Advertisment

ରାଜ୍ୟରେ ବୁଡେଇ ଦେବେ କି ବାଘ ବଂଶ? ବାରିପଦା ପରେ ବୌଦ୍ଧରେ ମହାବଳ ଶିକାର

୧୦ଲକ୍ଷରେ ଚମଡା ଡିଲ୍ ବେଳେ ଅଭିଯୁକ୍ତକୁ ଧରିଲା STF, ଶିକାରୀ ଠାରୁ କଲରାପତରିଆ ଛାଲ ବି ଜବତ

author-image
Prangyan Parimita
ଅଦ୍ୟତନ ହୋଇଛି
Tiger poaching in Odisha

Tiger poaching

ପୁଣି ମାରିଦେଲେ ମହାବଳକୁ । ଜଙ୍ଗଲର ଏହି ରାଜାକୁ ଶିକାର କରି ଚମଡ଼ା ବିକ୍ରି ପାଇଁ ହୋଇଥିଲା ଯୋଜନା । ୧୦ ଲକ୍ଷ ଟଙ୍କାରେ ଡିଲ୍ କରିଥିଲେ ଅଭିଯୁକ୍ତ । ହେଲେ ଚଢାଉ କରି ଅଭିଯୁକ୍ତକୁ ଧରିବା ସହ ବାଘ ଛାଲ ଜବତ କରିଛି କ୍ରାଇମବ୍ରାଂଚ ଏସଟିଏଫ୍ । ବଡ଼ କଥା ହେଉଛି ଯେ, ମହାବଳ ବାଘ ଛାଲ ସହ ଆଉ ଏକ କଲରାପତରିଆ ବାଘର ଚମଡ଼ା ମଧ୍ୟ ଜବତ ହୋଇଛି । ୧୫ ଦିନ ପୂର୍ବରୁ ମୟୂରଭଂଜର ଉଦଳାରୁ ଗୋଟିଏ ମହାବଳ ବାଘ ଛାଲ ଜବତ ହୋଇଥିଲା । ଜଙ୍ଗଲରେ ଏଭଳି ବେଧଡ଼କ ବାଘ ଶିକାର ନେଇ ବନ ବିଭାଗର ପାରିବାପଣିଆ ଉପରେ ଉଠିଛି ପ୍ରଶ୍ନ... ।

Advertisment

ଏ ଚିନ୍ତା.. ଏ ଆଶଙ୍କା ଏଥିପାଇଁ ଯେ, ବୌଦ୍ଧରେ ଦିନ ଦିପହରେ ଡିଲ୍ ବେଳେ ଦୁଇ ଦୁଇଟି ବାଘ ଛାଲ ଜବତ କରିଛି କ୍ରାଇମବ୍ରାଂଚ୍ ଏସଟିଏଫ୍ । ଗୋଟିଏ ମହାବଳ ବାଘର ଅନ୍ୟଟି କଲରାପତରିଆ । ଜଙ୍ଗଲରେ ବେଧଡକ ବାଘ ଛାଲ କାରବାର ଚାଲିଥିବା ନେଇ ଖବର ପାଇଥିଲା କ୍ରାଇମବ୍ରାଂଚର ସ୍ପେଶାଲ ଟାସ୍କ ଫୋର୍ସ । ଏହାପରେ ଶିକାରୀଙ୍କୁ ଧରିବାକୁ ତିଆରି ହୋଇଥିଲା ୫ ଜଣିଆ ଟିମ୍ । ଗ୍ରାହକ ସାଜି ଶିକାରୀଙ୍କ ସହ ଯୋଗାଯୋଗ କରିଥିଲେ ଏସଟିଏଫ୍ ଟିମ୍ । ମହାବଳ ବାଘ ଚମଡ଼ା ପାଇଁ ଡିଲ୍ ହୋଇଥିଲା ୧୦ ଲକ୍ଷର । ତେବେ ଶିକାରୀ ସାଙ୍ଗରେ ଆଣିଥିଲା ଆଉ ଏକ କଲରାପତରିଆର ଚମଡା ପୂର୍ବରୁ ପ୍ରସ୍ତୁତ ଏସଟିଏଫ୍ ଟିମ୍ ସଦର ଥାନା ଓଲଣ୍ଡା ଗାଁର ଶିକାରୀ ହିମାଳୟ ଦାସକୁ କାବୁ କରିଥିବା ବେଳେ ଆଉ ଜଣେ ଫେରାର ମାରିଛି

ଜବତ ବାଘ ଚମଡାକୁ ଜୈବିକ ପରୀକ୍ଷା ପାଇଁ ଡେରାଡୁନସ୍ଥିତ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନକୁ ପଠାଯାଇଛି । ତେବେ ବାଘକୁ ବୌଦ୍ଧ ଜିଲ୍ଲା ର ଜଙ୍ଗଲରେ ଶିକାର କରାଯାଇଛି ନା ବିକ୍ରି ପାଇଁ ଅନ୍ୟ ଅଂଚଳରୁ ଅଣାଯାଇଥିଲା, ତାହା ଅସ୍ପଷ୍ଟ ରହିଛି । ବାଘ ଛାଲ ପଛରେ ଏକ ବଡ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି ।

Advertisment

ଅଧିକ ପଢ଼ନ୍ତୁ: ଶିକାରୀଙ୍କ ଚରାଭୂଇଁ ଶିମିଳିପାଳ ! ଦନ୍ତା ପୋଡ଼ି ପରେ ମହାବଳ ଶିକାର..୭ ଫୁଟିଆ ବାଘ ଛାଲ ଧରିଲା STF

ଏହାପୂର୍ବରୁ ଗତ ଡିସେମ୍ବର ୧୪ ତାରିଖରେ ମୟୂରଭଂଜ ର ଉଦଳାରୁ ଜବତ ହୋଇଥିଲା ଗୋଟିଏ ରୟାଲ ବେଙ୍ଗଲ ଟାଇଗରର ଚମଡା । ମହାବଳ ବାଘ ଛାଲ ଡିଲ୍ ବେଳେ ଧରିଥିଲା ଏସଟିଏଫ୍ ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି । ସେପଟେ ୨୦୨୦ରୁ ଏଯାଏଁ ୩୮ଟି କଲରାପତରିଆ ବାଘ ଚମଡା ଜବତ କରିଛି କ୍ରାଇମବ୍ରାଂଚ୍ ଏସଟିଏଫ୍ । ତା ଭିତରେ କେବଳ ୨୦୨୨ରେ ଜବତ ହୋଇଛି ୧୪ଟି କଲରାପତରିଆ ବାଘ ଛାଲ । ରାଜ୍ୟରେ ମହାବଳ ବାଘ ବଂଶ ଲୋପ ପାଇବାକୁ ବସିଥିବା ବେଳେ, ଏଭଳି ଶିକାର ଘଟଣା ବନବିଭାଗ ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି ।

STF
Advertisment
Advertisment