ପ୍ରଶ୍ନ ଉଠୁଛି, ଯଦି ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ଜଙ୍ଗଲ ବିଭାଗ ଅଧିକାରୀ ଗଛ ନାଁରେ କିକ୍ ବ୍ୟାକ୍ କରିବାକୁ ସାହସ କରୁଛନ୍ତି, ତେବେ ଅନ୍ୟ ଜିଲ୍ଲାରେ କେମିତି ଚାଲିଥିବ ପଥପାର୍ଶ୍ୱ ବନୀକରଣ ?
ଅଫିସ ପରିସରରେ ଏବଂ ବାହାରେ ଲୋକଙ୍କ ସହ ମୁହାଁମୁହିଁ ହୋଇଥିଲେ ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କଅଁର ।
ବାପା-ମାଆ ସେମିତି କିଛି ରଖିନାହାନ୍ତି ଯାହାକୁ ଖାଇ-ପିଇ ଚଳିଯିବେ ରେବତୀ । ସେଇଥି ଲାଗି ତ ପର ଦୁଆରେ ମୂଲ ଲାଗିବାକୁ ଅନେକ ଚେଷ୍ଟା ବି କରିଛନ୍ତି ସେ । ଖାଲି ଚେଷ୍ଟା କରିନାହାନ୍ତି ପର ଦୁଆରେ ଯାଇ କାମ ବି ମାଗିଛନ୍ତି । କିନ୍ତୁ ରେବତୀଙ୍କ ଚେହେରା ଦେଖି ତାଙ୍କୁ କାମ ଦେବାକୁ କେହି ଜଣେ ହେଲେ ବି ଆଗ୍ରହ ଦେଖାଇନାହାନ୍ତି । ତେଣୁ ପେଟ ଚାଖଣ୍ଡେକ ଲାଗି ଏବେ ଏମିତି ଗାଈ ଚରେଇ ଯାହା କିଛି ରୋଜଗାର କରୁଛନ୍ତି ସେତିକିରେ ଚଳୁଛି ପୂରା ପରିବାର ।
ବୌଦ୍ଧ ଜିଲ୍ଲାର ସାଲୁଙ୍କି ମଧ୍ୟମ ଜଳ ସେଚନ ପ୍ରକଳ୍ପ ପ୍ରାୟ ୨୩ ଗୋଟି ପଞ୍ଚାୟତର ୨୧୬ ଗୋଟି ଗ୍ରାମର ୨୦,୯୧୭ ହେକ୍ଟର ଜମିକୁ ଜଳ ସେଚନର ସୁବିଧା ଯୋଗଇଦେବା ଲକ୍ଷ ରଖାଯାଇ ପ୍ରକଳ୍ପ କାର୍ଯ୍ୟ କରାଯାଇଥିଲା । କିନ୍ତୁ ମୁଖ୍ୟ ସାଲୁଙ୍କି ଆନ୍ନିକଟ ଶଯ୍ୟା ପୋତି ହେବା ଫଳରେ ଜଳ ଧାରଣ କ୍ଷମତା ଦିନକୁ ଦିନ କମିବାରେ ଲାଗିଛି । ସେପଟେ ଆନ୍ନିକଟର ଉଭୟ ପାର୍ଶ୍ଵର ମୁଖ୍ୟ କେନାଲ ପୋତି ହେବା ସହ ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ ସବୁ ଭାଙ୍ଗିରୁଜି ଗଲାଣି ।
ମଣ୍ଡିରେ ଚାଷୀର ଜୀବନ ନେଲା ହତାଶାର ନିଆଁ । ୨୩ ଦିନ ଧରି ଧାନ ଉଠିବାରୁ ଚାଷୀ ମୃତ୍ୟୁ ଅଭିଯୋଗ ।
ଅଭିନବ ଉପାୟରେ ଚୋରା ଚାଲାଣ ହେଉଥିଲା ଗଂଜେଇ । ତାହା ପୁଣି ଆମ୍ବୁଲାନ୍ସ ଭିତରେ। ଅବକାରୀ ବିଭାଗ ହାତରେ ଜବତ ହେଲା ୪ କୁଇଂଟାଲ ୨୦ କେଜି ଗଂଜେଇ। ଏଥି ସହ ଅମ୍ବୁଲାନ୍ସକୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଗିରଫ ହୋଇଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଂଚଳରୁ ଛତିଶଗଡକୁ ଅଭିନବ ଢଙ୍ଗରେ ଏହି ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବ୍ୟାପକ ପରିମାଣର ଗଂଜେଇ ।
