ବାରବାଟୀରେ ବିଗ୍ ଫାଇଟ୍ । ବିଶ୍ୱର ଦୁଇଟି ବଡ ଟିମ୍ ମଧ୍ୟରେ ହେବ ବଡ ଲଢେଇ । ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ପ୍ରସ୍ତୁତ ବାରବାଟୀ ଷ୍ଟାଡିୟମ୍ । ମେନ୍ ଇନ୍ ବ୍ଲୁ ଏବଂ ପ୍ରୋଟିଆଜ୍ ମଧ୍ୟରେ ହେବ ଟକ୍କର ।
ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏନେଇ ପ୍ରେସ୍ମିଟ୍ରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଷ୍ଟାଡିୟମ ଭିତରକୁ ପାଣି ବୋତଲ ଓ ବାହାର ଖାଦ୍ୟ ନେଇପାରିବେ ନାହିଁ।
ଭାରତ-ଦକ୍ଷିଣ ଆଫ୍ରିକା ଟି୨୦କ୍ରିକେଟ ମ୍ୟାଚକୁ ସଫଳ ଭାବେ ଆୟୋଜନ ପାଇଁ ପାର୍କିଂ ଏକ ବଡ଼ ଚାଲେଞ୍ଜ । ଏଣୁ ସଠିକ ଟ୍ରାଫିକ ପରିଚାଳନା ପାଇଁ ତଳ ଓ ଉପର ବାଲିଯାତ୍ରା ପଡିଆ ବୁଲି ଦେଖିଛନ୍ତି କଟକ ଡିସିପି ପିନାକ୍ ମିଶ୍ର, ସିଏମ୍ସି କମିଶନର ଅନନ୍ୟା ଦାସ ଏବଂ ଓସିଏର ପଦାଧିକାରୀ ।