ହସ୍ପିଟାଲ୍ ସାମ୍ନାରେ ରୋଗୀଙ୍କ ଦୁର୍ଦ୍ଦଶା ନେଇ ଗଲା ଦୁଇ ଦିନ ଧରି ଲଗାତର ଖବର ପ୍ରସାରଣ ପରେ ଡେରିରେ ହେଲେ ବି ସମ୍ବେଦନହୀନତାର ଟ୍ୟାଗ୍ ହଟେଇ ଆଜି ଯେମିତି ନିଦ ଭାଙ୍ଗିଥିଲା ସମସ୍ତଙ୍କର ।
କଟକ ସଦର ଥାନା ଶଙ୍ଖତ୍ରାସ ୟୁପି ସ୍କୁଲ ପରିସରରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ।
ରବି ଫସଲରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ । ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ଅସହ୍ୟ ତାତିରେ ପ୍ରଭାବିତ ଲୋକଙ୍କ ପାଇଁ କଟକ ଏସସିବି ପରିସରରେ ଖୋଲିଲା ସ୍ୱତନ୍ତ୍ର ଅଂଶୁଘାତ ଓ୍ୱାର୍ଡ ।
ହିନ୍ଦୁଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଜାରି କରାଯିବ ଟୋଲ୍ ଫ୍ରି ହିନ୍ଦୁ ହେଲ୍ପ ଲାଇନ୍ ନମ୍ବର । ହିନ୍ଦୁଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିୟୋଜିତ ହେବେ ୧୦ ହଜାର ଡାକ୍ତର ।
ଖବର ପାଇ ବାରକୋଟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
ଡାକ୍ତରଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଏତଲା ମଧ୍ୟ ରୁଜୁ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି ।
ନାଲକୋର ଅଚଳବସ୍ଥା କିପରି ଦୂର କରାଯାଇପାରିବ ସେନେଇ ବୈଠକରେ ଆଲୋଚନା କରାଯିବ । ବୈଠକରେ ହୋଇଥିବା ନିଷ୍ପତ୍ତି ସଂପର୍କରେ କୋର୍ଟଙ୍କୁ ପରବର୍ତ୍ତୀ ଶୁଣାଣିରେ ଜଣାଇବାକୁ ନିର୍ଦ୍ଦେଶ ରହିଛି ।
କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍। ଜୁନ୍ ୧୨ ତାରିଖରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ।
କଟକ କନ୍ଦରପୁରର ପ୍ରକାଶ ଚନ୍ଦ୍ର ଓଝା । ନିଜ ସଂପର୍କୀୟଙ୍କୁ ଷ୍ଟ୍ରେଚରରେ ନେଇ ଏକ୍ସ-ରେ କରାଇବାର ଆବଶ୍ୟକତା ଥିବାରୁ ଟ୍ରମା କାଜୁଆଲ୍ଟି ସାମ୍ନାରୁ ବୁକିଂ କାଉଣ୍ଟରକୁ ଆସିଥିଲେ ।
ସୁଯୋଗ ଦେଖି ଚାବି ମେକାନିକକୁ ଡାକି ତାଲା ଭାଙ୍ଗି ଲୁଟ୍ କରୁଥିଲା । ସିକ୍ୟୁରିଟି ଗାର୍ଡ ବେଶରେ ଲୁଟେରା ଜଣକ ବାଇକ ଲୁଟି ଚମ୍ପଟ ମାରୁଥିଲା ।
କଟକ ସଦର ଥାନା ଅଞ୍ଚଳରୁ ଆସିଛି ବଧୂ ହତ୍ୟା ଅଭିଯୋଗ । ଯୌତୁକ ପାଇଁ ଜଣେ ବଧୂଙ୍କ ଜୀବନ ଯାଇଛି । କଟକ ସଦର ଥାନା ଅନ୍ତର୍ଗତ ପ୍ରତାପ ନଗରୀ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଅଭିଯୋଗରେ ଦର୍ଶାଯାଇଛି ।
ଜାନୁଆରି ୩୧ରେ ମଡେଲ ସୌମ୍ୟରଂଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା । ଏପ୍ରିଲ ୧୯ ତାରିଖରେ ହେଲା ଏଫ୍ଆଇଆର୍ । ଏତଲା ପାଇଁ କମିଶନରେଟ ପୋଲିସକୁ ଲାଗି ଗଲା ୨ ମାସ ୧୯ ଦିନ ।
୩୦ ତାରିଖ ଭିତରେ ଏନେଇ ରିପୋର୍ଟ କରିବେ ଜିଲ୍ଲା ଆଇନସେବା ଅଧିକାରୀ ।