ଧାନ ବିକ୍ରି ଚିନ୍ତା ଭିତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକି ସରକାରୀ ମଣ୍ଡି ବ୍ୟବସ୍ଥାର ଅସଲ ମୁଖା ଖୋଲି ଦେଇଛି।
ଇତିହାସ କହେ ପାଶ୍ଚାତ୍ୟସଭ୍ୟତା ଓଡ଼ିଶାର ସର୍ବବୃହତ ନଦୀ ମହାନଦୀରୁ ହିଁ ଆରମ୍ଭ। ଏବେ କିନ୍ତୁ ମହାନଦୀ ଅବସ୍ଥା ଖରାପ। ନଈରେ ଅଂଟେ ବି ପାଣି ନାହିଁ। ଯେଉଁ ନାଉରୀଆମାନେ ଡଙ୍ଗା ଚଲେଇ ଦୁଇ ପଇସା ରୋଜଗାର କରୁଥିଲେ ଆଜି ସେମାନେ ବେଉସା ହରାଇ ଭୋକ ଉପାସରେ। ଗୋଟିଏ କି ଦୁଇଟି ନୁହେଁ ବରଂ ୨ଶହ ନାଉରିଆ ଏବେ ମହାନଦୀକୁ ଚାହିଁଚାହିଁ ଦିନ କାଟୁଛନ୍ତି ସତ ହେଲେ ଟଙ୍କାଟିଏ ବି ପାଉନାହାନ୍ତି।
ଏ ଗୀତ ଶୁଣିଲେ ଆପଣଙ୍କ ଆଖିରୁ ବି ଝରିପଡିବ ଲୁହ ।
ସିରିଜ୍ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଇଁଲାପାଲି ପିଇଓ ଗୋବିନ୍ଦ ସାହୁ ଅଛନ୍ତି।
ଗଞ୍ଜେଇ କାରବାର ଅଭିଯୋଗରେ ୩ ପୋଲିସ୍ କର୍ମଚାରୀ ନିଲମ୍ବିତ। ଗଞ୍ଜେଇ ବେପାରୀଙ୍କ ସହ ଡିଲ୍ ପରେ ବେପାରୀଙ୍କୁ ଛାଡ଼ି ଦେଇଥିଲେ ଫାଣ୍ଡି ଅଧିକାରୀ। ଏହାପରେ ଗଞ୍ଜେଇ ଏବଂ ଜବତ ବାଇକ୍କୁ ନିଜ ସରକାରୀ ବାସଭବନରେ ଲୁଚାଇ ରଖିଥିଲେ।
ବଡବଡ ସହର ଭଳି ଏବେ ଆପଣ ମଧ୍ୟ ବୌଦ୍ଧ ସହରକୁ ଆସିଲେ କାଫେରେ ବସି ସୁଆଦିଆ ଭୋଜନର ମଜା ନେଇ ପାରିବେ ।
ଝିଅ ବାହାଘର ଠିକ ହୋଇଗଲେ ବାପାମାଆଙ୍କ ଚିନ୍ତା ବଢିଯାଏ। ଶାଶୁଘର ପାଇଁ ଘରକରଣା ଜିନିଷ କେଉଁଠୁ କିଣିବେ। ଏ ଚିନ୍ତାକୁ କମାଇବା ପାଇଁ ବୌଦ୍ଧ ଜିଲ୍ଲା ପଲସାଗୋରା ଗାଁରେ ବସୁଛି ବାହାଘର ହାଟ। ବାସନ-କୁସନଠାରୁ ଆରମ୍ଭ କରି ଶିଳଚକି ସବୁ କିଛି ମିଳୁଛି
୧୦ଲକ୍ଷରେ ଚମଡା ଡିଲ୍ ବେଳେ ଅଭିଯୁକ୍ତକୁ ଧରିଲା STF, ଶିକାରୀ ଠାରୁ କଲରାପତରିଆ ଛାଲ ବି ଜବତ
ସ୍ତ୍ରୀକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ନ୍ୟାୟ ମାଗୁଛନ୍ତି ଖଗେଶ୍ୱର
