ିବ ପାକିସ୍ତାନ ଉପରେ ପ୍ରଭାବ
ସିନ୍ଧୁ ଚୁକ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବିଭାଜନକୁ ଆଧାର କରି ହୋଇଥଲା ଏହି ଐତିହାସିକ ଚୁକ୍ତି। ବିଶ୍ୱବ୍ୟାଙ୍କର ମଧ୍ୟସ୍ଥତାରେ ଭାରତରୁ ପାକିସ୍ତାନକୁ ପ୍ରବାହିତ ସିନ୍ଧୁ ନଦୀ ଓ ତାର ଉପନଦୀମାନଙ୍କ ଜଳକୁ ଉଭୟ ଦେଶ ମଧ୍ୟରେ ଆବଣ୍ଟିତ କରାଯାଇଥିଲା। ୧୯୬୦ ମସିହା ସେପ୍ଟେମ୍ବର ୧୯ରେ ପାକିସ୍ତାନର କରାଚୀରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାଁଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
ଚୁକ୍ତି ଅନୁସାରେ ପୂର୍ବ ପଟର ୩ଟି ନଦୀ ବିସ୍, ରାବୀ ଓ ସତଲେଜ ପାଣି ଉପରେ ଭାରତର ନିୟନ୍ତ୍ରଣ ରହିଲା। ପଶ୍ଚିମ ପଟର ୩ଟି ନଦୀ ସିନ୍ଧୁ, ଚେନାବ ଓ ଝେଲମ ଉପରେ ରହିଲା ପାକିସ୍ତାନର ନିୟନ୍ତ୍ରଣ। ଯେହେତୁ ପାକିସ୍ତାନର ନଦୀଗୁଡ଼ିକର ଅଧିକାଂଶ ଭାଗ ପାଣି ଭାରତରୁ ଆସେ, ତେଣୁ ପଶ୍ଚିମ ପଟର ନଦୀମାନଙ୍କ ପାଣିକୁ ଭାରତ ଜଳସେଚନ, ଜଳବିଦ୍ୟୁତ୍ ଉତ୍ପାଦନ, ଜଳ ପରିବହନ ଓ ମତ୍ସ୍ୟ ପାଳନ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ ବୋଲି ଚୁକ୍ତିରେ ପ୍ରସ୍ତାବ ରହିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)