ନାମୀ ଦାମୀ ପ୍ରତିଷ୍ଠିତ କମ୍ପାନିର ଲେବଲ୍, ପ୍ୟାକେଜିଂକୁ ନକଲ କରି ସେଥିରେ ନକଲି ଓ ନିମ୍ନମାନର ଡିଟରଜେଣ୍ଟ ପାଉଡର ଭର୍ତ୍ତି କରି ବିକ୍ରି କରାଯାଉଥିଲା । ଏଥିରେ କପଡ଼ା ଠିକ୍ରେ ସଫା ତ ହେବ ନାହିଁ, ବରଂ ଖରାପ ହେବ । ଏପରିକି ସ୍ୱାସ୍ଥ୍ୟ ଉପରେ ବି କୁପ୍ରଭାବ ପଡ଼ିବାର ଆଶଙ୍କା ଅଛି ।
କଟକ ମାଲଗୋଦାମ ପୋଲିସ୍ ଦ୍ୱାରା ନକଲି ଡିଟରଜେଣ୍ଟ ଫ୍ୟା୍ରିରେ ଚଢାଉ ହୋଇଛି । କଟକ ଟାଙ୍ଗି ଓ ମାହାଙ୍ଗା ଅଞ୍ଚଳରେ ଥିବା ୨ଟି ନକଲି କାରଖାନାରେ ଚଢାଉ ହୋଇଥିବା ସୂଚନା ମିଳିଛି ।
ଧାନ ମଣ୍ଡିକି ନଯାଉଣୁ ମଣ୍ଡି ବନ୍ଦ । ମେସେଜ ଆସିଥିଲା, ଆଉ ଦିନ ଧାର୍ଯ୍ୟ ବି ହୋଇଥିଲା । ହେଲେ ଚାଷୀ ଧାନ ବିକ୍ରି ଲାଗିି ମଣ୍ଡିକୁ ଗଲା ବେଳକୁ ବନ୍ଦ । ଏଭଳି ସମସ୍ୟାରେ ପଡିଛନ୍ତି କଟକ ଜିଲ୍ଲା ନିଆଳି ଓ କଣ୍ଟାପଡା ବ୍ଲକ ସହ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଞ୍ଚଳର ଚାଷୀ ।
ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, କଟୁରୀ ଓ ଶିବର ମୋବାଇଲ ପୂର୍ବରୁ ସିଜ୍ କରିଛି ପୋଲିସ ।
ଲୁଟ୍ ପରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ। ଶେଷରେ ପାଖ ଜଙ୍ଗଲରେ ଫୋପାଡ଼ି ଦେଇ ଚାଲିଗଲେ। ୬୬ ବର୍ଷୀୟ ବୟସ୍କଙ୍କୁ ରାସ୍ତା ମଝିରେ ଆକ୍ରମଣ କରି ୬ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ।
ପାରାଦୀପ ପଥୁରିଆ ନିକଟ ମହାନଦୀ କୂଳରେ ଗାଧୋଇବାକୁ ସକାଳୁ ପହଁଚିଥିଲେ ପଥୁରିଆ ଗାଁର ଚାରି ଜଣ ଛାତ୍ର । ଦୁଇ ଜଣ ଉପରେ ଥିବା ବେଳେ ପାଣିକୁ ଓହ୍ଲାଇଥିଲେ ଦୁଇ ସମ୍ପର୍କୀୟ ଭାଇ ଅଭିଜିତ୍ ଏବଂ ରାଜୀବ ଲୋଚନ ।
କଟକ ମାହାଙ୍ଗାରେ ସମ୍ପତ୍ତି ପାଇଁ ସାନ ଭାଇର ସୀମାପାର ନୃଶଂସତା । କ୍ଷଣିକ ଆକ୍ରୋଶରେ ପାଞ୍ଚ ପାଞ୍ଚ ଜଣଙ୍କୁ ହତ୍ୟା କରି ବଡ଼ ଭାଇର ପୁରା ପରିବାରକୁ ନିଶ୍ଚିହ୍ନ କରିଦେଲା ସାନ ଭାଇ ।
ପୈତୃକ ସମ୍ପତ୍ତି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଗଣହତ୍ୟା ପଛରେ ଯେଉଁ ଜାଗାବାଡ଼ି ବିବାଦ କଥା ଉଠୁଛି, ଏବେ ବି ସମସ୍ତଙ୍କ ମୁହଁରୁ ସେହି ସମାନ କଥା ଶୁଣିବାକୁ ମିଳିଛି ।
କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁର ବୀଭତ୍ସ କାଣ୍ଡକୁ ନେଇ ସାରା ରାଜ୍ୟ ସ୍ତବ୍ଧ। ଭାଇରୁ ଭଗାରୀ ହୋଇ ଜଲ୍ହାଦ ସାଜି ରକ୍ତର ହୋଲି ଖେଳିଥିବା ହତ୍ୟାକାରୀ ଶିବ ସାହୁକୁ ଆଜି ସାଲେପୁର ଜେଏମ୍ଏଫ୍ସି କୋର୍ଟରେ ପୋଲିସ୍ ହାଜର କରିପାରେ।
ବନ୍ଦ କୋଠରୀରେ ରକ୍ତରଂଜିତ ଅବସ୍ଥାରେ ବିକ୍ଷିପ୍ତ ହୋଇ ପଡ଼ିରହିଛି ମୃତଦେହ । ଆଉ ଏହି ବର୍ବର କାଣ୍ଡ ଭିଆଇଥିବା ଅଭିଯୁକ୍ତ ହେଉଛି ଅଲେଖଙ୍କ ସାନ ଭାଇ ଶିବ ସାହୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣହତ୍ୟା କରିଥିବା ସେ ନିଜେ ସ୍ୱୀକାର କରୁଛି ।
କଟକ ମହାନଦୀରେ ନିଖୋଜ ୨ ନାବାଳକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଆୟୁର୍ ଖାନ୍। ଗତକାଲି ୩ ସାଙ୍ଗ ଯୋବ୍ରା ବ୍ୟାରେଜ ନିକଟରେ ଗାଧୋଉ ଥିବାବେଳେ ମହାନଦୀରେ ବୁଡ଼ି ଯାଇଥିଲେ।