କେବଳ ରାନ୍ଧୁଣୀ ନୁହେଁ, ବିଭିନ୍ନ ସମୟରେ ଜଣେ ସାର ଆସି ବି ମାଡ଼ ମାରୁଛନ୍ତି ।
ଲୁଟ୍ ଗହଣା ଜବତ ପରେ ଏହାକୁ ନଦେଇ ନିଜ ପାଖରେ ରଖିଦେଲା ପୋଲିସ୍। ମନମୁଣ୍ଡା ପୋଲିସ୍ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି।
ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରର ଜଣେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । କିଛି ରୋଗରେ ସେ ପୀଡ଼ିତ ହୋଇ ଅସୁସ୍ଥ ହେଲେ ନା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ ।
ବୌଦ୍ଧ କଣ୍ଟାମାଳ ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟର ଠାକୁର ବେହେରାଙ୍କ ସନ୍ଦେହଜନଙ୍କ ମୃତ୍ୟୁ ହୋଇଛି । ବ୍ଲକ କଲୋନୀ ସ୍ଥିତ ସରକାରୀ ବାସଭବନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।
ଅତ୍ୟଧିକ ନିଶା ଖାଇ ୧୦ ବର୍ଷ ହେଲାଣି ପରିବାରଠାରୁ ନିଖୋଜ ହୋଇଯାଇଥିଲେ ବିହାରର ଯୁବକ ମିଟୁ ପାଣ୍ଡେ ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ଉମା ପଞ୍ଚାୟତ ରେଘାମୁଣ୍ଡାରେ ରହିଛି ଏହି ଦେଢ଼ଶୁର-ଭାଇବୋହୂ ଭୀମ ପାହାଡ଼ ।
ଛାତ୍ରଟିର ପିଠି, ଜଙ୍ଘ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ଛାତ୍ର ଜଣକ ଗୀତ ଲେଖି ନପାରିବାରୁ ଶିକ୍ଷକ ରାଗରେ ମାଡ଼ ମାରିଥିବା ଅଭିଯୋଗ।
ବୌଦ୍ଧ ବନଖଣ୍ଡ ଅଧିକାରୀ ସବୁ ନିୟମକୁ ଜଳାଞ୍ଜଳି ଦେଇ ବୌଦ୍ଧ ବନ୍ୟାପ୍ରାଣୀ ତତ୍ତ୍ୱବଧାରକଙ୍କୁ ୨ ମାସର ଦରମା ଦେଇଥିବା ଅଭିଯୋଗ ହୋଇଛି।
ଜାଲ ଆଧାର, ଜାଲ ଫଟୋ, ଜାଲ ଦସ୍ତଖତରେ ହେଲା ଜମି କିଣାବିକା ହୋଇଥିବା ଅଭିଯୋଗ ହୋଇଛି ।
ସାଲୁଙ୍ଖି ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ମହିଳା ଜଣକ ପାଣିରେ ଭାସି ଯାଇଥିଲେ। ୨ ଘଣ୍ଟାର ମିଳିତ ଅପରେସନ ପରେ ତାଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।