/odishatv-khabar/media/post_attachments/uploadimage/library/16_9/16_9_0/deadbody-1_1627278607.jpg)
deadbody
ଢେଙ୍କାନାଳ ଜିଲ୍ଲା ଗଁଦିଆ ଦମକଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଗ୍ନିକଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଆଗ୍ନିକ ଜଣକ ହେଲେ ଜୟନ୍ତ ଧାରୁଆ । ସେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଗତ ରାତିରେ ଷ୍ଟାଫମାନଙ୍କ ସହ କ୍ୟାରମ ଖେଳିବା ସମୟରେ ହଠାତ ଉଠି ଆସିଥିଲେ । ଏହା ପରେ ପରେ କାନ୍ଥ ସେପଟରୁ ଗୋଟିଏ ଶବ୍ଦ ଶୁଣି ସାଥୀ କର୍ମଚାରୀମାନେ ଧାଇଁ ଆସିଥିଲେ। କାନ୍ଥ କଡ଼ରେ ଜୟନ୍ତ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ତାଙ୍କୁ ତୁରନ୍ତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ହସ୍ପିଟାଲକୁ ନିଆଯାାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେହିଭଳି ବୌଦ୍ଧ କଣ୍ଟାମାଳ ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟର ଠାକୁର ବେହେରାଙ୍କ ସନ୍ଦେହଜନଙ୍କ ମୃତ୍ୟୁ ହୋଇଛି । ବ୍ଲକ କଲୋନୀ ସ୍ଥିତ ସରକାରୀ ବାସଭବନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଠାକୁର ବେହେରା ପରିବାର ସହ ସରକାରୀ ବାସଭବନରେ ରହୁଥିଲେ । କିନ୍ତୁ ଗତ ଶୁକ୍ରବାର ଦିନ ପରିବାର ଲୋକ ଠାକୁରଙ୍କ ବୌଦ୍ଧ ପୁଡାବଲସ ସ୍ଥିତ ଘରକୁ ଯାଇଥିଲେ । ପରିବାର ଲୋକଙ୍କ ଅନୁପସ୍ଥିତିରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କାହିଁକି ଓ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । କଣ୍ଟାମାଲ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)