କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ । ସେ ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତ ରହୁଥିବା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା l ଗତ ଏପ୍ରିଲ ୧୩ ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପଲଶପାଟଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିଲା l ଏହି ରାଲିରେ ବୌଦ୍ଧ ବ୍ଲକ ଦହ୍ୟା ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଙ୍ଘମିତ୍ରା ମଲ୍ଲିକ ଯୋଗଦେଇଥିବା ନେଇ ଅଭିଯୋଗ ହୋଇଥିଲା l
ଟିକେଟ୍ ନମିଳିବା ପରେ ଦଳ ଛାଡ଼ିଛନ୍ତି ଅନେକ ଦୃଢ଼ ସଂଗଠକ। ଦଳ ସେମାନଙ୍କୁ ଅଣଦେଖା କରିଥିବା ନେଇ ଖୋଲା ଖୋଲି ବୟାନ ବାଜି କରିବା ସହ ସିଧାସଳଖ ନେତୃତ୍ୱଙ୍କ ଉପରେ ଝାଡ଼ିଛନ୍ତି ଅସନ୍ତୋଷ।
ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ। ଫୁଲବାଣୀ ଲୋକସଭା କ୍ଷେତ୍ର ଅଧୀନରେ ଥିବା ଏହି ଐତିହ୍ୟ ସଂପନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ୍ ଉଷ୍ଣ। ଏକଦା କଂଗ୍ରେସର ଦବଦବା ଥିବା ଏଇ ଆସନରେ ଗତ ୨୪ ବର୍ଷ ହେଲା ରାଜୁତି କରୁଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଦୀପ ଅମାତ୍।
କାହିଁକି ପ୍ରଦୀପ କୁମାର ଘୋଷ ଆତ୍ମହତ୍ୟା କଲେ ? ନା ଏହା ହତ୍ୟା ? ଯଦି ଏହା ଆତ୍ମହତ୍ୟା ତେବେ ଏହା ପଛର କାରଣ କ’ଣ ହୋଇଥାଇପାରେ ? ଏ ସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି ।
ଆଗକୁ ବଙ୍ଗୋମୁଣ୍ଡା-ସୁବଳୟା ଓ ବାମରାରେ ବି ହେବ ଆନ୍ଦୋଳନ । ଆଳି ଓ ଖଇରାରେ ବି ତେଜିଲାଣି ଅସନ୍ତୋଷ ।
ବିଶେଷ କରି କୋରାପୁଟ, ମୟୂରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ବୌଦ୍ଧ, ଗଞ୍ଜାମ, କନ୍ଧମାଳ ଓ ପୁରୀରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।
ପାଣିପାଗ ବିଶେଷଜ୍ଞଙ୍କ ମତ, ଫେବ୍ରୁଆରୀରେ ଏଭଳି ତାତି ରାଜ୍ୟରେ ନୂଆ ନୁହେଁ । ଏହାପୂର୍ବରୁ ୨୦୧୬ରେ ଭୁବନେଶ୍ୱରରେ ଫେବ୍ରୁଆରୀ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା ।
ବସନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ବିଭିନ୍ନ ବ୍ୟାଙ୍କ, ପୋଷ୍ଟାଲ୍, ଇନ୍ସ୍ୟୁରାନ୍ସ ଡିପୋଜିଟ୍ ଇତ୍ୟାଦିରେ ରହିଛି ୩ କୋଟି ୭୫ ଲକ୍ଷ ଟଙ୍କାର ଜମା । ତା’ ଛଡ଼ା ଭିଜିଲାନ୍ସ ଚଢ଼ାଉବେଳେ ମିଳିଛି ୨୬୦ ଗ୍ରାମର ସୁନା ଅଳଙ୍କାର ।
ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା । ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ୨ ମହିଳା ମାଓବାଦୀ ବଖାଣିଛନ୍ତି ମାଓ କ୍ୟାମ୍ପରେ କେମିତି ଦିଆଯାଉଥିଲା ଯୌନ ନିର୍ଯାତନା ।
ଆଠମଲ୍ଲିକରେ ତୀବ୍ର ରୂପ ନେଇଛି ନଳିନୀ-ରମେଶ କନ୍ଦଳ ! ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବିଜେଡିରେ ତୀବ୍ର ଗୋଷ୍ଠୀ କନ୍ଦଳ !
ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପରିପ୍ରେକ୍ଷୀରେ ବିଜେପିର ସ୍ୱଚ୍ଛତା ଅଭିଯାନ । ସମସ୍ତ ମନ୍ଦିର ଏବଂ ତୀର୍ଥ ସ୍ଥାନରେ ସ୍ୱଚ୍ଛତା ପାଇଁ ପ୍ରୟାସ ଜାରି ରହିଛି ।
ନଳୀକୁମ୍ପା ଜଙ୍ଗଲକୁ ଘେରି ଜୋରଦାର ଅପରେସନ କରାଯାଉଛି । ମାଓବାଦୀ ଜଙ୍ଗଲ ଭିତରେ IED ଓ ଲ୍ୟାଣ୍ଡମାଇନ୍ ବିଛାଇଥିବା ସନ୍ଦେହ ।
ରାଜ୍ୟରେ ବଡ଼ଧରଣର ଆଇଟି ରେଡ୍ । କୋଲକାତା ଓ ରାଞ୍ଚିରେ ମଧ୍ୟ ଆୟକର ବିଭାଗ ଚଢ଼ାଉ କରିଥିବା ସୂଚନା ମିଳିଛି ।
ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଔଷଧ ଓ ଇଞ୍ଜେକ୍ସନ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି ।
କୋର୍ଟ ଅନୁମତି ପରେ ବି ଛାଡ଼ୁନଥିଲେ ଜବତ ଗାଡ଼ି….ବୌଦ୍ଧ ଜିଲ୍ଲା ବାଉଁସୁଣି ଥାନାର SI ବିକ୍ରମ କିଶୋର ଦେହୁରୀ …
ଗତକାଲି ଲାଗିଥିବା ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ଣ ୪ଟାରୁ ପାକ ନିଷେଧ ଓ ହାଣ୍ଡି ଛାଡ କରାଯାଇଥିଲା । ହେଲେ କିଛି ସ୍ଥାନରେ ହେତୁବାଦୀମାନେ ଏହି ପରମ୍ପରାର ବିରୋଧ କରିଥିବା ଦେଖିବାକୁ ମିଳିଥିଲା ।
କାଲି ସନ୍ଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳର ଖେପୁପଡ଼ା-ଚିଟ୍ଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଆଉ ସେତେବଳକୁ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇ ସାରିଥିବ।
ଦୁର୍ଘଟଣାରେ ମୃତ୍ୟୁମୁଖରୁ ବର୍ତ୍ତି ଘଟଣାସ୍ଥଳରୁ ଫେରାର ହୋଇଥିଲେ ଡ୍ରାଇଭର । ସେତୁ ଉପରୁ ୩୦ ଫୁଟ୍ ତଳକୁ ଖସିଲା ପିକ୍ଅପ୍ ଭ୍ୟାନ୍ ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଆସନ୍ତା ୩ ତାରିଖ ଯାଏ ବର୍ଷା ଲାଗି ରହିବ।
ଅସୁସ୍ଥଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୩୭ରୁ ଅଧିକଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା
ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ... ଆସନ୍ତାକାଲି ସାମାନ୍ୟ କମିବ ବର୍ଷାର ପରିମାଣ
ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦଲାଲ୍ ପ୍ରୀତି। ତମର ଅଧେକୁ ଆମର ଅଧେ। ଜଣେ ପଞ୍ଜୀକୃତ ଶ୍ରମିକଙ୍କ ଝିଅ ବାହାଘର ପ୍ରୋତ୍ସାହନ ରାଶି ଆତ୍ମସାତ୍ ଅଭିଯୋଗ ।
ରାଜ୍ୟରେ ଅସହ୍ୟ ହେଲାଣି ବାବୁଗିରି । ପୂର୍ବରୁ କେବଳ ରାଜ୍ୟ ଶାସନରେ ଅଫିସରଙ୍କ ଦବଦବା ରହୁଥିଲା ବେଳେ ଏବେ ଏହା ଗାଁରେ ବି ପହଞ୍ଚିଲାଣି । ସରପଞ୍ଚଙ୍କ କାମରେ ହସ୍ତକ୍ଷେପ କରୁଛନ୍ତି ବିଡିଓ । ଯାହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ସରପଞ୍ଚ ।
ଆଜି ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପାଣି ଲହଡ଼ି ମାରୁଛି।