• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରର ଜଣେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ହେଲେ କଣ୍ଟାମାଳ ବ୍ଲକ କଳରକୋଠା ଗାଁର ଅରକ୍ଷିତ ସାହୁ । ସେ ଏକ ଦୁଷ୍କର୍ମ ମାମଲାରେ ଜେଲ୍‌ରେ ଥିଲେ । ତେବେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନି ।

ଜେଲ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଅରକ୍ଷିତଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯାଇଥିଲା । ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ ପରିସ୍ଥିତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିଗଲା ? କିଛି ରୋଗରେ ସେ ପୀଡ଼ିତ ହୋଇ ଅସୁସ୍ଥ ହେଲେ ନା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ ।

ଦୁଇମାସ ତଳେ ସେହି ଜେଲ୍‌ରେ ଜଣେ କଏଦୀଙ୍କ ବେକ କାଟି ହତ୍ୟା ଉଦ୍ୟମ କରିଥିଲେ କିଛି କଏଦୀ, ଯାହାକୁ ନେଇ ସେତେବେଳେ ହଇଚଇ ହେବା ସହ ଜେଲ୍‌ରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ହେଲେ ଏଭଳି ସ୍ଥିତିରେ ବର୍ତ୍ତମାନର କଏଦୀ ମୃତ୍ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ପାଇଁ ଉଦ୍ୟମ ବେଳେ ସହକାରୀ ଜେଲର ଟୁନା ମଲ୍ଲିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏପରିକି ବୁମ୍‌କୁ ଠେଲି ଦେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ସହ ଏନେଇ ବୌଦ୍ଧ ଆଦର୍ଶ ଥାନାରେ ଏତଲା ଦିଆଯାଇଛି ।