/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655797428.jpg)
97 yr old do Yoga
ସପ ପଡ଼ିଛି, ଆଉ ତା ଉପରେ ବସି ଯୋଗର ଅଭ୍ୟାସ ଚାଲିଛି। ଯୋଗ କରିବା ପରେ ବି ଶରୀରରୁ ଟିକିଏ ବି ଝାଳ ବାହାରୁନାହିଁ ବରଂ ବେଶି ଫୂର୍ତ୍ତି ଦେଖାଯାଉଛନ୍ତି। ବୃଦ୍ଧା ଜଣଙ୍କ କରୁଛନ୍ତି ଯୋଗ । ସେହି ବୃଦ୍ଧ ଜଣକ ହେଉଛନ୍ତି କଟକ ମଧୁସୂଦନ ନଗର ଅଞ୍ଚଳର ୯୭ ବର୍ଷୀୟ ନିରଞ୍ଜନ ପଟ୍ଟନାୟକ । ଜୀବନର ପରିଣତ ବୟସରେ ପହଞ୍ଚି ଥିଲେ ସୁଦ୍ଧା ସେ କୌଣସି ଯୁବକଙ୍କ ଠାରୁ ସେ କମ୍ ଫୁର୍ତ୍ତି ନୁହନ୍ତି । ନିଇତା ସକାଳୁ ଛାତ ଉପରେ ଏମିତି ଯୋଗ ଅଭ୍ୟାସ କରନ୍ତି।
ନିରଞ୍ଜନ ଏସିଏଫ ପଦବୀରୁ ପାଖାପାଖି ୪୦ ବର୍ଷ ହେଲାଣି ଅବସର ନେଲେଣି । ହେଲେ ଏବେବି ଯୋଗ କରି ନିଜକୁ ବେଶ୍ ସୁସ୍ଥ ରଖୁଛନ୍ତି । ଆଜକୁ ଠିକ୍ ୨୨ ବର୍ଷ ତଳେ ଯୋଗ କରିବାର ଅଭ୍ୟାସ କରିଥିଲେ ନିରଞ୍ଜନ। ଆଉ ସେଇ ଅଭ୍ୟାସକୁ ସେ ଆଜି ବି ଜାରି ରଖିଛନ୍ତି। ପ୍ରତ୍ୟେକ ଦିନ ପାଖାପାଖି ୨ଘଂଟା ଯୋଗ କରୁଛନ୍ତି ନିରଞ୍ଜନ। ବ୍ୟାଘ୍ରସନ , ପ୍ରାଣାୟମ, ସର୍ଭସନ , ମର୍କଟାସନ ଆଦି ଯୋଗ କରିବାକୁ ଭଲପାଆନ୍ତା ସେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କରୋନା ପୂର୍ବରୁ ଦୈନିକ ୩ କିମି ନଦୀ ବନ୍ଧରେ ଚାଲନ୍ତି। ହେଲେ ମହାମାରୀ ପାଇଁ ଏବେ ଛାତ ଉପରେ କେବଳ ଯୋଗଭ୍ୟାସ କରୁଛନ୍ତି ।
କେବଳ ଯୋଗ ନୁହେଁ ବରଂ ପରିବାରର ଅନ୍ୟ ସଦସ୍ୟଙ୍କ ପାଇଁ ଅନେକ ସମୟରେ ସେ ବଜାର ଯାଇ ଜିନିଷ ଆଣୁଛନ୍ତି। ନିଜେ ଯୋଗ କରିବା ବେଳେ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଯୋଗ କରିବାକୁ ସେ ଉତ୍ସାହିତ ମଧ୍ୟ କରନ୍ତି। ତେବେ ଶ୍ୱଶୁରଙ୍କ ଯୋଗରେ ଅନୁପ୍ରାଣିତ ହୋଇ ଘରର ଦୁଇ ବୋହୂ ଯୋଗ ବି କରୁଛନ୍ତି, ଆଉ କୁହନ୍ତି ବାପା କେବଳ ଯୋଗ କରି ଏତେ ବୟସରେ ବି ପୂରା ଫିଟ୍ ଅଛନ୍ତି ।
ବୟସର ଅପରାହ୍ନରେ ପାଦ ଦେଇ ସାରିଥିବା ନିରଞ୍ଜନ ପଟ୍ଟନାୟକ ନିଶ୍ଚିତ ଭାବରେ ସବୁ ବୟସ ବର୍ଗର ଲୋକଙ୍କ ପାଇଁ ବିଶେଷ କରି ଅନ୍ୟ ବରିଷ୍ଠ ନାଗରିକମାନଙ୍କର ପାଇଁ ସେ ନିଶ୍ଚୟ ପ୍ରେରଣାଦାୟ ।
ରିପୋର୍ଟର - ବିଶ୍ୱଜିତ୍ ଆଚାର୍ଯ୍ୟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)