• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ପୁନଃ ତାଗିଦ ପରେ ସାଲେପୁର JMFCଙ୍କ କୋର୍ଟରେ ପୁଣି ହାଜର ହେଲେ ସାଲେପୁର SDPO । ମାମଲାରେ ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତର ଅଗ୍ରଗତି ସମ୍ପର୍କିତ ସିଡି ଦାଖଲ କରିଛନ୍ତି ଏସଡିପିଓ । ତଦନ୍ତ ରିପୋର୍ଟରେ ୭ ଜଣଙ୍କର ବୟାନ ରେକର୍ଡ କରାଯାଇଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୁଇ ସହଯୋଗୀ ବାପି ବିଶ୍ୱାଳ ଓ ପୂର୍ବତନ ବ୍ଲକ୍ ଅଧକ୍ଷ ଶରତ ନାୟକଙ୍କ ବୟାନ ମଧ୍ୟ ପୂର୍ବରୁ ରେକର୍ଡ କରି ଏହି କେଶ ଡାଏରିରେ ଦାଖଲ କରାଯାଇଛି ।

ଏମାନଙ୍କ ସହ ୧୦୮ ଆମ୍ବୁଲାନ୍ସ ଚାଳକ ମନୋଜ ନାୟକ, ଫାର୍ମାସିଷ୍ଟ ପ୍ରଫୁଲ୍ଲ ବାରିକଙ୍କ ସହ ସ୍ଥାନୀୟ ବାସିନ୍ଦା ସୁଦାମ ଖଟୁଆ, ସହଦେବ ନାୟକ, ଗଣେଶ୍ୱର ସାହୁଙ୍କର ମଧ୍ୟ ବୟାନ ରେକର୍ଡ କରି ପଠାଯାଇଛି । ଅଭିଯୁକ୍ତ କ୍ଷିତୀଶ ଆଚାର୍ଯ୍ୟଙ୍କୁ ମନ୍ତ୍ରୀ ପ୍ରତାପ ଜେନା ଫୋନ କରିବାକୁ ମନା କରିଥିଲେ ଏବଂ SMS ଦେବାକୁ କହିଥିବା ନେଇ ବୟାନରେ ରହିଥିବା କଥା ଅଭିଯୋଗକାରୀ ରମାକାନ୍ତଙ୍କ ଓକିଲ କହିଛନ୍ତି । ତେବେ ତଦନ୍ତର ସମ୍ପୂର୍ଣ କଲ ଡିଟେଲସ ରିପୋର୍ଟ ଦାଖଲ କରିବା ସହ ପୁରା ତଦନ୍ତ ରିପୋର୍ଟ ଦାଖଲ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଓକିଲ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ବର୍ଷ ଜାନୁୟାରୀ ୨ ତାରିଖରେ ଘଟିଥିବା ଏହି ବର୍ବର ହତ୍ୟାକାଣ୍ଡରେ ଘଟଣାସ୍ଥଳରେ ବିଜେପି ନେତା କୁଳମଣି ବରାଳ ଟଳି ପଡିଥିବା ବେଳେ ଦିବ୍ୟସିଂହ ବରାଳ କିନ୍ତୁ ମୁର୍ମୂଷ ଅବସ୍ଥାରେ ଆମ୍ବୁଲାନ୍ସରେ ଯାଇ ହସ୍ପିଟାଲରେ ପ୍ରାଣ ହାରିଲେ । ଶେଷ ମୁହୁର୍ତ୍ତରେ ସେ ହତ୍ୟାକାରୀଙ୍କ ନାଁ ନେଇଥିବା କୁଳମଣିଙ୍କ ପୁଅ ରମାକାନ୍ତ ନିଜ ଏଫଆଇଆରରେ ଲେଖିଥିଲେ । ତେବେ ରମାକାନ୍ତଙ୍କ କଥାରେ କେତେ ସତ୍ୟତା ରହିଛି, ତାହାର ତଦନ୍ତ କରିବା ପାଇଁ ସେହି ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ଓ ଫାର୍ମାସିଷ୍ଟଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ରମାକାନ୍ତଙ୍କ ଅଭିଯୋଗର ସତ୍ୟାସତ୍ୟ ବଖାଣିବ, ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟଙ୍କ ବୟାନ, ଆଉ ଖୋଲିପାରେ ଆଉ କିଛି ଗୁମୁର କଥା।

ତେବେ ସାଲେପୁର ଜେଏମଏଫସି ତିନି ଜଣଙ୍କ ୩ ମାସର କଲ୍ ରେକର୍ଡ ମଧ୍ୟ ସଂଗ୍ରହ କରିବାକୁ ମାହାଙ୍ଗା ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏମାନଙ୍କ ମଧ୍ୟରେ ରହିଛି ବିଧାୟକ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ସଚିବ ବାପି ବିଶ୍ୱାଳ, ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକ ଓ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ମୃତ ପ୍ରଫୁଲ ବିଶ୍ୱାଳଙ୍କ ନାଁ । ପୋଲିସ ସିଡିଆର୍‌ ରିପୋର୍ଟ କୋର୍ଟରେ ଦାଖଲ କରିନଥିଲେ ମଧ୍ୟ ନିଜ ପାଖରେ ସରଂକ୍ଷିତ କରି ରଖିଛି । ଏହି ସିଡିଆର ରିପୋର୍ଟ ହିଁ ଅନେକ କିଛି ରହସ୍ୟ ଭେଦ କରିପାରେ । କାରଣ ହତ୍ୟାକାରୀଙ୍କ ସହ ହତ୍ୟାକାଣ୍ଡ ପୂର୍ବରୁ ଓ ପରେ ଏକାଧିକବାର ଉଭୟ ବାପି ଓ ଶରତ କଥା ହୋଇଥିବା ସ୍ୱୀକାର କରିଛନ୍ତି ।