• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିଆରା ଢଙ୍ଗରେ ଏସପିଙ୍କ ନିକଟରେ ଗୁହାରୀ । ବେକରେ ମୃତ ପତ୍ନୀ ଓ ପୁଅର ଫଟୋ ଝୁଲେଇ ୨ କିମି ଚାଲିଲେ ଅଭିଯୋଗକାରୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ରାମଗଡ଼ ଗାଁର୍ ଖଗେଶ୍ୱରର ଜଗଦଲା ଏଭଳି ପ୍ରତିବାଦ କରିଛନ୍ତି । ମୃତ ପତ୍ନୀର ହତ୍ୟା ହୋଇଥିବା ଅଭିଯୋଗ କରି ଏହାର ତଦନ୍ତ ଲାଗି ବାରମ୍ବାର ଏପରି ଥାନାକୁ ଦୌଡ଼ୁଛନ୍ତି । ଅଭିଯୋଗର ୧୯ ମାସ ପରେ ମଧ୍ୟ ଏପର୍ଯ୍ୟନ୍ତ ଏସପିଙ୍କ ସହ ସାକ୍ଷାତ କରି ପାରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଯେତେଥର ଏସପିଙ୍କ ପାଖକୁ ଆସିଲେ, ପୋଲିସ୍ ତାଙ୍କୁ ଜୋର ଜବରଦସ୍ତ ଭାବେ ଉଠାଇ ଦେଉଥିବା ସେ କହିଛନ୍ତି ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ରାମଗଡ଼ ଗ୍ରାମର ଖଗେଶ୍ୱର ଜଗଦଲା । ଆଜକୁ ପ୍ରାୟ ୨ ବର୍ଷ ପୂର୍ବରୁ ଖଗେଶ୍ୱରଙ୍କ ସ୍ତ୍ରୀ ସହ ମନୋମାଳିନ୍ୟ ହେବାରୁ ସେ ରାଗିଯାଇ ତାଙ୍କ ବାପଙ୍କ ଘରକୁ ପଳାଇଥିଲେ । ହେଲେ ବାପ ଘରକୁ ଯିବାପରେ ସେ ଆଉ ଫେରିଲେ ନାହିଁ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପାଇଲେ ସ୍ୱାମୀ ଖଗେଶ୍ୱର । ‌ଏହି ଘଟଣା ପରେ ଶ୍ଵଶୁର, ଶାଶୁ ଏବଂ ତାଙ୍କ ଶଳା ମିଶି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ନେଇ ପ୍ରଥମେ ପୁରୁଣା କଟକ ଥାନାରେ ଅଭିଯୋଗ କରିଥିଲେ ।

ଅଧିକ ପଢ଼ନ୍ତୁ: ନିଆରା ପ୍ରତିବାଦ,ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସ୍‌ରେ ଝାଡୁ ମାରିଲେ ଶିକ୍ଷକ

ହେଲେ ଆଜି ପର୍ଯ୍ୟନ୍ତ ପୋଲିସ୍ ପକ୍ଷରୁ କୌଣସି ତଦନ୍ତ କରାଯାଇନଥିବା ବେଳେ ବାରମ୍ବାର ଆସି ଥାନା ଅଧିକାରୀଙ୍କ ଠାରୁ ନିରାଶ ହୋଇ ଫେରୁଥିବା ଅଭିଯୋଗ କରିଛନ୍ତି । ତେବେ ଏସପିଙ୍କୁ ସାକ୍ଷାତ ପାଇଁ ପ୍ରାୟ ୧୦ ଥର ହେବ କାର୍ଯ୍ୟଳୟକୁ ଆସିଥିଲେ ମଧ୍ୟ ପ୍ରତ୍ୟେକ ଥର ତାଙ୍କୁ ପୋଲିସ୍ ମାଡପିଟ କରି ଜୋର୍ ଜବରଦସ୍ତ ଉଠାଇ ନେଉଥିବା ଅଭିଯୋଗ କରିଛନ୍ତି । ତେବେ ଆଜି ମଧ୍ୟ ସେ କାର୍ଯ୍ୟାଳୟକୁ ଆସିଥିଲେ । ହେଲେ ସେଠାରେ ପୋଲିସ କର୍ମଚାରୀ ତାଙ୍କୁ ବାହାରକୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସେପଟେ ସେ ଯେ ପର୍ଯ୍ୟନ୍ତ ଏସପିଙ୍କୁ ସାକ୍ଷାତ କରିନାହାନ୍ତି, ସେ ପର୍ଯ୍ୟନ୍ତ ସେ କାର୍ଯ୍ୟଳୟରୁ ବାହାରକୁ ଯିବେ ନାହିଁ ବୋଲି କହିଛନ୍ତି । ଯଦି ତାଙ୍କୁ ଜୋର ଜବରଦସ୍ତ ଭାବେ ଏଠାରୁ ବାହାର କରାଯାଏ ତେବେ ସେ ଏସପିଙ୍କ ଅଫିସରେ ଥିବା ଗଛ କିମ୍ବା ଟାୱାରରେ ଚଢି ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏ ସମ୍ବନ୍ଧରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।